ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

୪ ବର୍ଷ ପରେ ନାବାଳିକାଙ୍କୁ ନ୍ୟାୟ, ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବାରିପଦା ୫।୮: ଗୁରୁବାର ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ଜଣେ ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୨ ବର୍ଷ କାରାଦଣ୍ଡ ଆଦେଶ ହୋଇଥିବା ବେଳେ ଶୁକ୍ରବାର ଅନ୍ୟ ଏକ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ମିଳିଛି ଦଣ୍ଡ। ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୧୦ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ଡି.ସି. ମିଶ୍ର ।

୨୦୧୮ ମସିହା ବଡସାହି ଥାନା ଅଞ୍ଚଳର ଜଣ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ମାମଲାର ବିଚାର କରି ମୁଖ୍ୟ ଅଭିଯୁକ୍ତ ମନୋଜ ସିଂକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦେୟ ୨ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ବିଚାରପତି । ୨୦୧୮ ମସିହା ନଭେମ୍ବର ୭ ତାରିଖ ସନ୍ଧ୍ୟାରେ ନାବାଳିକା ଖେଳୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ମନୋଜ ସିଂ ତାଙ୍କୁ ଏକା ପାଇ ନାବାଳିକାଙ୍କୁ ପାଖ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ । ଏଥିରେ ଅଭିଯୁକ୍ତଙ୍କୁ ସହଯୋଗ କରିଥିବା ଅନ୍ୟ ୩ ଜଣ ଚିତ୍ତରଞ୍ଜନ ସିଂ, ଜୟନ୍ତ ସିଂ ଓ ଅରୁଣ ସିଂଙ୍କୁ ଯଥେଷ୍ଟ ସାକ୍ଷୀ ପ୍ରମାଣ ଅଭାବରୁ ସର୍ତ୍ତମୂଳକ ଭାବରେ ଛାଡିଛନ୍ତି କୋର୍ଟ । ତେବେ ପିଡୀତାଙ୍କ କ୍ଷତିପୂରଣ ମାମଲା ବର୍ତ୍ତମାନ ସୁଦ୍ଧା ବିଚାରାଧୀନ ରହିଛି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।