ରାଜ୍ୟ ସ୍ୱାସ୍ଥ୍ୟ

୪୬% ଲୋକ ପ୍ରଥମ ଥର ସ୍ବାସ୍ଥ୍ୟ ବୀମା କିଣିଛନ୍ତି

ଭୁବନେଶ୍ବର: ମହାମାରୀ ବ୍ୟାପିବା ପରେ ନିଜର ଆର୍ଥିକ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ପ୍ରତି ୪ ଜଣଙ୍କ ମଧ୍ୟରେ ୩ ଜଣ ସଞ୍ଚୟ ଓ ନିବେଶ ବଢ଼ାଇଛନ୍ତି। ଏସ୍‌ବିଆଇ ଲାଇଫ୍‌ ପକ୍ଷରୁ କରାଯାଇଥିବା ଫାଇନାନ୍ସିଆଲ୍ ଇମ୍ୟୁନିଟି ସର୍ଭେ ୨.୦ରୁ ଏହା ଜଣାପଡ଼ିଛି। କଂପାନିର ସଭାପତି ଜୋନ୍-୩ ଜି ଦୁର୍ଗାଦାସ କହିଛନ୍ତି ଯେ ଏହି ସର୍ଭେରେ ଭାଗ ନେଇଥିବା ୫୭% ଲୋକ ବିଭିନ୍ନ ଉତ୍ସରୁ ଆୟ ବଢ଼ାଇ ଆର୍ଥିକ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଦ୍ୟମ କରିଛନ୍ତି। ନିଜର ସଞ୍ଚୟ ଓ ନିବେଶ ବଢ଼ାଇବା ଲାଗି ମାସିକ ଆୟର ୫୦% ରାଶିକୁ ବ୍ୟବହାର କରିବେ ବୋଲି ୫୦% ଲୋକ କହିଛନ୍ତି। ୫୬% ଲୋକ କହିଛନ୍ତି ଯେ ସେମାନେ ଯେଉଁ ପାଣ୍ଠି ସଂଗ୍ରହ କରିଛନ୍ତି ତାହାକୁ ଜୀବନ ବୀମା କିଣିବାରେ ବ୍ୟବହାର କରିବା ବିଷୟରେ ବିଚାର କରୁଛନ୍ତି। ଆର୍ଥିକ ଯୋଜନାରେ ବୀମା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ୭୮% ଲୋକ କହିଛନ୍ତି। କୋଭିଡ୍ ମହାମାରୀ ବ୍ୟାପିବା ପରେ ୪୬% ଲୋକ ପ୍ରଥମ ଥର ପାଇଁ ସ୍ବାସ୍ଥ୍ୟ ବୀମା କିଣିଥିବା ବେଳେ ୪୪% ଜୀବନ ବୀମା ପଲିସି କିଣିଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ଭାରତୀୟମାନେ ନିଜ ବାର୍ଷିକ ଆୟର ୩.୮ ଗୁଣା ରାଶିର ବୀମା କିଣିଛନ୍ତି ଯାହା ବହୁତ କମ୍ ବିଚାର କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ