ରାଜ୍ୟ

୪ ଅନାଥ ଶିଶୁଙ୍କ ପାଇଁ ଗାଁ’ରେ ବସିଲା କୋର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ୪ଜଣ ଅନାଥ ଶିଶୁଙ୍କ ପାଇଁ ଗାଁରେ କୋର୍ଟ ବସିଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଚାରପତି ଯୋଗ‌ଦେଇ ସେମାନଙ୍କ ଅଭାବ ଅସୁବିଧା ଶୁଣିବା ସହିତ ‘ମିସନ ବାତ୍ସଲ୍ୟ ଯୋଜନା’ରେ ସହାୟତା ପାଇଁ ତତ୍‌କ୍ଷଣାତ୍‌ ବ୍ୟବସ୍ଥା କରିଛନ୍ତି। ଏଥିସହିତ, ରାସନ ଚାଉଳ ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। ଏହି ୪ ଅସହାୟ ଶିଶୁଙ୍କ କଥା ଗଣମାଧ୍ୟମରୁ ଜାଣିବା ପରେ ବିଚାରପତି ଗାଁରେ କୋର୍ଟ ବସାଇ ତତ୍‌କ୍ଷଣାତ ସମସ୍ୟାର ସମାଧାନ କରିବା ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।

ଏହି ୪ ଅନାଥ ଶିଶୁଙ୍କ ଘର ରାଜନଗର ବ୍ଲକ୍‌ ଭିତରଗଡ ପଞ୍ଚାୟତ ଚାରିଘରିଆ ଗାଁ। ହାଇଦ୍ରାବାଦ୍‌ରେ ରହି କାମ କରୁଥିବା ବେଳେ ଦୁର୍ବୃତ୍ତମାନେ ସେମାନଙ୍କ ବାପା ଅମର ବାରିକଙ୍କୁ ହତ୍ୟା କରିଥିଲେ। ଅମରଙ୍କ ମୃତ୍ୟୁପରେ ପତ୍ନୀ ସତ୍ୟଭାମା ଓ ୪ ସନ୍ତାନ ଲକ୍ଷ୍ମୀପ୍ରିୟା (୯), ଦେବିକା (୭), ଆରତୀ (୬), ରୁଦ୍ରମୋହନ (୩) ଗାଁକୁ ଫେରି ଆସିଥିଲେ। ତେବେ, ୫ମାସ ତଳେ ସତ୍ୟଭାମା ଚାରିପିଲାଙ୍କୁ ଛାଡ଼ି କେଉଁଆଡେ ପଳାଇଛନ୍ତି। ସେ ପିଲାଙ୍କୁ ଛାଡ଼ି ତାଙ୍କ ନିଜ ଗାଁ ହାଇଦ୍ରାବାଦକୁ ଚାଲିଯାଇଥିବା କୁହାଯାଉଛି, ଯେଉଁଠି ଅମରଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ବିବାହ ହୋଇଥିଲା। ଏହି ଚାରି ଶିଶୁ ଏବେ ଜେଜେବାପା ବ୍ରହ୍ମାନନ୍ଦ ବାରିକ (୬୪) ଓ ଜେଜେମା ମୁକ୍ତାମଣି ବାରିକଙ୍କ ପାଖରେ ରହୁଛନ୍ତି। ବ୍ରହ୍ମାନନ୍ଦଙ୍କ ଘରଡ଼ିହ କି ଜମିବାଡି ନଥିବା ବେଳେ ସରକାରୀ ଜାଗାରେ ଚାଳଘର କରି ରହିଛନ୍ତି ଏବଂ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି।

୪ ଅନାଥଶିଶୁଙ୍କ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ବିଚାରପତି ସୁମିତ୍ରା ସାହୁ ଚାରିଘରିଆରେ ପହଞ୍ଚିଥିଲେ। ଏହି ୪ ଶିଶୁଙ୍କ ଘର ନିକଟରେ ଥିବା କୁଟାଗଦା ଓ ପୋଖରୀ ହୁଡାରେ କୋର୍ଟ ବସିଥିଲା। ସେଠାରେ ରହି ୪ ଶିଶୁ, ତାଙ୍କ ଜେଜେବାପା, ଜେଜେମା’ ଓ ଗାଁ ଲୋକଙ୍କ ଠାରୁ ସମସ୍ୟା କ’ଣ, ସେମାନେ କିପରି ଚଳୁଛନ୍ତି, କ’ଣ ସାହାଯ୍ୟ ଆବଶ୍ୟକ, ସେ ନେଇ ବୁଝିଥିଲେ। ଗାଁରେ ରହି ବିଭିନ୍ନ ଅଧିକାରୀମାନଙ୍କୁ ଡକାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏଡିଏମ୍‌ଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଦଲ ଦାସଙ୍କୁ ଡାକି ଚାରିପିଲାଙ୍କ ପାଇଁ କେଉଁ ସବୁ ସରକାରୀ ସାହାଯ୍ୟ ଦେଇହେବ, ସେ ନେଇ ପଚାରିଥିଲେ। ୪ ଶିଶୁ ଯେପରି ସୁବିଧାରେ ଚଳିପାରିବେ ଓ ଭବିଷ୍ୟତ ଗଢ଼ିପାରିବେ, ତା’ର ବ୍ୟବସ୍ଥା କରିବା ପାଇଁ କହିଥିଲେ।

ସୂଚନା ଅନୁସାରେ, ସରକାରଙ୍କ ‘ମିସନ୍‌ ବାତ୍ସଲ୍ୟ ଯୋଜନା ଅନୁସାରେ ଏହି ପରିବାରର ଦୁଇ ଶିଶୁଙ୍କୁ ମାସିକ ୪ ହଜାର ଟଙ୍କା ହିସାବରେ ୮ ହଜାର ଟଙ୍କା ମିଳିବ। ଏବେ ୨ ହଜାର ହିସାବରେ ୪ ହଜାର ଟଙ୍କା ମିଳିବ। ଏପ୍ରିଲ ପରେ ବକେୟା ଟଙ୍କା ମଧ୍ୟ ମିଳିବ। ୪ ଭାଇ ଭଉଣୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଅନାଥ ଆଶ୍ରମ ପରିବର୍ତ୍ତେ ସେମାନଙ୍କ ମତ ଅନୁଯାୟୀ ଅନ୍ୟ ଆବାସିକ ବିଦ୍ୟାଳୟରେ ପଢାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କ ରାସନକାର୍ଡରେ ମାତ୍ର ୨ଜଣଙ୍କୁ ୫ କେଜି ଲେଖାଏ ଚାଉଳ ମିଳୁଥିଲା। ସେମାନେ ସମସ୍ତେ କିପରି ରାସନ ସାମଗ୍ରୀ ପାଇବେ, ସେ ନେଇ ସେମାନଙ୍କ କାଗଜପତ୍ର ନିଆଯାଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଦିଆଯାଇଛି। ଘଟଣାସ୍ଥଳକୁ ସ୍ଥାନୀୟ ରିଟେଲର୍‌ଙ୍କୁ ଡାକି ବିଚାରପତି କଥା ହେବାପରେ ଏହି ପଦକ୍ଷେପ ନିଆଯାଇଛି।

ସେହିଭଳି, ୪ଶିଶୁଙ୍କ ଜେଜେ ବ୍ରହ୍ମାନନ୍ଦ ବାରିକଙ୍କୁ ୬୪ ବର୍ଷ ହୋଇଥିଲେ ବି ସେ ଭତ୍ତା ପାଉନାହାନ୍ତି। ସେ ବ୍ୟାଙ୍କ ଅଫ୍ ବରୋଦାରେ ଆକାଉଣ୍ଟ ଖୋଲିଥିଲେ ବି ତାଙ୍କ ପାସବୁକ୍ ମିଳି ନଥିବା କହିଥିଲେ। ଏଥିସହ ୪ମାସ ତଳୁ ସେ ଭତ୍ତା ପାଇଁ ଆବେଦନ କରିଥିଲେ ବି ତାହା ପାଇ ନଥିବା କହିଥିଲେ। ବ୍ୟାଙ୍କ ଅଫ୍ ବରୋଦା ଚାନ୍ଦିବାଉଁଶମୂଳର ପରିଚାଳକଙ୍କ ସହ କଥାହୋଇ ସଂଗେସଂଗେ ପାସ୍‌ବୁକ୍ ପ୍ରଦାନ କରିଥିଲେ ଘଟଣାସ୍ଥଳକୁ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଭଗବତୀ ପ୍ରସାଦ ଦାସ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସଙ୍କୁ ଡକାଇ ଏହି ୪ଶିଶୁଙ୍କ ଭବିଷ୍ୟତ ନେଇ ଆଲୋଚନା କରିଥିଲେ। ଭୂମିହୀନ ହୋଇଥିବାରୁ ସେମାନଙ୍କୁ ଘରଡିହ ଏବଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବା ସଂପର୍କରେ ସରକାରୀ ଅଧିକାରୀଙ୍କ ସହ କଥା ହୋଇଥିଲେ। ଗାଁରେ ଏହି କୁଟାଗଦା ମୂଳେ ୩ ଘଣ୍ଟା ଧରି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏହି କୋର୍ଟ ଚାଲିଥିଲା। ଏଥିସହ ବିଚାରପତି ଘରକୁ ଫେରି ଟେଲିଫୋନ୍‌ ଯୋଗେ ୪ଶିଶୁଙ୍କ ସହ କଥା ବି ହୋଇଥିବା ସୂଚନା ମିଳିଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।