ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

୫ ମିନିଟ୍‌ର ମନୋଲଗ୍‌ ବଦଳାଇଦେଲା କାର୍ତିକଙ୍କ ଭାଗ୍ୟ

ବଲିଉଡ୍‌ ଚାର୍ମିଂ ବଏ କାର୍ତିକ ଆର୍ଯ୍ୟାନଙ୍କର ଆଜି ଜନ୍ମ ଦିନ। ‘ପ୍ୟାର୍‌ କା ପଞ୍ଚନାମା’ ଚଳଚ୍ଚିତ୍ରରୁ ବଲିଉଡ୍‌‌ରେ ପାଦ ଥାପିଥିବା କାର୍ତ୍ତିକଙ୍କ ବଲିଉଡ୍ ଯାତ୍ରା ଏତେ ସହଜ ନଥିଲା। ପିଲାଟି ଦିନୁ ଅଭିନୟରେ ସଉକ ରଖୁଥିବା କାର୍ତିକ ହିନ୍ଦୀ ଚଳଚ୍ଚିତ୍ର ଜଗତରେ କାମ କରିବା ଆଶା ନେଇ ମୁମ୍ବାଇ ଚାଲି ଆସିଥିଲେ। ସେଠାରେ ଏକ ଇଂଜିନିୟରିଂ କଲେଜରେ ନାମ ଲେଖାଇବା ସହ ଅଡିସନ୍‌ ପରେ ଅଡିସନ୍‌ ଦେଇ ଚାଲିଥିଲେ। ଚଳଚ୍ଚିତ୍ର ଜଗତ ସହ ‌କୌଣସି ସମ୍ପର୍କ ନଥିବା କାର୍ତ୍ତିକଙ୍କର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନଥିଲା। ତେଣୁ ୧୨ଜଣଙ୍କ ସହିତ ଗୋଟିଏ ଫ୍ଲାଟ୍‌ରେ ରହୁଥିଲେ। ୩ଟି ଫିଲ୍ମ କରିବା ପରେ ମଧ୍ୟ ସେ ସେଠାରେ ରହୁଥିଲେ।

କାର୍ତ୍ତିକଙ୍କୁ ତାଙ୍କ ପ୍ରଥମ ଚଳଚ୍ଚିତ୍ର ଫେସବୁକ୍ ଜରିଆରେ ମିଳିଥିଲା। ନିର୍ଦ୍ଦେଶକ ଲଭ୍ ରଞ୍ଜନ ଫେସବୁକ୍‌ରେ କାର୍ତ୍ତିକଙ୍କ ଏକ ଫଟୋ ଦେଖି ତାଙ୍କୁ ନିଜ ଫିଲ୍ମର ଅଡିସନ୍‌ ଦେବା ପାଇଁ କହିଥି‌ଲେ। ପରେ କାର୍ତ୍ତିକଙ୍କୁ ‘ପ୍ୟାର କା ପଞ୍ଚନାମା’ ଚଳଚ୍ଚିତ୍ର ପାଇଁ ସାଇନ୍ କରିନିଆଗଲା। ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ବ୍ୟତୀତ ଅନ୍ୟ କିଛି ଅଭିନେତା ମଧ୍ୟ ଥିଲେ କିନ୍ତୁ କାର୍ତିକଙ୍କ ୫ ମିନିଟର ମନୋଲଗ୍ ତାଙ୍କୁ ରାତାରାତି ସୁପରଷ୍ଟାର କରିଦେଇଥିଲା। କାର୍ତ୍ତିକଙ୍କ ଏହି ଚଳଚ୍ଚିତ୍ର ହିଟ୍ ହେବା ପରେ ସେ କହିଥିଲେ, ଏହି ୫.୨୯ ମିନିଟର ମନୋଲଗକୁ ମନେ ରଖିବା ପାଇଁ ତାଙ୍କୁ ୫ ଦିନ ସମୟ ଲାଗିଥିଲା ଓ ମାତ୍ର ୨ ଟେକ୍‌ରେ ସେ ଏହାକୁ ଶେଷ କରିଥିଲେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା