ଦେଶ ବିଦେଶ ମନୋରଞ୍ଜନ

୫ ଘଣ୍ଟା ଧରି ଐଶ୍ୱର୍ଯ୍ୟାଙ୍କୁ ପଚରାଉଚରା କଲା ଇଡି, ଜାଣନ୍ତୁ କ’ଣ ରହିଛି ପୁରା ମାମଲା

ନୂଆଦିଲ୍ଲୀ ୨୧/୧୨: ପାନାମା ପେପର୍ସ ଲିକ୍ ମାମଲାକୁ ନେଇ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ଚର୍ଚ୍ଚାରେ। ସୋମବାର ଦିନ ପାନାମା ପେପର ମାମଲାରେ ପଚରାଉଚରା ପାଇଁ ଐଶ୍ୱର୍ଯ୍ୟା ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ। ଯେଉଁଠାରେ ତାଙ୍କୁ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ବୈଦେଶିକ ବିନିମୟ ପରିଚାଳନା ଅଧିନିୟମର ବ୍ୟବସ୍ଥା ଅନୁଯାୟୀ ଐଶ୍ୱର୍ଯ୍ୟାଙ୍କୁ ଇଡି ପ୍ରଶ୍ନ କରିଥିଲା। ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନୀ ଐଶ୍ୱର୍ଯ୍ୟା ରାୟଙ୍କ ଏକ ଫଟୋ କୋଲାଜ ସେୟାର କରିଛନ୍ତି, ଯେଉଁଥିରେ ସେ ଇଡି ଅଫିସରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। ପୋଷ୍ଟ ଉପରେ କମେଣ୍ଟ ଦେଇ ସୋସିଆଲ ମିଡିଆ ୟୁଜର୍ସ ଏହି ପ୍ରସଙ୍ଗରେ ନିଜର ମତ ଦେଉଛନ୍ତି।

ଏହି ମାମଲାରେ ଐଶ୍ୱର୍ଯ୍ୟାଙ୍କୁ ପୂର୍ବରୁ ଦୁଇଥର ଡକାଯାଇଥିଲା, କିନ୍ତୁ ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ଇଡି ଐଶ୍ୱର୍ଯ୍ୟାଙ୍କୁ ଫେମା ମାମଲାରେ ଡକାଇଥିଲା। ଏହି ସମନ ନଭେମ୍ବର ୯ ରେ ବଚ୍ଚନ ପରିପବାରର ବାସଭବନକୁ ପଠାଯାଇଥିଲା। ଏହାର ଉତ୍ତର ୧୫ ଦିନ ମଧ୍ୟରେ ମଗାଯାଇଥିଲା। ଐଶ୍ୱର୍ଯ୍ୟା ଇମେଲ ମାଧ୍ୟମରେ ଇଡିକୁ ଜବାବ ଦେଇଥିଲେ। ମାମଲାର ଅନୁସନ୍ଧାନ କରୁଥିବା ଏସଆଇଟିରେ ଇଡି, ଇନକମ ଟ୍ୟାକ୍ସ ଏବଂ ଅନନ୍ୟ ଏଜେନ୍ସି ଅନ୍ତର୍ଭୁକ୍ତ।

ପାନାମା ପେପର୍ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ ଲିକ୍ ହୋଇଥିଲା। ଏହି ତଥ୍ୟ ଜର୍ମାନୀର ଖବରକାଗଜ Süddeutsche Zeitung (SZ) ଦ୍ୱାରା ଏପ୍ରିଲ୍ ୩ ୨୦୧୬ ରେ ପାନାମା ପେପର୍ସ ନାମରେ ପ୍ରକାଶିତ ହୋଇଥିଲା। ଏଥିରେ ଭାରତ ସମେତ ୨୦୦ ଟି ଦେଶର ରାଜନେତା, ବ୍ୟବସାୟୀ, ସେଲିବ୍ରେଟିଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ଯେଉଁମାନଙ୍କ ଉପରେ ମନି ଲଣ୍ଡରିଂର ଅଭିଯୋଗ ହୋଇଥିଲା। ଲିଷ୍ଟରେ ୩୦୦ ଭାରତୀୟଙ୍କ ନାମ ସାମିଲ ଥିଲା। ଐଶ୍ୟର୍ଯ୍ୟାଙ୍କ ବ୍ୟତୀତ ଏଥିରେ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ସାମିଲ ଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ