ଅପରାଧ ରାଜ୍ୟ

୪ ବର୍ଷରେ ଧରାପଡ଼ିଲେଣି ୪୫ ଦୁର୍ନୀତିଖୋର୍‌

ଭୁବନେଶ୍ବର : ପୁଲିସ୍‌ ବିଭାଗରେ ଦୁର୍ନୀତିଖୋର୍‌ଙ୍କ ତାଲିକା ଲମ୍ବିବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୭ରୁ ୨୦୨୧ ମସିହା, ୪ ବର୍ଷ ମଧ୍ୟରେ ୪୫ ପୁଲିସ୍‌ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଡିଏସ୍‌ପି ରାଙ୍କ୍‌ର ଅଧିକାରୀ ଥିବା ବେଳେ ୨୬ ସବ୍‌-ଇନ୍ସପେକ୍ଟର୍‌, ୧୮ ଇନ୍ସପେକ୍ଟର୍‌ଙ୍କ ନାମ ସାମିଲ ରହିଛି।

୨୦୧୭ରେ ୩ଜଣ ସବ୍‌-ଇନ୍ସପେକ୍ଟର୍‌ ଓ ୬ଜଣ ଇନ୍ସପେକ୍ଟରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ୧୨ ଏସ୍‌ଆଇ ଓ ୪ ଇନ୍ସପେକ୍ଟର, ୨୦୧୯‌ରେ ଜଣେ ଡିଏସ୍‌ପି, ୪ ଏସ୍‌ଆ‌ଇ ଓ ୪ ଇନ୍ସପେକ୍ଟର, ୨୦୨୦ରେ ୩ ଏସ୍‌ଆଇ ଓ ଜଣେ ଇନ୍ସପେକ୍ଟର ଏବଂ ୨୦୨୧ରେ ୪ ଏସ୍‌ଆଇ ଓ ୩ ଇନ୍ସପେକ୍ଟର୍‌ଙ୍କ ନାମରେ ଭିଜିଲାନ୍ସ ମାମଲା କରାଯାଇଛି ବୋଲି ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନ୍‌ଗୋଙ୍କୁ ଏହି ତଥ୍ୟ ପ୍ରଦାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।