ରାଜ୍ୟ ସ୍ପେଶାଲ ରିପୋର୍ଟ

୫ମ ପାଳିର ଚାରିବର୍ଷ ପରେ: ନବୀନଙ୍କ ଫର୍ମୁଲା, ବିଶ୍ବକୁ ଆକର୍ଷିତ କଲା ଓଡ଼ିଶା

ଗତ ଦଶନ୍ଧିରେ ଯେତେ ଶିଳ୍ପ ସଂସ୍ଥା ଓଡ଼ିଶା ଆସିଲେ, ସେମାନଙ୍କ ମଧ୍ୟରୁ ଅନେକଙ୍କ ନଜର ଥିଲା ଓଡ଼ିଶାର ଖଣି ଉପରେ। ଆମେ ସରଳ ଭାବେ କହିପାରିବା ଯେ ଖଣିଜ ସଂପଦ ପାଇଁ ଓଡ଼ିଶାକୁ ପୁଞ୍ଜିନିବେଶକାରୀମାନେ ଆଖି ପକାଇଥିଲେ। ସେ ଇସ୍ପାତ କ୍ଷେତ୍ର ହେଉ କି ତାପଜ ବିଦ୍ୟୁତ୍। ହେଲେ ଆଜି ଦିନରେ ଓଡ଼ିଶା ପ୍ରତି ନିବେଶକମାନେ ଆକର୍ଷିତ ହେବାର କାରଣ କେବଳ ଏହି ଗୋଟିଏ କ୍ଷେତ୍ର ଉପରେ ସୀମିତ ନାହିଁ। ବରଂ ଖାଦ୍ୟ ପ୍ରକ୍ରିୟାକରଣ ଠାରୁ ଆରମ୍ଭ କରି ଆନୁଷଙ୍ଗିକ ଓ ପର୍ଯ୍ୟଟନ ଶିଳ୍ପ ସବୁ କ୍ଷେତ୍ରରେ ଓଡ଼ିଶା ଢେର୍ ଆଗରେ। କେବଳ ୨୦୨୨-୨୩ ଆର୍ଥିକ ବର୍ଷ ଉପରେ ନଜର ପକାଇଲେ, ପରିସଂଖ୍ୟାନ କହୁଛି, ଓଡ଼ିଶା ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରି ରେକର୍ଡ ସୃଷ୍ଟି କରିଛି। ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌କୁ ଅସ୍ତ୍ର କରି ରାଜ୍ୟ ସରକାର ପୁଞ୍ଜିନିବେଶକାରୀଙ୍କୁ ନିଜ ଆଡ଼କୁ ଟାଣିବାରେ ସଫଳ ହୋଇଛନ୍ତି। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ଏହି କନ୍‌କ୍ଲେଭ୍‌ର ୨୦୨୩ ସଂସ୍କରଣ ଉପରେ ନଜର ପକାଇଲେ ଯେ କେହି ଏକଥା ସହଜରେ ବୁଝିପାରିବେ। ଏହି ଗୋଟିଏ ବର୍ଷରେ ସରକାର ୧୦.୫ ଲକ୍ଷ କୋଟି ଟଙ୍କା ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛନ୍ତି। ଯେବେ ଏସବୁ ପ୍ରସ୍ତାବ ବାସ୍ତବତାର ରୂପ ନେବ, ସେବେ ୧୦ ଲକ୍ଷ ଲୋକଙ୍କ ପାଇଁ ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରେ।

ସ୍ଥିର ସରକାର, ଆଖି ପିଛୁଳାକେ ମଞ୍ଜୁରି, ଅନୁମୋଦନ
ଉନ୍ନତ ଆଇନ ଶୃଙ୍ଖଳା ସ୍ଥିତି ଓ ନିଷ୍ପତ୍ତି ଗ୍ରହଣରେ ତତ୍ପରତା
ଏଥର ୧୦.୫ଲକ୍ଷ କୋଟିର ଆସିଛି ପୁଞ୍ଜିନିବେଶ ପ୍ରସ୍ତାବ

କେବଳ ସେତିକି ନୁହେଁ, ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତ ରାଜନୀତିରେ ଆଉ ଗୋଟିଏ ନୂଆ ସଙ୍କେତ ଦେଇଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ଯେବେ ବିକାଶର ମଙ୍ଗ ଧରନ୍ତି, ସେବେ ବିଶ୍ବ ଦେଶ ନୁହେଁ, ଯେ କୌଣସି ପ୍ରଦେଶ ପ୍ରତି ଆକର୍ଷିତ ହେବାର ସାମର୍ଥ୍ୟ ରଖେ। ଏଥର କନ୍‌କ୍ଲେଭ୍‌ରେ ଜାପାନ, ଜର୍ମାନି, ନରୱେ, ନେପାଳ, ବାଂଲାଦେଶ, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଇସ୍ରାଏଲ୍‌, ଚୀନ୍, ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ୍‌ରୁ ନିବେଶକ ଓ ଶିଳ୍ପ ପ୍ରତିନିଧିମାନେ ଅଂଶଗ୍ରହଣ କରିବା ଏହାର ଗୋଟିଏ ଉଦାହରଣ ମାତ୍ର। ଅର୍ଥାତ୍ ଓଡ଼ିଶାର ମେକ୍ ଇନ୍ ଓଡ଼ି‌ଶା ଏବେ ସାରା ଦେଶର ନୁହେଁ ବରଂ ବିଶ୍ବର ଦୃଷ୍ଟି ଆକର୍ଷଣ କରିବାରେ ସମର୍ଥ ହୋଇଛି। ପୋହାଙ୍ଗ ଷ୍ଟିଲ୍ କଂପାନି ପୋସ୍କୋର ତିକ୍ତ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏବେ ନିବେଶକମାନଙ୍କୁ ନିଜେ ଭରସା ଦେବା ଲାଗି ଗୋଡ଼ କାଢ଼ିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତ୍ୟକ୍ଷ ଭାବେ ଦୁବାଇ ଓ ଜାପାନ ଆଦିରେ ଆୟୋଜିତ ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରି ରାଜ୍ୟର ପ୍ରଗତି, ସମ୍ଭାବନା ଓ ସଂପଦ ସଂପର୍କରେ ବୁଝାଇଥିଲେ। ଏଥିସହିତ ବିଭିନ୍ନ କ୍ଷେତ୍ରରେ ନିବେଶ ଲାଗି ରହିଥିବା ସୁଯୋଗ ବିଷୟରେ ଅବଗତ କରାଇଥିଲେ। ସ୍ଥିର ସରକାର, ଆଖି ପିଛୁଳାକେ ମଞ୍ଜୁରି ବା ଅନୁମୋଦନ, ଉନ୍ନତ ଆଇନ ଶୃଙ୍ଖଳା ସ୍ଥିତି ଓ ନିଷ୍ପତ୍ତି ଗ୍ରହଣରେ ସରକାରଙ୍କ ତତ୍ପରତା ଏସବୁ ନିବେଶକଙ୍କ ସାମ୍ନାରେ ନବୀନଙ୍କର ଗୋଟିଏ ଗୋଟିଏ ସୂତ୍ର ଥିଲା।

ସ୍ମରଣଥାଉକି, ନିବେଶକଙ୍କ ପାଇଁ ଅନେକ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ପ୍ରଦାନ କରିବା ଲାଗି ସରକାର ଶିଳ୍ପ ନୀତି ୨୦୨୨ରେ ବ୍ୟବସ୍ଥା କରିଛନ୍ତି। କେବଳ ଖଣି ଓ ଧାତବ କ୍ଷେତ୍ର ବା ଆଇଟି ନୁହେଁ; ବରଂ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଏରୋ‌ସ୍ପେସ୍, ପ୍ରତିରକ୍ଷା, ଷ୍ଟାର୍ଟଅପ୍, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ହୋଟେଲ୍ ଓ ଆତିଥେୟତା, ଇଲେକ୍ଟ୍ରିକ୍ ଯାନ ଓ ଶିକ୍ଷା ଆଦି କ୍ଷେତ୍ର ଲାଗି ନିବେଶ ଆଣିବା ଉପରେ ମଧ୍ୟ ରାଜ୍ୟ ସରକାରଙ୍କ ଶିଳ୍ପ ବିଭାଗଏବେ ଗୁରୁତ୍ବ ପ୍ରଦାନ କରୁଛି।
ରାଜ୍ୟକୁ ଆସୁଥିବା ପୁଞ୍ଜିନିବେଶ ପ୍ରସ୍ତାବଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ସେଥିପାଇଁ ନିୟମିତ ବ୍ୟବଧାନରେ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କତ୍ତୃର୍ପକ୍ଷ ଓ ଉଚ୍ଚ ସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷଙ୍କ ବୈଠକ ବସୁଛି। ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହେବ ସେଥିପାଇଁ ଜିଲ୍ଲା ସ୍ତରରେ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାରେ ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭୂମିକା ନିର୍ବାହ କରୁଛନ୍ତି। ଇତି ମଧ୍ୟରେ ଓଡ଼ିଶା ଆଇଟି ଓ କନ୍‌ସଲ୍‌ଟିଂ ଶିଳ୍ପ ଲାଗି ଏକ ପ୍ରମୁଖ ପେଣ୍ଠସ୍ଥଳରେ ପରିଣତ ହୋଇଛି। ପିଡବ୍ଲୁସି, ଡେଲଏଟ୍‌, ଆଇବିଏମ୍ ଓ କନ୍‌ସେଣ୍ଟ୍ରିକ୍ସ ଭଳି ବିଶ୍ବସ୍ତରୀୟ ସଂସ୍ଥା ଭୁବନେଶ୍ବରରେ ସେମାନଙ୍କ କାର୍ଯ୍ୟାଳୟ ଖୋଲିଛନ୍ତି। ବହୁ ପୂର୍ବରୁ ଟିସିଏସ୍‌, ଇ‌ନ୍‌ଫୋସିସ୍‌, ଟେକ୍ ମହିନ୍ଦ୍ରା, ମାଇଣ୍ଡ୍‌ଟ୍ରି ଭଳି ଆଇଟି କଂପାନି ଭୁବନେଶ୍ବରରେ ନିଜର କେନ୍ଦ୍ର ସ୍ଥାପନ କରି କାର୍ଯ୍ୟ କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।