ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫ ଟ୍ରିଲିଅନ ଡଲାର ଅର୍ଥନୀତି ସ୍ବପ୍ନ; ୨୦୨୯ ପୂର୍ବରୁ ସମ୍ଭବ ନୁହେଁ: ଆଇଏମ୍ଏଫ୍

ନୂଆଦିଲ୍ଲୀ: ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବା ଲାଗି ଭାରତ ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ନିର୍ଧାରିତ ସମୟରେ ହାସଲ ହୋଇପାରିବ ନାହିଁ। ଏଥିପାଇଁ ଭାରତକୁ ଅତିକମ୍‌ରେ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ପକ୍ଷରୁ କୁହାଯାଇଛି। ୨୦୨୪-୨୫ ସୁଦ୍ଧା ଭାରତକୁ ପାଞ୍ଚ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ରଖିଛନ୍ତି। ୨୦୨୮-୨୯ ଆର୍ଥିକ ବର୍ଷ ପୂର୍ବରୁ ସେହି ଲକ୍ଷ୍ୟ ହାସଲ ହେବା ସମ୍ଭବ ନୁହେଁ ବୋଲି ଆଇଏମ୍ଏଫ୍ କହିଛି। ଭାରତକୁ ୨୦୨୪-୨୫ ସୁଦ୍ଧା ୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ‌ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ଏହି ଲକ୍ଷ୍ୟ ହାସଲ ହେଲେ ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥନୈତିକ ମହାଶକ୍ତିରେ ପରିଣତ ହେବ। ଆମେରିକା ଓ ଚୀନ୍‌ ପଛକୁ ଏହା ରହି ଅନ୍ୟ ସବୁ ଦେଶକୁ ପଛରେ ଛାଡ଼ିଦେବ। ଭାରତୀୟ ଟଙ୍କା ହିସାବରେ ୨୦୨୦-୨୧ରେ ଭାରତୀୟ ଅର୍ଥନୀତିର ମୂଲ୍ୟ ୧୯୮ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୭-୨୮ ସୁଦ୍ଧା ତାହା ୪୬୪.୧୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ଅଭିବୃଦ୍ଧି ସମ୍ପର୍କରେ ଏହି ଆନ୍ତର୍ଜାତିକ ଅନୁଷ୍ଠାନ ଜଣାଇଛି ଯେ ୨୦୨୨-୨୩ରେ ଭାରତର ଅଭିବୃଦ୍ଧି ୮.୨% ରହିବ ଓ ୨୦୨୩-୨୪ରେ ତାହା ୬.୯ ପ୍ରତିଶତକୁ ଖସିଆସିବାର ଆଶଙ୍କା ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ