ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୫୦ ବର୍ଷର ବିଜ୍ଞାନଜନିତ ସମସ୍ୟାର ସମାଧାନ କଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ୍

ନୂଆଦିଲ୍ଲୀ ୦୧/୧୨ : ପ୍ରାୟ ୫୦ ବର୍ଷ ଧରି, ଅନୁସନ୍ଧାନକାରୀମାନେ ପୂର୍ବାନୁମାନ କରିବାକୁ ଚେଷ୍ଟା କରିଛନ୍ତି ଯେ ପ୍ରୋଟିନ୍ କିପରି ତାର ଥ୍ରୀ-ଡାଇମେନ୍ସନାଲ୍ ଗଠନ କରେ । ଏହାକୁ ସମାଧାନ କରିବା ଏତେ ସହଜ ମଧ୍ୟ ନୁହେଁ । ଗୁଗୁଲର ଡିପମାଇଣ୍ଡ, “ଆଲଫା ଫୋଲ୍ଡ” ନାମକ ଏକ କୃତ୍ରିମ ପ୍ରୋଗ୍ରାମ ସୃଷ୍ଟି କରିଥିବା ଦାବି କରିଛି । ଯାହାକି କିଛି ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାରେ ସକ୍ଷମ ହୋଇପାରିବ ବୋଲି ଆଶା କରାଯାଉଛି । ଡିପମାଇଣ୍ଡ ଆଲଫା ଫୋଲ୍ଡର ଉନ୍ନତ ପ୍ରଣାଳୀ ଏକ ବୃହତ ଶୈକ୍ଷିକ ପ୍ରଣାଳୀ ଯାହାକି ପରମାଣୁର ଓସାର ମଧ୍ୟରେ ପ୍ରୋଟିନର ଗଠନକୁ ସଠିକ୍ ଭାବରେ ପୂର୍ବାନୁମାନ କରିପାରିବ ।

ମେରିଲ୍ୟାଣ୍ଡ ୟୁନିଭରସିଟିର ପ୍ରଫେସର ଜନ୍ ମଲ୍ଟଙ୍କ ଅନୁଯାୟୀ, ଏକ ଗୁରୁତର ସମସ୍ୟାର ସମାଧାନ ପାଇଁ AIକୁ ପ୍ରଥମଥର ପାଇଁ ବ୍ୟବହାର କରଯାଇଛି । ପରୀକ୍ଷଣ ସମୟରେ, ଡିପମାଇଣ୍ଡ ଆଲଫା ଫୋଲ୍ଡ ପାଇଁ ଏକ ନୂଆ ଡିପ-ଲର୍ଣ୍ଣିଂ ସିଷ୍ଟମ୍ ଆରଚିଟେକଚର୍ ବ୍ୟବହାର କରିଥିଲା ଯାହାକି 3D ପ୍ରୋଟିନର ‘ସ୍ପେସାଲ୍ ଗ୍ରାଫ୍’ କୁ ଚିହ୍ନିବାରେ ସକ୍ଷମ ହୋଇଥିଲା । ସେମାନଙ୍କର ଆକୃତି ମଲିକୁଲାର ଗଠନ ବିଷୟରେ ପୂର୍ବାନୁମାନ କରିଥିଲା ।

ଯଦି ଏହା ପୂର୍ବଯୋଜନା ଅନୁଯାୟୀ ଚାଲେ ତେବେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆଗାମୀ ଏକ ଦଶନ୍ଧୀ ମଧ୍ୟରେ ଏହାର ସମାଧାନ କରାଯାଇପାରିବ । ୧୯୯୪ ମସିହାରୁ ବୈଜ୍ଞାନିକମାନେ ଏହାର ଅନୁସନ୍ଧାନ ଜାରିରଖିଛନ୍ତି । |

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି