ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାଜ୍ୟ ସରକାରଙ୍କୁ ପୁଣି ଥରେ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ପ୍ରଦାନ କରୁଥିଲେ ମଧ୍ୟ ସେ ସବୁ କିଭଳି ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେ ନେଇ ରାଜ୍ୟ ସରକାରା ଉଦ୍ୟମ କରୁନାହାନ୍ତି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପଛରେ ଛିଡ଼ା ହୋଇଛନ୍ତି। କିନ୍ତୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହେଉ ବା ଫନି ସମୟରେ ମିଳିଥିବା ସ୍ବତନ୍ତ୍ର ଆବାସ ହେଉ କି ଜଟଣୀରେ ବର୍ଷ ବର୍ଷ ଧରି ଆର୍ଓଆର୍ ନ ମିଳିବା ପ୍ରସଂଗ; ସବୁଥିରେ ରାଜ୍ୟ ସରକାର କାହିଁକି ନିଦା ବିଷ୍ଣୁ ସାଜିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଦାବି କରିଛନ୍ତି ଯେ ରାଜ୍ୟ ସରକାର ଫେବ୍ରୁଆରି କିମ୍ବା ମାର୍ଚ୍ଚ ସୁଦ୍ଧା ଯୋଗ୍ୟ ହିତାଧିକାରାୀ ଚିହ୍ନଟ କରି କାର୍ଯ୍ୟାଦେଶ ପ୍ରଦାନ କରନ୍ତୁ। ହିତାଧିକାରୀ ଚିହ୍ନଟ କରିବାୋର ସରକାର ସ୍ବଚ୍ଛତା ଅବଲମ୍ବନ କରନ୍ତୁ।
ଅପରାଜିତା କହିଛନ୍ତି, ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ୮ ଲକ୍ଷ ୧୭ ହଜାର ପିଏମ୍ଏୱାଇ(ପ୍ରଧାନମନ୍ତ୍ରୀ ଆବାସ ଯୋଜନା)ରେ ଘର ମଞ୍ଜୁର ହୋଇଛି। ସେହିଭଳି ଫନିରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ୧ଲକ୍ଷ ୪୨ ହଜାର ଘର ମଧ୍ୟ ସ୍ବତନ୍ତ୍ର ଭାବେ ମଞ୍ଜୁରୀ ପାଇଛି। ଏଭଳି ମୋଟ ୯ ଲକ୍ଷ ୫୯ ହଜାର ହିତାଧିକାରୀଙ୍କୁ ଘର ଯୋଗାଇଦେବାକୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଏଥିପାଇଁ ମୋଟ ୭ହଜାର ୨୫୦ କୋଟି ଟଙ୍କା ଦେବାକୁ ଯାଉଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ଥିବା ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ୧୦,୧୪୭ ଘର ମଞ୍ଜୁର ହୋଇଛି। କିନ୍ତୁ ଏ ଯାଏଁ ରାଜ୍ୟ ସରକାର ହିତାଧିକାରୀ ଚୟନ କରିପାରୁ ନାହାନ୍ତି। ରାଜ୍ୟ ସରକାର କାହିଁକି ଏଦିଗରେ ଉଦ୍ୟମ କରୁନାହାନ୍ତି ତାହା ବୁଝା ପଡ଼ୁ ନାହିଁ
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ଚୟନ ହୋଇପାରୁନି
କୁଆଡ଼େ ଗଲା କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍
ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିବାକୁ ଆହ୍ବାନ
୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ଜାତୀୟ ରାଜପଥ-୧୬ ସହ ସମାନ୍ତରାଳ ଭାବରେ ନିର୍ମାଣ ହେବ। ଏହି ରାସ୍ତା ସାରା ଓଡ଼ିଶା ପାଇଁ ବରଦାନ ହେବ। ଖୋର୍ଦ୍ଧା ଜିଲ୍ଲାର ରାମେଶ୍ବର କଟକ ଟାଙ୍ଗୀ ପର୍ଯ୍ୟନ୍ତ ହେବ। ଏହା ହେଲେ ଖୋର୍ଦ୍ଧା, ଭୁବନେଶ୍ବର, କଟକ, ଆଠଗଡ଼ ଓ ଚୌଦ୍ବାରରେ ଟ୍ରାଫିକ୍ ସମସ୍ୟା ଦୂର କରିବା ସହ ସାଧାରଣ ଜୀବନଯାପନ ସରଳ ହୋଇଯିବ। ଏଥିପାଇଁ କେନ୍ଦ୍ର ସରକାର ୬ହଜାର ୪୭୮ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଟେଣ୍ଡର ସରିଛି। କାମ ହେବା କଥା। କିନ୍ତୁ ଜମି ଅଧିଗ୍ରହଣ ହୋଇପାରୁ ନାହିଁ। ଏହି କାମ ରାଜ୍ୟ ସରକାରଙ୍କର। କିନ୍ତୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ମୁଣ୍ଡ ପୂରାଉ ନାହାନ୍ତି। ଫଳରେ ଏତେ ବଡ଼ ପ୍ରକଳ୍ପ ଛୁଲି ରହିଛି।
ସେହିଭଳି ଜାତୀୟ ରାଜପଥ-୫୭। ଖୋର୍ଦ୍ଧା ସହର ହେଉଛି ଜିଲ୍ଲା ମୁଖ୍ୟାଳୟ। ଏଠାରେ ଟ୍ରାଫିକ୍ ଜାମ୍ ହେଉଛି। ଭିଡ଼ ବଢ଼ିବାରେ ଲାଗିଛି। ଏଣୁ ଏକ ବାଇପାସ୍ ନିର୍ମାଣ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୫୭ କୋଟି ଟଙ୍କା। ଟେଣ୍ଡର ସରିଯାଇଛି। ରାଜ୍ୟ ସରକାରଙ୍କ ପାଖକୁ ଅନୁମୋଦନ ପାଇଁ ଯାଇଛି। ଦୁଇ ଦିନ ହୋଇଗଲାଣି, କିନ୍ତୁ ଅନୁମୋଦନ ମିଳୁନି। ଅନୁମୋଦନ ମିଳିଗଲେ ଫେବ୍ରୁଆରି ସୁଦ୍ଧା କାମ ଆରମ୍ଭ ହୋଇଯିବ।
ଡୋମେଷ୍ଟିକ୍ ପାଇପ୍ ନାଚୁରାଲ୍ ଗ୍ୟାସ୍ କନେକ୍ସନ, କମ୍ପ୍ରେସ୍ଡ୍ ନାଚୁରାଲ ଗ୍ୟାସ୍ ସପ୍ଲାଇ ପାଇଁ କେନ୍ଦ୍ର ସରକାର ଉଦ୍ୟମ ଜାରି ରଖିଛନ୍ତି। ପେଟ୍ରୋଲିୟମ ଓ ନାଚୁରାଲ ଗ୍ୟାସ୍ ମନ୍ତ୍ରାଳୟ ଓ ଗେଲ୍ ମିଳିତ ଉଦ୍ୟମରେ ପାଇପ୍ ଦ୍ବାରା ଗ୍ୟାସ୍ ଯୋଗାଇବା ପାଇଁ ବ୍ୟବସ୍ଥା ହେଉଛି। ପ୍ରତି ସପ୍ତାହରେ ଏହାର ମନିଟରିଂ କରାଯାଉଛି। ଖୁବ୍ଶୀଘ୍ର ୫୦ ହଜାରରୁର ଊର୍ଦ୍ଧ୍ବ ଘରେ ଗ୍ୟାସ୍ ସପ୍ଲାଇ ଆରମ୍ଭ ହୋଇଯିବ। ଏବେ ୬ ହଜାର ଘର ସଂଯୋଗ ଦିଆସରିଥିବା ସେ ସୂଚନା ଦେଇଛନ୍ତି।
ଜଟଣୀରେ ୭ ହଜାର ଲୋକ ପଟ୍ଟା ପାଇ ନାହାନ୍ତି। ଏହି ଲୋକଙ୍କର ୧୧୦୦ ଖାସ୍ମାହାଲ ମାମଲା ବିଚାର ପାଇଁ ପଡ଼ି ରହିଛି। ୨୦୦୯ ଫେବ୍ରୁଆରିରେ ରାଜ୍ୟ ସରକାର ଗେଜେଟ୍ ବିଜ୍ଞପ୍ତି କରିଥିଲେ। ହେଲେ ୧୪ ବର୍ଷ ପରେ ମଧ୍ୟ ଅବସ୍ଥା ସମାନ। ଏଣୁ ରାଜ୍ୟ ସରକାର ଏହି ସବୁ ପ୍ରସଙ୍ଗରେ ସହଯୋଗ କରନ୍ତୁ। ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ କରନ୍ତୁ ବୋଲି ସେ କହିଛନ୍ତି।ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l