ଦେଶ ବିଦେଶ ସ୍ୱାସ୍ଥ୍ୟ

୫ ବର୍ଷରୁ କମ୍ ବୟସର ଶିଶୁଠାରେ ଦେଖାଦେଉଛି ଓମିକ୍ରନର ଏହିସବୁ ଲକ୍ଷଣ, ପିତାମାତା ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ଅପେକ୍ଷା ଓମିକ୍ରନ ବର୍ତ୍ତମାନ ବହୁତ ଦ୍ରୁତଗତିରେ ଚାରିଆଡ଼େ ବ୍ୟାପିବାରେ ଲାଗିଛି । ତେଣୁ ଏଥିରେ ଅଧିକ ଲୋକ ସଂକ୍ରମିତ ହେବା ନେଇ ଏକ୍ସପର୍ଟମାନେ ପୂର୍ବାନୁମାନ କରିଛନ୍ତି । ଭାଇରସ୍ ଉଭୟ ବୟସ୍କ ଓ ଶିଶୁଙ୍କୁ ପ୍ରଭାବିତ କରୁଛି । ଏଥିସହ ଉଭୟଙ୍କଠାରେ ଓମିକ୍ରନର ଭିନ୍ନ ଭିନ୍ନ ଲକ୍ଷଣମାନ ମଧ୍ୟ ଦେଖିବାକୁ ମିଳୁଛି । ଶିଶୁଙ୍କଠାରେ ଓମିକ୍ରନର ଲକ୍ଷଣକୁ ନେଇ ପିତାମାତା ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବା ଦରକାର ।

ତେବେ ବୟସ୍କ ଓ ଶିଶୁଙ୍କ ଠାରେ ବୁଖାର, ଥକାପଣ, ଖାସ, ସ୍ୱାଦ ଓ ଗନ୍ଧ ବାରି ନ ପାରିବା ପରି କିଛି ଲକ୍ଷଣ ସାଧାରଣ ଭାବେ ଦେଖାଦେଇଥାଏ । ଡାକ୍ତରଙ୍କ ମତରେ, କିଛି ଶିଶୁଙ୍କଠାରେ ହାର୍ଟ, ଫୁସଫୁସ୍, ରକ୍ତ ବାହିକା, କିଡନୀ, ପାଚନ ତନ୍ତ୍ର, ମସ୍ତିଷ୍କ, ଚର୍ମ, ଆଖିରେ ଗମ୍ଭୀର ସୂଜନ ଦେଖାଯାଉଛି । ନିକଟରେ ୫ ବର୍ଷରୁ କମ୍ ବୟସର ଏକ ଶିଶୁଠାରେ ଓମ୍ରିକନ କାରଣରୁ କ୍ରୁପ ନାମକ ଏକ ବିମାରୀ ହୋଇଥିବା ଜଣାପଡ଼ିଥିଲା, ଯାହାଫଳରେ କି ଶିଶୁଟି ଖାସୁଥିବା ଦେଖାଯାଇଥିଲା । ତେବେ ଓମିକ୍ରନକୁ ନେଇ ବର୍ତ୍ତମାନ ବୈଜ୍ଞାନିକମାନେ ରିସର୍ଚ୍ଚ ଜାରି ରଖିଥିବା ବେଳେ ଛୋଟ ପିଲାଙ୍କର ଏହିସବୁ ଲକ୍ଷଣକୁ ନେଇ ଅଣଦେଖା କରିବା ଅନୁଚିତ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ