ରାଜ୍ୟ

୫ଦିନ ଭଲ ବର୍ଷା: ନିଅଣ୍ଟ ଭରଣା କରିପାରେ

ଭୁବନେଶ୍ବର : ବିଳମ୍ବିତ ମୌସୁମୀ ପାଇଁ ରାଜ୍ୟରେ ଏପର୍ଯ୍ୟନ୍ତ ନିଅଣ୍ଟିଆ ବର୍ଷା ହୋଇଛି। ଗତ ୨ ଦିନର ବର୍ଷା କିଛି ପରିମାଣରେ ଭରଣା କରିଥିବା ସତ୍ତ୍ବେ ୨୫% ନିଅଣ୍ଟିଆ ବର୍ଷା ସ୍ଥିତି ଏବେ ବି ଜାରି ରହିଛି। ଆସନ୍ତା ୧୧ ତାରିଖ ଯାଏ ଭଲ ବର୍ଷା ସମ୍ଭାବନା ଥିବାରୁ ଏହି ନିଅଣ୍ଟିଆ ସ୍ଥିତି କିଛି ମାତ୍ରାରେ ଭରଣା ହୋଇପାରିବ ବୋଲି ଆଶା କରାଯାଉଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସ୍ବାଭାବିକ ରହିବା ସହ ୧୫.୭ ମିମି ବର୍ଷା ହୋଇଯାଇଛି। ସ୍ବାଭାବିକ ବର୍ଷା ୧୦.୮ ମିମି ତୁଳନାରେ ଏହା ୪୫% ଅଧିକ। ଏଥିସହ ବଙ୍ଗୋପସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ୨ଦିନରେ ୬% ନିଅଣ୍ଟିଆ ବର୍ଷା ଭରଣା ହୋଇ ଯାଇଥିବା ଆଞ୍ଚଳିକ ପା‌ଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର କହିଛି, ଜୁନ୍‌ ୧ରୁ ଜୁଲାଇ ୭ ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି।

Image Courtesy of Down To Earth

ସ୍ବାଭାବିକ ୨୭୬.୬ ମିମି ତୁଳନାରେ ଏହା ୨୫ ପ୍ରତିଶତ କମ୍‌। ଏହି ସମୟ ମଧ୍ୟରେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ୪୧୦.୮ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ବାଭାବିକ ବର୍ଷା ୨୬୮.୩ ମିମି ତୁଳନାରେ ୫୩% ଅଧିକ। ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୧୧୭.୫ ମିମି ବର୍ଷା ରେକର୍ଡ ହୋଇଛି, ଯାହାକି ସ୍ବାଭାବିକ ବର୍ଷା ୩୨୫.୧ ମିମି ତୁଳନାରେ ୬୪% କମ୍‌।

ଆଜି ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ରାୟଗଡ଼ା ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା‌ ରହିଛି। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ୯ ତାରିଖ ଦିନ ବର୍ଷା ସମ୍ଭାବନା ରହିଛି। ୧୦ ଓ ୧୧ ତାରିଖ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ। ଆଜି ଭୁବନେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ରହିବ। ବର୍ଷା ମଧ୍ୟ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ମଧ୍ୟରେ ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।