ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର: ରାଜ୍ୟର ମିସନ୍ ଶକ୍ତିଗୁଡ଼ିକୁ ରାଜ୍ୟ ସରକାର ଗତକାଲି ୧୨୫କୋଟି ସୁଧ ରିହାତି ପ୍ରଦାନ କରିବା ପରେ ଏହାକୁ ନେଇ ବିେଜପି ପ୍ରତିବାଦ କରିଛି। ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାକୁ ଅସମ୍ମାନ କରୁଛନ୍ତି। ଯେଉଁ ଯୋଜନାରେ କେନ୍ଦ୍ର ସରକାରଙ୍କର ସିଂହ ଭାଗ ରହୁଛି ସେଥିରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ନଦେବା ଲଜ୍ଜାଜନକ କଥା। ଏହାର ଉଦାହରଣ ହେଉଛି ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟର ଅଢ଼େଇ ଲକ୍ଷ ମିସନ୍ ଶକ୍ତି ଗ୍ରୁପ୍ଙ୍କ ବ୍ୟାଙ୍କ ଖାତାକୁ ୧୨୫କୋଟିର ଟଙ୍କାର ସୁଧ ରିହାତି ପ୍ରଦାନ କରିବା ନେଇ ଘୋଷଣା କରିବା। ଏହି ୧୨୫କୋଟିରୁ କେନ୍ଦ୍ର ସରକାର ୮୮କୋଟି ଦେଇଥିବାବେଳେ ରାଜ୍ୟ ସରକାର ମାତ୍ର ୩୭କୋଟି ଦେଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ ପୂରା ଅର୍ଥ ରାଜ୍ୟ ସରକାର ଛାଡ଼ କରିଲେ ବୋଲି କହି ଲକ୍ଷ ଲକ୍ଷ ମା’ଭଉଣୀଙ୍କୁ ଭୁଆଁ ବୁଲାଇଛନ୍ତି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ ୨୩ ବର୍ଷ ଶାସନ କରିବା ପରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ଗୋଟିଏ ହେଲେ ନିଜସ୍ୱ ଜନକଲ୍ୟାଣ ଯୋଜନା ନାହିଁ। କେନ୍ଦ୍ର ଦେଉଥିବା ଅର୍ଥ, ରାଶି ଓ ଯୋଜନାକୁ ନିଜ ନାମରେ ନାମିତ କରି ଏବଂ ମୁଖ୍ୟମନ୍ତ୍ରୀ ନିଜର ଫଟୋଚିତ୍ର ଦେଇ ଲୋକମାନଙ୍କୁ ଭୁଆଁ ବୁଲାଉଛନ୍ତି। ମିସନ୍ ଶକ୍ତି ଜରିଆରେ ଓଡ଼ିଶାରେ ୭ଲକ୍ଷ ସ୍ୱୟଂ ସହାୟକା ଗୋଷ୍ଠୀ ଗଠନ କରି ୭୦ଲକ୍ଷ ମହିଳାଙ୍କୁ ସଶକ୍ତ କରାଇଛନ୍ତି ବୋଲି ରାଜ୍ୟ ସରକାର କହୁଛନ୍ତି। ବାସ୍ତବରେ ୮୫ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ କାମରେ ନିୟୋଜିତ ଥିବା ବେଳେ ମାତ୍ର ୫୯ହଜାର ୪୦୪ଟି ଏସ୍ଏଚ୍ଜି ରୋଜଗାରକ୍ଷମ ହୋଇପାରିଛନ୍ତି। ଯାହା ଓଡ଼ିଶାରେ ପଞ୍ଜୀକୃତ ହୋଇଥିବା ଏସ୍ଏଚ୍ଜିର ମାତ୍ର ୮%। ସେହିପରି ମିସନ ଶକ୍ତି ଯୋଜନାରେ ରାଜ୍ୟ ସରକାର ୦% ସୁଧ ହାରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଋଣ ଯୋଗାଇ ଦେଉଛନ୍ତି ବୋଲି କହୁଛନ୍ତି।
ବାସ୍ତବରେ ମହିଳାଙ୍କୁ ସୁଧ ରିହାତି ଦେବାର ଶ୍ରେୟ କେନ୍ଦ୍ରର। କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଅନ୍ତ୍ୟୋଦୟ ଯୋଜନାରେ ଜାତୀୟ ଗ୍ରାମୀଣ ଜୀବିକା ମିସନରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ନାବାର୍ଡ ମାଧ୍ୟରେ ଋଣ ଦେଉଛନ୍ତି। ବ୍ୟାଙ୍କର ସାଧାରଣ ସୁଧ ହାର ୧୧% ହୋଇଥିବା ବେଳେ କେନ୍ଦ୍ର ସରକାର ୪% ସୁଧ ଏସ୍ଏଚ୍ଜିଙ୍କ ପାଇଁ ସିଧାସଳଖ ବହନ କରନ୍ତି। ପରେ ଯେଉଁମାନେ ନିୟମିତ ଋଣ ସୁଝନ୍ତି ସେମାନଙ୍କ ପାଇଁ ଅତିରିକ୍ତ ୩% ସୁଧ ଛାଡର ବ୍ୟବସ୍ଥା କେନ୍ଦ୍ର ସରକାର କରିଥାନ୍ତି। ଏସମସ୍ତ ସୁଧ ରାଶି କେନ୍ଦ୍ର ସରକାର ବ୍ୟାଙ୍କକୁ ସିଧା ପୈଠ କରନ୍ତି। ଯଦି ରାଜ୍ୟ ସରକାର ଏତେ ତ ସବୁ କରୁଛନ୍ତି ବୋଲି କହୁଛନ୍ତି ତେବେ ମିସନ୍ ଶକ୍ତି ବିଭାଗର ସଚିବ ସୁଜାତା କାର୍ତ୍ତିକେୟନ୍ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ‘ଇନକମ୍ ଜେନେରେଟିଙ୍ଗ ରିପୋର୍ଟ’ ଦେଇ ପାରିବେ କି? ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାନେତ୍ରୀ ଅର୍ପିତା ଅପରାଜିତା ବଡ଼ଜେନା, ରାଷ୍ଟ୍ରୀୟ ମହିଳାମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଜାତା ପାଢ଼ୀ, ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଏବଂ ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l