ଦେଶ ବିଦେଶ ମନୋରଞ୍ଜନ

୬୪ ବର୍ଷରେ ଅନିଲ କପୁର

୬୪ ବର୍ଷରେ ପଦାର୍ପଣ ଅବସରରେ ବଲିଉଡ୍ ଅଭିନେତା ଅନିଲ୍ କପୁର ଆଜି ‘ଯୁଗ ଯୁଗ ଜିୟୋ’ର ସୁଟିଂ ସେଟ୍‌‌ରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ କ୍ରିକେଟ୍‌ କିଂବଦନ୍ତି ସଚିନ୍ ତେନ୍ଦୁଲକରଙ୍କ ସମେତ ବହୁ ବିଶିଷ୍ଟ ତାରକା ଶୁଭେଚ୍ଛା ଜଣାଇଛନ୍ତି। ନିଜ ଯୁବ ଚେହେରାକୁ ନେଇ ଚର୍ଚ୍ଚାରେ ରହୁଥିବା ଅନିଲ୍ ହିନ୍ଦୀ ସିନେ ଜଗତରେ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଭିନୟ କରିଛନ୍ତି।

ପାରିବାରିକ ପୃଷ୍ଠଭୂମି ସିନେଜଗତରୁ ଥିଲେ ସୁଦ୍ଧା ତାଙ୍କ ଫିଲ୍ମ କ୍ୟାରିୟର୍ ଏତେ ସହଜ ନଥିଲା। ୧୯୭୯ରେ ଅନିଲ୍ ପ୍ରଥମେ ବ୍ୟାକ୍‌ଗ୍ରାଉଣ୍ଡ୍ ଡ୍ୟାନ୍ସର୍(ସାଥୀ ନୃତ୍ୟ କଳାକାର) ଭାବେ ସିନେମାରେ ପ୍ରବେଶ କରିଥିଲେ। ଏହାର ୪ ବର୍ଷ ପରେ ‘ୱୋ ସାତ୍ ଦିନ୍ ’‌ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏହା ପରେ ସେ ମସାଲ୍, ମେରି ଜଙ୍ଗ, ମିଷ୍ଟର୍ ଇଣ୍ଡିଆ, ତେଜାବ୍, ନାୟକ, ରାମ ଲଖନ, ଦିଲ୍ ଧଡକନ୍ ଦୋ ଭଳି ହିଟ୍ ଫିଲ୍ମରେ ନିଖୁଣ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ