ରାଜ୍ୟ

୫ ଲକ୍ଷ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ଯାବତୀୟ ଅବ୍ୟବସ୍ଥାରେ ବୁଡ଼ି ରହିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)। ପରୀକ୍ଷା ପରିଚାଳନାରେ ବ୍ୟାପକ ତ୍ରୁଟିକୁ ନେଇ ପରୀକ୍ଷାର୍ଥୀ ଆନ୍ଦୋଳନ, ଧାରଣା ଦେଉଛନ୍ତି। ବୋର୍ଡର ବିଜ୍ଞାପନ କେଳେଙ୍କାରୀ ଏଭଳି ହୋଇଛି ଯେ ସରକାରୀ ଭାବେ ଆଇ ଆଣ୍ଡ୍ ପିଆର୍ ଅଥବା ନିଜେ ଏହି ଦାୟିତ୍ବ ହାତରେ ନ ରଖି ଘରୋଇ ସଂସ୍ଥାକୁ ସବୁ କିଛି ଟେକି ଦିଆଯାଇଛି। ଏଥିରେ ଯେଉଁ ଅର୍ଥ ରାଜକୋଷର ଲାଭ ହେବା କଥା ସେ ଅର୍ଥ କମିସନ ବାବଦରେ ଘରୋଇ ସଂସ୍ଥା ନେଉଛି। ବିନା ଟେଣ୍ଡରରେ ରାଜ୍ୟ ବାହାରର ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସାର୍ଟିଫିକେଟ୍, ମାର୍କସିଟ୍ ଛପା କାମ ଦିଆଯାଇଛି। ଏଭଳି ଦୁର୍ନୀତିର ଲମ୍ବା ତାଲିକା ରହିଥିବା ବେଳେ ଦୁଇ ବରିଷ୍ଠ ଅଧିକାରୀ ବୋର୍ଡରେ ଦୀର୍ଘ ଦିନ ରହିବା ଏବଂ ସବୁ କ୍ଷମତା କେନ୍ଦ୍ରୀଭୂତ ହୋଇ ରହିବା ଘଟଣା ଚର୍ଚ୍ଚାର କେନ୍ଦ୍ର ହୋଇଛି। ଆଗକୁ ହେବାକୁ ଯାଉଥିବା ମାଟ୍ରିକ ପରୀକ୍ଷାର ତ୍ରୁଟିଶୂନ୍ୟ ପରିଚାଳନାକୁ ନେଇ ଏଥିରେ ସନ୍ଦେହ ବଢିବାରେ ଲାଗିଛି। ନିକଟରେ ଯେଭଳି ଓଟିଇଟି ପରୀକ୍ଷାରେ ବିଭ୍ରାଟକୁ ନେଇ ଶତାଧିକ ଛାତ୍ରଛାତ୍ରୀ ଧାରଣା, ବିକ୍ଷୋଭ ପ୍ରଦର୍ଶନ କଲେ, ସେ ପରିସ୍ଥିତି ମାଟ୍ରିକ ପରୀକ୍ଷାରେ ଯଦି ପୁନରାବୃତ୍ତି ହେବ, ତେବେ ସେଥିପାଇଁ କିଏ ଉତ୍ତରଦାୟୀ ହେବେ ‌ବୋଲି ପ୍ରଶ୍ନ ଉଠୁଛି।

ଦୀର୍ଘ ଦିନ ଧରି ବୋର୍ଡରେ ଥିବା ଦୁଇ ଅଧିକାରୀଙ୍କୁ କିଏ ଦେଉଛି ସୁରକ୍ଷା?

ବର୍ତ୍ତମାନର ବୋର୍ଡ ସଭାପତି ରମାଶିଷ ହାଜରା ବୋର୍ଡରେ ପାଖାପାଖି ୬ ବର୍ଷ ରହିଲେଣି। ସେହିଭଳି ଉପସଭାପତି ଡକ୍ଟର ନିହାର ରଂଜନ ମହାନ୍ତି ବୋର୍ଡରେ ୧୮ ବର୍ଷ ରହିଲେଣି। ଏହି ଦୁଇ ଅଧିକାରୀ ବୋର୍ଡରେ ଗୋଟିଏ ପଦବିରୁ ଆଉ ଗୋଟିଏ ପଦବିକୁ ଯାଉଛନ୍ତି। ପଦୋନ୍ନତି ପାଉଛନ୍ତି। କିନ୍ତୁ ବୋର୍ଡକୁ ଆସୁଥିବା ଅନ୍ୟ ଅଧିକାରୀ ଏଠି ଦୁଇ ବର୍ଷ ତିଷ୍ଠିବା ବି ମୁସ୍କିଲ୍ ହୋଇଯାଉଛି। ବୋର୍ଡର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତ୍ବପୂର୍ଣ୍ଣ ହେଉଛି ସଂପାଦକ ଓ ପରୀକ୍ଷା ନିୟନ୍ତ୍ରକ ପଦବି। ବର୍ତ୍ତମାନ ସଂପାଦକ ଭାବେ ସୁମିତ୍ରା ସରକାର ଓ ପରୀକ୍ଷା ନିୟନ୍ତ୍ରକ ଭାବେ ସୁସ୍ମିତା ସାହୁ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏହି ଦୁଇ ଦକ୍ଷ ଅଧିକାରୀ କିନ୍ତୁ ବର୍ତ୍ତମାନ ନାଚାର ସ୍ଥିତିରେ ରହିଛନ୍ତି। ସଂପାଦକଙ୍କ ସ୍ବାକ୍ଷରରେ ସବୁ ପ୍ରଶାସନିକ କାର୍ଯ୍ୟ ହେଉଥିଲେ ବି ତାଙ୍କୁ ବିଧି ବ୍ୟବସ୍ଥା ଆଉ ନିୟମ ଭିତରେ କାର୍ଯ୍ୟ କରିବାକୁ ଦିଆଯାଉ ନାହିଁ ବୋଲି ମଧ୍ୟ ବୋର୍ଡର ଅନେକ ବରିଷ୍ଠ କର୍ମଚାରୀ ନିଜ ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ଓ ଘରୋଇ ଏଜେନ୍ସି ଜରିଆରେ ବୋର୍ଡର ବିଜ୍ଞାପନ ଜାରି କରାଯିବା ନିଷ୍ପତ୍ତି ଏହାର ସଦ୍ୟତମ ଉଦାହରଣ ବୋଲି କୁହାଯାଉଛି।

ଅନ୍ୟପଟେ ବର୍ତ୍ତମାନର ବୋର୍ଡ ପରିଚାଳନା ବ୍ୟବସ୍ଥାକୁ ନେଇ ବି ଅନେକ ପୂର୍ବତନ ଅଧିକାରୀ ଚିନ୍ତା ପ୍ରକଟ କରିଛନ୍ତି। ବୋର୍ଡର ପୂର୍ବତନ ସଭାପତି ବିଶିଷ୍ଟ ଶିକ୍ଷାବିତ ଡକ୍ଟର ସତ୍ୟକାମ ମିଶ୍ରଙ୍କ ମତରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏକ ସ୍ବୟଂଶାସିତ ସଂସ୍ଥା। ଏହାର ସୁପରିଚାଳନା ପାଇଁ ବିଭିନ୍ନ କମିଟି ରହିଛି। ନିୟମିତ ବ୍ୟବଧାନରେ କମିଟିର ବୈଠକ ବସିବାର ବିଧି ରହିଛି। କମିଟିର ବୈଠକରେ ଯେଉଁ ନଷ୍ପତ୍ତି ନିଆଯାଏ, ସେହି ଅନୁସାରେ ବୋର୍ଡ ପରିଚାଳିତ ହୁଏ। ଏଠାରେ କେହି ଅଧିକାରୀ ବ୍ୟକ୍ତିଗତ ନିଷ୍ପତ୍ତି ଲଦି ଦେବା ବେଆଇନ। କିନ୍ତୁ ଯଦି ନିର୍ଦ୍ଦିଷ୍ଟ କିଛି ଅଧିକାରୀ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି, ତେବେ କମିଟି ଠିକରେ କାର୍ଯ୍ୟ କରୁ ନଥିବା କୁହାଯିବ। ଯେଉଁ ସବୁ ଅଭିଯୋଗ ଆସୁଛି, ତାହାକୁ କମିଟି ତ କେବେ ସର୍ବସମ୍ମତ ସ୍ବୀକୃତି ଦେବା ସମ୍ଭବ ନୁହେଁ। ତେଣୁ ଏ ଦିଗରେ ସରକାର ନିଷ୍ପତ୍ତି ନେବାର ଆବଶ୍ୟକତା ରହିଛି। ନ ହେଲେ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମାଟ୍ରିକ ପରୀକ୍ଷା ସହିତ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ପରିଚାଳନାରେ ସଂପୃକ୍ତ ବୋର୍ଡରେ କେବଳ ବିଭ୍ରାଟ ହିଁ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।