ରାଜ୍ୟ ସ୍ପେଶାଲ ରିପୋର୍ଟ

୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ବ୍ରହ୍ମପୁରରେ ଓ ନବରଙ୍ଗପୁରରେ ଜନସଭା କରିବେ

ଭୁବନେଶ୍ବର: ଆଗାମୀ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ଜନସଭା କରିବେ ପ୍ରଧାନମନ୍ତ୍ରୀ। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁରରେ ସକାଳ ୧୦ଟା ଓ ନବରଙ୍ଗପୁରରେ ସାଢ଼େ ୧୨ଟାରେ ବିଶାଳ ଜନସଭାରେ ଉଦବୋଧନ ଦେବେ। ସେ ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ନେଇ ବିଜେପି କର୍ମୀ ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏଣେ ମୋଦୀ ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଉଛନ୍ତି କି ନା, ତାହା ଦେଖିବାକୁ ବାକି ରହିଲା।

ନିର୍ବାଚନ ଘୋଷଣା ହେବା ପରେ ମୋଦୀଙ୍କର ଓଡ଼ିଶାରେ ଏହା ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ଏଠାରେ ମୋଦୀ କେଉଁଭଳି ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି। ନିକଟରେ ଏକ ଟିଭି ସାକ୍ଷାତକାରରେ ମୋଦୀ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବା ସହ ଓଡ଼ିଶାରେ ବିଜେପି ସରକାର ଗଢ଼ିବାକୁ ସୁଯୋଗ ଦେବାକୁ କହିଥି‌‌ଲେ। ତେଣୁ ନବରଙ୍ଗପୁରରେ ମୋଦୀ ସେହି ଶାଣିତ ଆକ୍ରମଣ ଜାରି ରଖୁଛନ୍ତି ନା ଆହୁରି ଆକ୍ରମଣାତ୍ମକ ପ୍ରଚାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ପ୍ରଥମ ପର୍ଯ୍ୟାୟରେ କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର ଓ ବ୍ରହ୍ମପୁରରେ ମେ ୧୩ ତାରିଖରେ ମତଦାନ ହେବାକୁ ଥିବାବେଳେ ୧୧ତାରିଖରେ ପ୍ରଚାର ଶେଷ ହେବ। ତେଣୁ ଶେଷ ମୁହୂର୍ତ୍ତରେ ମୋଦୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଦଳ ନିଷ୍ପତ୍ତି ନେଇଛି। ଏହି କାର୍ଯ୍ୟକ୍ରମରେ ୪ଟି ଯାକ ଲୋକସଭା ଆସନର ପ୍ରାର୍ଥୀ ରହିବେ। କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସଂସଦୀୟ କ୍ଷେତ୍ର ଅଧୀନସ୍ଥ ୨୧ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ମଞ୍ଚରେ ରହିବେ ବୋଲି ଜଣାପଡ଼ିଛି। ପ୍ରାୟ ୧ଲକ୍ଷ ଲୋକଙ୍କୁ ନେଇ ବିଶାଳ ସମାବେଶ କରିବାକୁ ଦଳ ପକ୍ଷରୁ ପ୍ରସ୍ତୁତି ହୋଇଥିବା ଜଣାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।