ଅପରାଧ ରାଜ୍ୟ

୫୭ ବର୍ଷ ହେଲା ପାକ୍‌ ଜେଲରେ ବନ୍ଦୀ ଭଦ୍ରକର ଆନନ୍ଦ ପତ୍ରୀ

କୋଠାର: ଭାରତ-ପାକିସ୍ଥାନ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଲ୍ୟାଣୀ ଗ୍ରାମର ଆନନ୍ଦ ପତ୍ରୀ ୧୯୬୫ ମସିହାରୁ ପାକିସ୍ଥାନର ଲାହୋର ଜେଲ୍‌ରେ ବନ୍ଦୀ ହୋଇ ରହିଛନ୍ତି। ଆନନ୍ଦ ପତ୍ରୀଙ୍କ ପୁଅ ବିଦ୍ୟାଧର ୨୦୦୩ ମସିହା ଫେବ୍ରୁଆରି ୭ ତାରିଖରେ ଗଣମାଧ୍ୟମରେ ବାପାଙ୍କ ଫଟୋ ଦେଖି ଚିହ୍ନିବା ପରେ ସେବେଠାରୁ ବାପାଙ୍କ ମୁକ୍ତି ପାଇଁ ଚେଷ୍ଟା କରି ଆସୁଛନ୍ତି। ତତ୍କାଳୀନ ମନ୍ତ୍ରୀ ମନମୋହନ ସାମଲଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ସହିତ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଓ ବୈଦେଶିକ ସଚିବ ଶିବଶଙ୍କର ମେନନ୍‌ଙ୍କୁ ସାକ୍ଷାତ କରି ବାପାଙ୍କ ମୁକ୍ତି ପାଇଁ ଅନୁରୋଧ କରିଥିଲେ।

ବୈଦେଶିକ ବିଭାଗ ଅନୁଧ୍ୟାନରୁ ଜଣାପଡ଼ିଥିଲା ଯେ, ପାକିସ୍ଥାନ ଲାହୋରର ଲାଜପତ ଜେଲ୍‌ରେ ବନ୍ଦୀ ଥିବା ନସିମ୍ ଗୋପାଲଙ୍କ ଚେହେରା ସହିତ ଆନନ୍ଦଙ୍କ ଚେହେରା ମେଳ ଖାଉଛି। ତେଣୁ ସେ ହିଁ ଆନନ୍ଦ ପତ୍ରୀ ହୋଇଥିବେ ବୋଲି ପରିବାର ଦାବି କରିଥିଲେ। କିନ୍ତୁ ମାନସିକ ଭାରସାମ୍ୟ ହରାଇଥିବା ଯୋଗୁଁ ତାଙ୍କ ସଂପର୍କରେ ଅଧିକ ତଥ୍ୟ ଜାଣିବା ସମ୍ଭବ ହୋଇନଥିଲ। ତେବେ ଭାରତ ସରକାର ତାଙ୍କ ମୁକ୍ତି ପାଇଁ ବ୍ୟବସ୍ଥା କରିବେ ବୋଲି କହିଥିଲେ। ବିଦ୍ୟାଧର ମଧ୍ୟ ସେ ସମୟରେ କଲିକତାର ଏକ ସାମାଜିକ ଅନୁଷ୍ଠାନର ସଂପାଦକ ଉତ୍ପଳ ରାୟଙ୍କ ସହାୟତାରେ ଚଣ୍ଡୀଗଡ଼ ହୋଟେଲ ତାଜ୍‌ଠାରେ ପାକିସ୍ଥାନର ସ୍ବତନ୍ତ୍ର ଦୂତ ହମିଦ୍‌ ଅନସାରୀ ପାରାନିଙ୍କୁ ଭେଟି ତାଙ୍କ ବାପାଙ୍କୁ ଛାଡ଼ିଦେବାକୁ ଅନୁରୋଧ କରିଥିଲେ।

ଯୁଦ୍ଧବନ୍ଦୀ ପ୍ରତ୍ୟର୍ପଣ ନୀତି ଅନୁସାରେ ତାଙ୍କ ବାପାଙ୍କୁ ୱାଘା ସୀମାରେ ଛାଡ଼ିଦିଆଯିବ ବୋଲି ଶ୍ରୀ ପାରାନି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ୨୦୦୩ ମସିହାରୁ ଆଜି ପର୍ଯ୍ୟନ୍ତ ଆନନ୍ଦ ପତ୍ରୀଙ୍କ ମୁକ୍ତି ସଂପର୍କରେ ଭାରତ ସରକାର କିମ୍ବା ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଏବେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଦ୍ୟାଧରଙ୍କ ମନରେ ଆଶା ସଞ୍ଚାର ହୋଇଛି। ବାପା ଆନନ୍ଦଙ୍କୁ ପାକିସ୍ତାନରୁ ଜେଲରୁ ଖଲାସ କରିବାକୁ ମହାମହିମ୍ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବେ ବୋଲି ସେ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।