ରାଜ୍ୟ ସ୍ପେଶାଲ ରିପୋର୍ଟ

୫ ବର୍ଷରେ ରବିର ୭ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ଡାଲି, ତୈଳବୀଜ ଚାଷ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଜଳାଭାବଠାରୁ ଆରମ୍ଭ କରି ଆର୍ଥିକ ସମସ୍ୟା; ବିଭିନ୍ନ କାରଣ ପାଇଁ ରବି ଋତୁରେ ରାଜ୍ୟର ୧୭ଲକ୍ଷ ହେକ୍ଟର୍‌ରୁ ଊର୍ଦ୍ଧ୍ବ ଚାଷ ଜମି ପଡ଼ିଆ ପଡ଼ିଥାଏ। ଏଠାରେ ଉତ୍ପାଦିତ ଡାଲି ଏବଂ ତୈଳବୀଜ ରାଜ୍ୟର ଚାହିଦା ପୂରଣ କରିପାରେନାହିଁ। ଏହାକୁ ଦୃଷ୍ଟିରେ ରଖି ୫ବର୍ଷରେ ୭ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ଡାଲି ଏବଂ ତୈଳବୀଜ ଜାତୀୟ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏ ଦିଗରେ ଚଳିତ ବର୍ଷ ୯୦ କୋଟି ଏବଂ ୩ ବର୍ଷ ପାଇଁ ୩୩୩ କୋଟି ଟଙ୍କାର ବଜେଟ ବ୍ୟବସ୍ଥା ହୋଇଥିବା କହିଛି କୃଷି ବିଭାଗ।

ସୂଚନା ଅନୁଯାୟୀ, ରାଜ୍ୟରେ ୮ ଲକ୍ଷ ୬୮ ହଜାର ମେଟ୍ରିକ୍‌ ଟନ୍‌ ଡାଲିର ଆବଶ୍ୟକତା ରହିଛି। ବର୍ତ୍ତମାନ ଖରିଫରେ ୭ ଲକ୍ଷ ଏବଂ ରବିରେ ୧୩ ଲକ୍ଷ ହେକ୍ଟରକୁ ମିଶାଇ ସମୁଦାୟ ୨୦ ଲକ୍ଷ ହେକ୍ଟର ଜମିରେ ଡାଲି ଜାତୀୟ ଫସଲ କରାଯାଏ। କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ବର୍ତ୍ତମାନ ମାଟିର ଉର୍ବରତା ସହ ପୁଷ୍ଟିକର ଖାଦ୍ୟ ଉତ୍ପାଦନ ଏବଂ ଚାଷୀ ଆୟ ବୃଦ୍ଧିକୁ ଗୁରୁତ୍ବ ଦିଆଯାଉଛି। ଏଥିପାଇଁ ଖାଦ୍ୟ ଓ ପୋଷକ ସୁରକ୍ଷା ଯୋଜନା ମାଧ୍ୟମରେ ଅତିରିକ୍ତ ଭାବରେ ୩୧୪ ବ୍ଲକରେ ସମୁଦାୟ ୧ ଲକ୍ଷ ହେକ୍ଟର ଚାଷ ଜମିରେ ଡାଲି ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୭୧ ହଜାର ୫୯୦ ହେକ୍ଟର ଜମିରେ ମୁଗ, ବିରି, ବୁଟ ସମେତ ୪ ପ୍ରକାର ଚାଷ କରାଯାଉଛି। ଏଥିପାଇଁ ହେକ୍ଟର ପିଛା ସରକାରଙ୍କ ପକ୍ଷରୁ ୯ ହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ଯେଉଁଥିରେ ଏକ କିଟ୍‌ରେ ମାଗଣାରେ ବିହନ, ଅଣୁସାର, ଜୈବିକ ସାର, ସମନ୍ବିତ ରୋଗ-ପୋକ ପରିଚାଳନା ପାଇଁ କିଟ୍, କୀଟନାଶକ, ବାୟୋପେଷ୍ଟିସାଇଟ ଆଦି ରହିବ। ଏଥିରେ ଉଭୟ ଚାଷୀ ଏବଂ କୃଷି ବିଭାଗ ବୈଜ୍ଞାନିକମାନଙ୍କ ପାଇଁ ତାଲିମ ଶିବିର ମଧ୍ୟ ଆୟୋଜନ ହେବ। ଏଥିରେ କୃଷି ବିଭାଗକୁ ଓୟୁଏଟି, ଇକ୍ରିସାଟ୍ ଏବଂ ଏମଏସ ସ୍ବାମୀନାଥନ ରିସର୍ଚ ଫାଉଣ୍ଡସେନ ସହଯୋଗ କରୁଛନ୍ତି।

ଚାଷ ଏକ ବ୍ୟୟବହୁଳ କାର୍ଯ୍ୟ ହୋଇଥିବାରୁ ଅନେକ ଚାଷୀଙ୍କ ପକ୍ଷରେ ଖରିଫ ପରେ ଆଉ ଏକ ଚାଷ କରିବା ସମ୍ଭବ ହୋଇନଥାଏ। ତେଣୁ ପଡ଼ିଆ ପଡ଼ିଥିବା ଜମିର ଉପଯୋଗ ପାଇଁ ସରକାର ନିଜେ ସହଯୋଗ କରୁଛନ୍ତି। ଡାଲି ଜାତୀୟ ଫସଲରେ ପାଣିର ଆବଶ୍ୟକତା ନଥିବାରୁ ଏଥିରେ ବିଶେଷ ଅସୁବିଧା ମଧ୍ୟ ହୁଏ ନାହିଁ। ଆସନ୍ତା ବର୍ଷ ୨ ଲକ୍ଷ ହେକ୍ଟର ଜମିରେ ଡାଲି ସହିତ ତୈଳବୀଜ ଫସଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ରବିର ପଡ଼ିଆ ଜମିକୁ ଡାଲି ଜାତୀୟ ଫସଲ କରାଯାଇପାରିଲେ ଉଭୟ ସରକାର ଏବଂ ଲୋକଙ୍କ ପାଇଁ ଲାଭଜନକ ହେବ ଏବଂ ପୁଷ୍ଟିକର ଖାଦ୍ୟ ସୁଲଭ ମୂଲ୍ୟରେ ମିଳିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି। ଖାଦ୍ୟ ସମସ୍ୟା ଦୂର ହେଉଥିଲେ ମଧ୍ୟ ପୁଷ୍ଟିକର ଖାଦ୍ୟ ପାଇଁ ଆଜି ବି ସଂଘର୍ଷ କରୁଛି ଓଡ଼ିଶା। କେବଳ ମିଲେଟ୍ ନୁହେଁ, ସବୁପ୍ରକାର ପୁଷ୍ଟିକର ଖାଦ୍ୟ ଚାଷକୁ ଅଗ୍ରାଧିକାର ଦିଆଯାଉଥିବା କୃଷି ବିଭାଗର ପ୍ରମୁଖ ଶାସନ ସଚିବ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।