ରାଜ୍ୟ

୪ ମାସରେ କଲରାପତରିଆ ଚମଡ଼ା ଚାଲାଣ ମାମଲାର ରାୟ: ଶିକାରୀ ସଂକୀର୍ତ୍ତନ ମୁଣ୍ଡାକୁ ୩ବର୍ଷ ସଜା

ଭୁବନେଶ୍ବର: କଲରାପତରିଆ ଚମଡ଼ା ଚାଲାଣ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଦ୍ବାରା ଏପ୍ରିଲ୍‌ରେ ଗିରଫ ହୋଇଥିବା ଦେବଗଡ଼ ଜିଲ୍ଲା ପାହାଡ଼ମରା ଗାଁର ଶିକାରୀ ସଂକୀର୍ତ୍ତନ ମୁଣ୍ଡାକୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସବ୍‌ଡିଭିଜିନାଲ୍ ମାଜିଷ୍ଟ୍ରେଟ୍‌ ମାତ୍ର ୪ ମାସରେ ଏହି ମାମଲାର ରାୟ ଶୁଣାଇଛନ୍ତି। ୭ଜଣ ସାକ୍ଷୀ ଓ ୧୧ ଦସ୍ତାବିଜକୁ ଆଧାର କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

ଏସ୍‌ଟିଏଫ୍ ସୂଚନାନୁସାରେ ଘଟଣା ଦିନ ସଂକୀର୍ତ୍ତନ କୁଚିଣ୍ଡା ଥାନା ଅନ୍ତର୍ଗତ ବନରକ୍ଷୀ ଅଫିସ୍ ନିକଟରେ କଲରାପତରିଆ ଚମଡ଼ା ବିକିବା ପାଇଁ ଅପେକ୍ଷା କରିଥିବା ବେଳେ ପୂର୍ବରୁ ସେଠାରେ ଛକି ରହିଥିବା ଏସ୍‌ଟିଏଫ୍ ଟିମ୍‌ ତାକୁ କାବୁ କରିନେଇଥିଲା। ତା’ ନିକଟରୁ ୨ଟି ଚମଡ଼ା ମିଳିଥିଲା। ବାଘ ଶିକାର କରିବା ଓ ଚୋରାରେ ଚମଡ଼ା ଚାଲାଣ କରିବା ଅଭିଯୋଗରେ ତା’ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତା’ ବିରୋଧରେ ଦଫା ୩୭୯, ୪୧୧, ୧୨୦ (ବି), ୫୧ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ରେ ଚାର୍ଜସିଟ୍‌ କରାଯାଇଥିଲା। ଜବତ ଚମଡ଼ାଦ୍ବୟକୁ ଡେରାଡୁନ୍‌ସ୍ଥିତ ୱାଇଲ୍‌ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଡିଆକୁ ପଠାଯାଇଥିଲା ଏବଂ ସେଠାରୁ ମିଳିଥିବା ରିପୋର୍ଟକୁ କୋର୍ଟରେ ପ୍ରମାଣ ଭାବେ ଉପସ୍ଥାପନ କରାଯାଇଥିଲା।ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି ଯେ ଗତ ୬ ବର୍ଷ ମଧ୍ୟରେ ‌କୋର୍ଟ ୬ ମାମଲାରେ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିସାରିଲାଣି। ୨୦୧୮ ମସିହାରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ବନ୍ୟପ୍ରାଣୀ ମାମଲାର ତଦନ୍ତ କରିଆସୁଛି। ସେବେଠୁ ୧୦୧ ମାମଲାରେ ୨୩୨ଜଣଙ୍କୁ ଗିରଫ କରାଯାଇଛି। ତେଣୁ ୬ ମାମଲାର ଶୁଣାଣି ସରିଥିବା ବେଳେ ଆହୁରି ୯୫ ମାମଲା ବିଚାରାଧୀନ ରହିଛି। ଏହି ସବୁ ମାମଲାରେ ୨ଟି ମହାବଳ ବାଘ ଛାଲ, ୫୯ କଲରାପତରିଆ ବାଘ ଚମଡ଼ା, ୨୭ଟି ହାତୀଦାନ୍ତ, ୨୩ଟି ଜୀବନ୍ତ ବଜ୍ରକାପ୍ତା, ୪୨ଟି ବଜ୍ରକାପ୍ତାଙ୍କ କାତି, ୧୧ଟି ହରିଣ ଛାଲ ଜବତ କରିଛି ଏସ୍‌ଟି















NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।