ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୬୦ ବର୍ଷର ଶିକ୍ଷାନୁଷ୍ଠାନ ନୀଳମଣି ସରକାରୀ ଉଚ୍ଚବିଦ୍ୟାଳୟ: ୬ ଶିକ୍ଷକ ପଦ ଖାଲି, ଖେଳପଡ଼ିଆ ନାହିଁ

ନିଆଳି: ନିଆଳିସ୍ଥିତ ୬୦ ବର୍ଷର ଶିକ୍ଷାନୁଷ୍ଠାନ ନୀଳମଣି ସରକାରୀ ଉଚ୍ଚବିଦ୍ୟାଳୟରେ ୬ଟି ଶିକ୍ଷକ ପଦବି ଖାଲି ପଡିଛି। ଏହାଛଡ଼ା ବିଦ୍ୟାଳୟର ଖେଳପଡ଼ିଆ କି ପାଚେରି ବି ନାହିଁ। ଏହାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
୧୯୬୧ ମସିହାରେ ଧୋୟାଅଞ୍ଚଳର ଗାନ୍ଧୀ ଭାବେ ପରିଚିତ ସ୍ବର୍ଗତ ନୀଳମଣି ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଥାପିତ ଏହି ବିଦ୍ୟାଳୟର ବହୁ ଛାତ୍ରୀ ରାଜ୍ୟ ତଥା ଓଡ଼ିଶା ବାହାରେ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ଅଧି‌ଷ୍ଠିତ। ଏକଦା ଅ‌ଞ୍ଚଳରେ ସୁନାମ ଅର୍ଜନ କରିଥିବା ଏହି ବିଦ୍ୟାଳୟରେ ଏବେ ଶିକ୍ଷକ ଅଭାବ ଯୋଗୁ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇ ପଡିଛି। କରୋନା ମହାମାରୀ ଯୋଗୁ ଗତ ଦୁଇ ବର୍ଷ ହେଲା ବିଭିନ୍ନ ସମୟରେ ବିଦ୍ୟାଳୟ ବନ୍ଦ ରହିଥିଲା। ଏବେ ବିଦ୍ୟାଳୟ ଖୋଲିବା ସହ ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି।

ଏଠାରେ ପ୍ରଥମରୁ ଦଶମ ଶ୍ରେଣୀରେ ମୋଟ ୩୩୫ ଛାତ୍ରଛାତ୍ରୀ ପଢୁଛନ୍ତି। ତେବେ ୧୪ ଜଣ ଶିକ୍ଷକଶିକ୍ଷୟତ୍ରୀଙ୍କ ସ୍ଥାନରେ ଅଛନ୍ତି ମାତ୍ର ୮ ଜଣ। ପିସିଏମ୍, ସିବିଜେଡ୍, ସଂସ୍କୃତ, ଟିଆଇ, ବିଏ-ସିଟି ଶିକ୍ଷକ ପଦବି ଖାଲି ପଡିଛି। ସେହିପରି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବି ବି ଖାଲି ପଡିଛି ବୋଲି ପ୍ରଧାନ ଶିକ୍ଷକ ଧନଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି। ସେହିପରି ଖେଳ ପଡିଆ ଓ ବିଦ୍ୟାଳୟ ସୁରକ୍ଷା ପାଇଁ ପାଚେରି ବି ନାହିଁ। ଏନେଇ ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀ କ୍ଷୋଭ ପ୍ରକାଶ କରିବା ସହ ତୁରନ୍ତ ଶିକ୍ଷକ ପଦବି ପୂରଣ କରିବାକୁ ଦାବି କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି