ରାଜ୍ୟ ସ୍ପେଶାଲ ରିପୋର୍ଟ

୫ ଦେଶ ପାଖରେ ବିଶ୍ବ ଜିଡିପିର ଅଧାରୁ ଅଧିକ

ୱାସିଂଟନ : ୨୦୨୨ ମସିହା ବିଶ୍ବ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ ଥିଲା। ଏହି ବର୍ଷ ବିଶ୍ବର ଜନସଂଖ୍ୟା ୮୦୦ କୋଟି ଟପିଛି। ଏଥିସହିତ ବିଶ୍ବ ଅର୍ଥନୀତିର ଆକାର ୧୦୦ ଲକ୍ଷ କୋଟି ଡଲାର ଅତିକ୍ରମ କରି ୧୦୧.୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି। ‌ବିଶ୍ବର ଦ୍ବିତୀୟ ବୃହତ୍ ଜନବହୁଳ ଦେଶ ଭାରତ ଚଳିତବର୍ଷ ବିଶ୍ବର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହୋଇଛି। ବ୍ରିଟେନକୁ ଅତିକ୍ରମ କରି ଭାରତ ଏହି ସ୍ଥାନ ହାସଲ କରିଛି।

ତେବେ ବିଶ୍ବ ଅର୍ଥନୀତିରେ ବୈଷମ୍ୟକୁ ନେଇ ଚିନ୍ତା ସୃଷ୍ଟି ହୋଇଛି। ବିଶ୍ବର ୫ଟି ବଡ଼ ଅର୍ଥନୀତି ପାଖରେ ଅଧାରୁ ଅଧିକ ଜିଡିପି ରହିଛି। ସେହି ପାଞ୍ଚଟି ଦେଶ ହେଲା ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ଜାପାନ, ଜମାର୍ନୀ ଏବଂ ଭାରତ। ୧୦୧.୬ ଲକ୍ଷ କୋଟି ଡଲାରର ଜିଡିପିରୁ ଆମେରିକା ନିକଟରେ ୨୫,୦୩୫ ବିଲିଅନ ଡଲାର, ଚୀନ ନିକଟରେ ୧୮,୩୨୧ ବିଲିଅନ ଡଲାର, ଜାପାନ ପାଖରେ ୪୩୦୦ ବିଲିଅନ ଡଲାର, ଜର୍ମାନୀ ନିକଟରେ ୪୦୩୧ ବିଲିଅନ ଡଲାର ଏବଂ ଭାରତ ପାଖରେ ୩୪୬୮ ବିଲିଅନ ଡଲାରର ଜିଡିପି ରହିଛି। ଏମାନଙ୍କ ପଛକୁ ଯଥାକ୍ରମେ ବ୍ରିଟେନ, ଫ୍ରାନ୍ସ, କାନାଡ଼ା, ରୁଷିଆ ଏବଂ ଇଟାଲି ଷଷ୍ଠରୁ ଦଶମ ସ୍ଥାନ ମଧ୍ୟରେ ରହିଛନ୍ତି। ବ୍ରିଟେନ ନିକଟରେ ୩୧୯୮ ବିଲିଅନ ଡଲାର, ଫ୍ରାନ୍ସ ନିକଟରେ ୨୭୭୮ ବିଲିଅନ ଡଲାର, କାନାଡ଼ା ନିକଟରେ ୨୨୦୦ ବିଲିଅନ ଡଲାର, ରୁଷିଆ ନିକଟରେ ୨୧୩୩ ବିଲିଅନ ଡଲାର ଏବଂ ଇଟାଲି ନିକଟରେ ୧୯୯୭ ବିଲିଅନ ଡଲାର ଜିଡିପି ରହିଛି। ଶୀର୍ଷ ୧୦ଟି ସ୍ଥାନରେ ଥିବା ଅର୍ଥନୀତିର ମୋଟ ଜିଡିପି ବିଶ୍ବ ଜିଡିପିର ୬୬ ପ୍ରତିଶତ ଏବଂ ଶୀର୍ଷ ୨୫ଟି ଅର୍ଥନୀତିର ଅଂଶ ୮୪ ପ୍ରତିଶତ ବୋଲି ଜଣାଯାଇଛି।

ଅନ୍ୟପକ୍ଷରେ ବିଶ୍ବର ସବୁଠୁ ଛୋଟ ଅର୍ଥନୀତି ତୁବାଲୁ। ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୬୪ ନିୟୁତ ଡଲାର। ବିଶ୍ବରେ ପ୍ରାୟ ୧ ଡଜନ ଦେଶ ଅଛନ୍ତି ଯେଉଁମାନଙ୍କ ଜିଡିପି ୧ ବିଲିଅନ ଡଲାରରୁ କମ।

୨୦୨୩ ବିଶ୍ବ ଅର୍ଥନୀତି ପାଇଁ ଅନିଶ୍ଚିତତାର ବର୍ଷ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।