ରାଜ୍ୟ ସ୍ପେଶାଲ ରିପୋର୍ଟ

୫ ମହାନଗର ନିଗମରେ ଲକ୍ଷେ ଲୋକଙ୍କୁ ଜମି ପଟ୍ଟା; ଧାନ ବିନା ଅନ୍ୟ ଫସଲ କଲେ ଅତିରିକ୍ତ ସହାୟତା ମିଳିବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ନଗର ଉନ୍ନୟନ ବିଭାଗ ପକ୍ଷରୁ ଡିସେମ୍ବର, ୨୦୨୩ ସୁଦ୍ଧା ଜାଗା ମିସନ୍‌ ଯୋଜନାରେ ୫ଟି ମହାନଗର ନିଗମ ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁରରେ ୧ଲକ୍ଷ ଲୋକଙ୍କୁ ଜମି ଅଧିକାର ଦିଆଯିବ ବୋଲି ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ୍ ସୂଚନା ଦେଇଛନ୍ତି। ଆଜି ବରିଷ୍ଠ ଅଧିକାରୀ ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ରାଜ୍ୟ ସରକାର ସହରାଞ୍ଚଳ ପ୍ରଶାସନକୁ ଗୁରୁତ୍ବ ଦେଉଛନ୍ତି। ଏଥିରେ ଆସନ୍ତା ୧ବର୍ଷ ମଧ୍ୟରେ ଲୋକଙ୍କୁ ଯେପରି ଅନଲାଇନ୍ ମାଧ୍ୟମରେ ସମସ୍ତ ସେବା ମିଳିବ ସେନେଇ ପଦକ୍ଷେପ ନିଆଯିବ।

ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ୍ କହିଥିଲେ ଯେ, ଏବେ ୨୮ଟି ସହରରେ ଡ୍ରିଙ୍କ୍‌ ଫ୍ରମ୍ ଟ୍ୟାପ୍ ମିସନ୍ ଚାଲିଥିବାବେଳେ ଏଥିରୁ ପୁରୀ ଓ ଗୋପାଳପୁରରେ ଏହା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ବାକି ୨୬ଟି ସହରରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ସେହିପରି ରାଜ୍ୟର ୨୦୫୫ଟି ୱାର୍ଡରେ ପାର୍କ, ୱାକିଂ ଟ୍ରାକ୍, ମୁକ୍ତାକାଶ ଜିମ୍ ଆଦି ଆସନ୍ତା ବର୍ଷକ ମଧ୍ୟରେ ନିର୍ମାଣ କରାଯିବ। ବିଜୁ ଆଦର୍ଶ କଲୋନିରେ ପ୍ରତି ଘର ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ କରାଯିବ।

ସରକାରଙ୍କର ଫୋକସ୍‌ରେ ‘ଆମ ହସ୍ପିଟାଲ’, ବିଏସ୍‌କେୱାଇ
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ସଚିବ ଶାଳିନୀ ପଣ୍ଡିତ କହିଥିଲେ ଯେ, ରାଜ୍ୟ ସରକାର ଏବେ ସ୍ବାସ୍ଥ୍ୟ କ୍ଷେତ୍ରରେ ଦୁଇଟି ଦିଗରେ ଫୋକସ୍ କରିବେ। ପ୍ରଥମଟି ହେଲା ‘ଆମ ହସ୍ପିଟାଲ’ ଏବଂ ଦ୍ବିତୀୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)। ଆମ ହସ୍ପିଟାଲରେ ୧୪୭ଟି ହସ୍ପିଟାଲରେ ୫ଟି ମାଧ୍ୟମରେ ପରିବର୍ତ୍ତନ ଅଣାଯିବ। ଏଥିପାଇଁ ୭୫୦କୋଟି ଖର୍ଚ୍ଚ ହେବ। ଏଥିରେ ସମସ୍ତ ଜିଲ୍ଲା ହସ୍ପିଟାଲ, ସିଏଚ୍‌ସି, ଏସ୍‌ଡିଏଚ୍‌ ରହିବ; ଓପିଡି ଓ ଆଇପିଡିରେ ଉନ୍ନତୀକରଣ କରାଯିବା ସହ ରୋଗୀକୁ ଯେପରି ଗରମ ଓ ଥଣ୍ଡା ପାଣି ମିଳିବ, ରୋଗୀଙ୍କ ସମ୍ପର୍କୀୟଙ୍କୁ ସ୍ବଚ୍ଛ ପ୍ରତୀକ୍ଷାଳୟ, ଉନ୍ନତମାନର ଟେଷ୍ଟିଂ ସୁବିଧା ମିଳିବ ତାହାକୁ ଗୁରୁତ୍ବ ଦିଆଯିବ। ସମସ୍ତ ହସ୍ପିଟାଲରେ ଓପିଡି ପାଇଁ ଅନଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା କରାଯିବ। ଖୁବ୍‌ ଶୀଘ୍ର ୩ହଜାର ଏମ୍‌ବିବିଏସ୍ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଚଳିତବର୍ଷ କଳାହାଣ୍ଡି ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଥିବାବେଳେ ଆଗାମୀ ଦିନରେ ତାଳଚେର, ଯାଜପୁର ଏବଂ କନ୍ଧମାଳ ମେଡିକାଲ କାର୍ଯ୍ୟକ୍ଷମ ହେବ। ଏହାସହ ବିଏସ୍‌କେୱାଇରେ ରାଜ୍ୟ ଭିତରେ ଓ ବାହାରେ ଅଧିକ ହସ୍ପିଟାଲକୁ ଯୋଡ଼ିବା ସହ ରୋଗୀକୁ ଶତପ୍ରତିଶତ ସନ୍ତୁଷ୍ଟ କରାଯିବ।

ପ୍ରତି ଜିଲ୍ଲାରେ ଏସ୍‌ଏଚ୍‌ଜି ପାଇଁ ହେବ ସ୍ବତନ୍ତ୍ର ଇଣ୍ଡଷ୍ଟ୍ରିଆଲ ପାର୍କ
ମିସନ୍‌ ଶକ୍ତି ବିଭାଗ ପକ୍ଷରୁ ଏସ୍‌ଏଚ୍‌ଜିଗୁଡ଼ିକୁ ଏସ୍‌ଏମ୍‌ଇରେ ପରିବର୍ତ୍ତନ କରାଯିବ। ଏଥି‌େର ଆସନ୍ତା ୩ବର୍ଷରେ ୫୦ହଜାର ଏସ୍‌ଏଚ୍‌ଜିକୁ ଏସ୍‌ଏମ୍‌ଇ କରାଯିବ। ଅର୍ଥାତ୍ ଏସ୍‌ଏଚ୍‌ଜିଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗରେ ପରିଣତ କରାଯିବ। ଏଥିପାଇଁ ପ୍ରତି ଜିଲ୍ଲାରେ ଏସ୍‌ଏଚ୍‌ଜି ପାଇଁ ସ୍ବତନ୍ତ୍ର ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଏଥିପାଇଁ ଜିଲ୍ଲାପାଳମାନେ ୫ରୁ ୧୫ଏକର ପର୍ଯ୍ୟନ୍ତ ଜମି ଚିହ୍ନଟ କରିବାକୁ କୁହାଯାଇଛି। ଚଳିତ ବର୍ଷ ଗୋଟିଏରୁ ଦୁଇଟି ଜିଲ୍ଲାରେ ଏହା ଆରମ୍ଭ ହେବ ବୋଲି ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଏବଂ ସଚିବ ସୁଜାତା କାର୍ତ୍ତିକେୟନ୍ କହିଛନ୍ତି। ଶ୍ରୀମତୀ କାର୍ତ୍ତିକେୟନ୍ କହିଛନ୍ତି ଯେ, କୋରାପୁଟର ବୋରିଗୁମ୍ମାରେ ହୋଇଥିବା ମିସନ୍ ଶକ୍ତି ଇଣ୍ଡଷ୍ଟ୍ରିଆଲ୍ ପାର୍କକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ପ୍ରତି ଜିଲ୍ଲାରେ ଏହିଭଳି ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଆସନ୍ତା ୩ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ କରାଯିବ। ଏବେ ୧୫ଟି ବିଭାଗ ସହ ମିସନ୍ ଶକ୍ତି ଏସ୍‌ଏଚ୍‌ଜିମାନେ ମିଳିତ ଭାବେ କାମ କରୁଥିବାବେଳେ ଏହାକୁ ଆଗାମୀ ଦିନରେ ସମସ୍ତ ବିଭାଗ ସହ ଯୋଡ଼ାଯିବ। ୫ଟି ସ୍କୁଲ ଗୁଡ଼ିକର ରକ୍ଷଣାବେକ୍ଷଣ କାମ ଏସଏଚ୍‌ଜି କରିବେ।

ଜିଲ୍ଲା ସ୍ତରରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତୁତ ହେବ ୧୨ମାସିଆ ଆକ୍ସନ ପ୍ଲାନ୍
ରାଜ୍ୟକୁ ଯେପରି ଅଧିକ ପୁଞ୍ଜିନିବେଶ ହେବ ସେଥିପାଇଁ ଶିଳ୍ପନୀତିରେ ସଂଶୋଧନ କରାଯାଇଛି। ଏଥିରେ ପ୍ରୋତ୍ସାହନ ରାଶିର ବ୍ୟବସ୍ଥା କରାଯାଇଛି। ଜିଲ୍ଲାସ୍ତରରେ ଶିଳ୍ପ ବିକାଶ ପାଇଁ ଏକ ୧୨ମାସିଆ କାର୍ଯ୍ୟସାରଣୀ ପ୍ରସ୍ତୁତ କରାଯିବ। ଏହା ମାର୍ଚ୍ଚ ୨୦୨୩ରୁ ଫେବ୍ରୁଆରି ୨୦୨୪ ପର୍ଯ୍ୟନ୍ତ ଯାଏ କାର୍ଯ୍ୟକ୍ଷମ ହେବ। ସେହିପରି ଜିଲ୍ଲାପାଳମାନେ ଜିଲ୍ଲା ସ୍ତରରେ ନିବେଶକାରୀଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଏବଂ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି।

ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ହେବ ମିନି ସଚିବାଳୟ
ପଞ୍ଚାୟତ ପ୍ରତିନିଧିମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ଦିଆଯିବ। ଏବେ ରାଜ୍ୟରେ ୬ହଜାର ମୋ ସେବା କେନ୍ଦ୍ର ଥିଲେ ବି ଏହା ଅଧିକ ଉପଯୋଗୀ ହେଉନି। ତେଣୁ ପ୍ରତି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୋ ସେବା କେନ୍ଦ୍ର ଖୋଲାଯିବ। ଏହିଠାରେ ହିଁ ସମସ୍ତ ସରକାରୀ ସେବା ଉପଲବ୍ଧ ହେବ। ଲୋକଙ୍କୁ ଆଉ ବ୍ଲକ କି ଜିଲ୍ଲା ମୁଖ୍ୟାଳୟକୁ ବାରମ୍ବାର ଯିବାକୁ ପଡ଼ିବନି। ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକ ମିନି ସଚିବାଳୟ ଭଳି କାର୍ଯ୍ୟ କରିବ ବୋଲି ଇଲେକ୍ଟ୍ରୋନିକ୍ସ ଓ ଟେଲି କମ୍ୟୁନିକେସନ୍ ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି। ସେହିପରି ପ୍ରତି ଗାଁରେ ଯେପରି ଇଣ୍ଟରନେଟ୍ ସେବା ମିଳିବ ସେଥିପାଇଁ ବିଭିନ୍ନ ଟେଲିକମ୍ ସଂସ୍ଥା ସହ ଆଲୋଚନା କରାଯାଇଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଧାନ ବିନା ଅନ୍ୟ ଫସଲ କଲେ ଅତିରିକ୍ତ ସହାୟତା ମିଳିବ
ଏବେ କେନ୍ଦ୍ର ସରକାର ଧାନ କିଣିବା ନେଇ ଅର୍ଥ ବରାଦ କମାଇଦେଇଥିବାରୁ ଆମେ ଫସଲ/କୃଷି ବିବିଧିକରଣକୁ ଗୁରୁତ୍ବ ଦେବୁ। କୃଷକମାନେ ଧାନ ବ୍ୟତୀତ ଅନ୍ୟ ଉଦ୍ୟାନକୃଷି/ପୁଷ୍ପ କୃଷିକୁ ଯେପରି ଅଧିକ ଆଗ୍ରହ ଦେଖାଇବେ ସେଥିପାଇଁ ସହାୟତା ଦିଆଯିବ। ଆଗାମୀ ଦିନରେ ପଣସ ମିସନ୍ ଭଳି ଫ୍ଲୋରିକଲଚର୍ ମିସନ୍, ସ୍ପାଇସେସ୍ ମିସନ୍ ଏବଂ ମସରୁମ୍ ମିସନ୍ ଆରମ୍ଭ ହେବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଆସନ୍ତା ରାଜ୍ୟ ବଜେଟ୍‌ରେ କୃଷି କ୍ଷେତ୍ରକୁ ପୂର୍ବ ବର୍ଷ ତୁଳନାରେ ଅଧିକ ଅନୁଦାନ ମିଳିବ ବୋଲି ମନ୍ତ୍ରୀ ଶ୍ରୀ ସ୍ବାଇଁ ସୂଚନା ଦେଇଥିଲେ। ଏହାସହ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଏବେ ୧୯ଟି ଜିଲ୍ଲାରେ ମିଲେଟ୍ ମିସନ୍ କାର୍ଯ୍ୟକ୍ଷମ ଥିବାବେଳେ ଚଳିତବର୍ଷ ଏହାକୁ ୩୦ଟି ଜିଲ୍ଲାରେ ମିଲେଟ୍ ମିସନ୍ ଆରମ୍ଭ ହେବ। ଏଥିରେ ମାଣ୍ଡିଆ, ବାଜରା ସମେତ ଅନ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନକୁ ଗୁରୁତ୍ବ ଦିଆଯିବ। ଏହାସହ ଓଡ଼ିଶାର ଚାଷୀ ଯେପରି ତୈଳ ବୀଜ, ଉଦ୍ୟାନକୃଷି, ପୁଷ୍ପ କୃଷି ପ୍ରତି ମନ ବଳାଇବେ ସେଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।

ସ୍କିଲ୍‌ଡ ଇନ୍ ଓଡ଼ିଶାକୁ ବିଶ୍ବସ୍ତରୀୟ ଘରୋଇ ବ୍ରା‌ଣ୍ଡ କରାଯିବ
ରାଜ୍ୟ ସରକାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାକୁ ଗୁରୁତ୍ବ ଦେଉଛନ୍ତି। ଏଥିପାଇଁ ସମାଜର ସମସ୍ତ ବର୍ଗଙ୍କ ପାଇଁ ଶସ୍ତା ଏବଂ ସୁଲଭ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଏବଂ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯିବ। ସ୍କିଲ୍‌ଡ ଇନ୍ ଓଡ଼ିଶାକୁ ଏକ ବିଶ୍ବସ୍ତରୀୟ ଘରୋଇ ବ୍ରାଣ୍ଡରେ ପରିଣତ କରାଯିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ ଏବଂ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି। ଏହାସହ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟକୁ ଉତ୍କର୍ଷ ବିଶ୍ବବିଦ୍ୟାଳୟରେ ପରିଣତ କରାଯିବ। ଏଥିପାଇଁ (୨୦୨୩-୨୮) ୫ବର୍ଷରେ ୧୫୦୦କୋଟି ଖର୍ଚ୍ଚ କରାଯିବ। ଭିଏସ୍‌ଏସ୍‌ୟୁଟି ବୁର୍ଲାର ପୁନରୁଦ୍ଧାର ପାଇଁ ୫ବର୍ଷରେ ୨ହଜାର କୋଟି ଖର୍ଚ୍ଚ ହେବ, ଭୁବନେଶ୍ବରର ପାଣ୍ଡରାରେ ବିଶ୍ବ ଦକ୍ଷତା କେନ୍ଦ୍ରର ଦ୍ବିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ୧୦୯.୩୮କୋଟି ଖର୍ଚ୍ଚ ହେବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।