ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫୦,୦୦୦ ବର୍ଷ ପରେ ପୃଥିବୀ ଆଡ଼କୁ ମାଡ଼ିଆସୁଛି ଧୂମକେତୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ୱାସିଂଟନ : ଧୂମକେତୁ ସି/୨୦୨୨ ଇ୩ (ଜେଡ୍‌ଟିଏଫ୍‌) ୫୦,୦୦୦ ବର୍ଷ ପରେ ପୃଥିବୀ ଆଡ଼କୁ ଆସୁଛି। ଏହାର ଫଟୋ ଉତ୍ତୋଳନ କରିବା ପାଇଁ ଜ୍ୟୋତିର୍ବିଜ୍ଞାନପ୍ରେମୀ ଫଟୋଗ୍ରାଫରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। କାରଣ ହିନ୍ଦୁମତ ଅନୁସାରେ ଯଦି ପୁନର୍ଜନ୍ମକୁ ବିଶ୍ବାସ କରାଯାଏ, ତେବେ ଏହା ହୁଏତ ଆଉ ଅନେକ ହଜାର ଜନ୍ମ ପରେ ପୁଣି ଥରେ ଦେଖିବାକୁ ମିଳିବ। ଏହା ପୂର୍ବରୁ ଏହି ଧୂମକେତୁ ଶେଷଥର ପାଇଁ ନିଅନଡର୍ଟାଲ ଯୁଗରେ ପୃଥିବୀର ନିକଟତର ହୋଇଥିଲା। ନାସାର କହିବା ଅନୁସାରେ ମାର୍ଚ୍ଚ ୨୦୨୨ରେ କାଲିଫର୍ଣ୍ଣିଆ-ସ୍ଥିତ ଜ୍ବିକି ଟ୍ରାଞ୍ଜିଏଣ୍ଟ ଫାସିଲିଟି ଦ୍ବାରା ପ୍ରଥମେ ଏହି ଧୂମକେତୁର ଆବିଷ୍କାର କରାଯାଇଥିଲା।

ନାସା ବୈଜ୍ଞାନିକଙ୍କ କହିବା ଅନୁସାରେ, ଜାନୁଆରି ୧୩ ତାରିଖରେ ଏହି ଧୂମକେତୁ ସୂର୍ଯ୍ୟଙ୍କର ନିକଟତମ ହେବ। ଆସନ୍ତା ଫେବ୍ରୁଆରି ପହିଲାରେ ଏହା ପୃଥିବୀର ନିକଟତମ ହେବ ଏବଂ ସେହି ନିକଟତମ ଦୂରତା ହେଉଛି ୪୨ ନିୟୁତ କିଲୋମିଟର, ଯାହା ଚନ୍ଦ୍ର ଓ ପୃଥିବୀ ମଧ୍ୟସ୍ଥ ଦୂରତାର ୧୦୯ ଗୁଣ। ବର୍ତ୍ତମାନ ସୂର୍ଯ୍ୟଙ୍କ ନିକଟତର ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟଙ୍କ ଆକର୍ଷଣରେ ଟାଣିହୋଇ ଏହାର ଲାଞ୍ଜ ଲମ୍ବୁଥିଲେ ଏବଂ ଉଜ୍ଜ୍ବଳତା ବୃଦ୍ଧି ପାଇଥିଲେ ମଧ୍ୟ ବିନା ଦୂରବୀକ୍ଷଣ ଯନ୍ତ୍ରରେ ଏହାକୁ ଦେଖିବା ଏବେ ସମ୍ଭବ ହେଉନାହିଁ।

ତେବେ ଆଉ କିଛି ଦିନ ପରେ ଉତ୍ତର ଗୋଲାର୍ଦ୍ଧର ଦର୍ଶକଙ୍କ ଦ୍ବାରା ବାଇନୋକୁଲାର ସାହାଯ୍ୟରେ ଏହାକୁ ଦେଖିହେବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ବର୍ତ୍ତମାନ ଗଣମାଧ୍ୟମଗୁଡ଼ିକରେ ଏହାର ଯେଉଁ ଫଟୋ ପ୍ରକାଶ ପାଉଛି ତାହା ହେଉଛି ନାସା ଦ୍ବାରା ଗତ ଡିସେମ୍ବର ୧୯ରେ ଉଠାଯାଇଥିବା ଫଟୋ। ଯେଉଁମାନେ ଏହି ଧୂମକେତୁକୁ ପେରିହେଲିଅନ (ସୂର୍ଯ୍ୟଙ୍କଠାରୁ ନିକଟତମ) ଅବସ୍ଥାରେ ଦେଖିବାକୁ ଚାହାନ୍ତି ସେମ‌ାନେ ଜାନୁଆରି ୧୩ରେ ମହାକାଶବିଜ୍ଞାନୀ ଜିଆନଲୁସା ମାସିଙ୍କ ଭର୍ଚୁଆଲ ଟେଲିସ୍କୋପ୍ ପ୍ରୋଜେକ୍ଟର ୟୁଟ୍ୟୁବ୍ ଚାନେଲର ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ଦେଖିପାରିବେ।

ଧୂମକେତୁ ହେଉଛି ଆମ ସୌରଜଗତର ଅଂଶ ଏକ ମହାକାଶୀୟ ପିଣ୍ଡ। ଏଗୁଡ଼ିକ ଅତ୍ୟନ୍ତ ଅଣ୍ଡାକାର ପଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରନ୍ତି। ଯେତେବେଳେ ସୂର୍ଯ୍ୟଙ୍କ ନିକଟତର ହୁଅନ୍ତି ସୂର୍ଯ୍ୟଙ୍କ ଆକର୍ଷଣରେ ବାଷ୍ପୀୟ ପଦାର୍ଥ ଟାଣିହୋଇ ଏକ ଉଜ୍ଜ୍ବଳ ଲମ୍ବା ଲାଞ୍ଜ ବାହାରିବା ପରି ଦେଖାଯାଏ। ସେଥିପାଇଁ ଏହାକୁ ଲଞ୍ଜାତାରା ମଧ୍ୟ କୁହାଯାଏ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ