ରାଜ୍ୟ ସ୍ପେଶାଲ ରିପୋର୍ଟ

୪୫୫ ବର୍ଷ ହେଲା ମଠରେ ଜଳୁଛି ଧୁନି

ପୁରୀ : ୪୫୫ବର୍ଷ ହେଲା ଜଳୁଛି ଧୁନି। ମଠର ସାଧୁମାନେ ଧୁନିକୁ ପାଳି କରି ଜଗି ରହିଛନ୍ତି। ଅହରହ ସଂକୀର୍ତ୍ତନ ଚାଲିଛି। ବ୍ରହ୍ମଗିରି-ସାତପଡ଼ା ଦେଇ ମାଣିକପାଟଣା ଯିବା ରାସ୍ତାରେ ହାତୀପଡ଼ା ମଠରେ ପ୍ରାୟ ୫ ଶତାବ୍ଦୀ ହେଲା ଜଳୁଛି ଏହି ଧୁନି। ମହାପ୍ରଭୁଙ୍କ ସହ ରହିଛି ଏହି ହାତୀପଡ଼ା ତଥା ବ୍ରହ୍ମପଡ଼ା ମଠର ସମ୍ପର୍କ। ଓଡ଼ିଶା ଐତିହ୍ୟ ପରିଷଦ ପକ୍ଷରୁ ଐତିହ୍ୟ ରହସ୍ୟ ଅନୁସନ୍ଧାନ ବେଳେ ଏହି ତଥ୍ୟ ଉନ୍ମୋଚନ କରିଛନ୍ତି ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ର, ପରିଷଦର ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ, ବ୍ରହ୍ମଗିରି ଐତିହ୍ୟ ପରିଷଦର ସଭାପତି ଅଧ୍ୟାପକ କାଶୀନାଥ ନାୟକ।

ଶ୍ରୀ ମିଶ୍ରଙ୍କ ସୂଚନା ମୁତାବକ, ୧୫୬୮ ମସିହାରେ କଳାପାହାଡ଼ ଶ୍ରୀମନ୍ଦିର ଉପରେ ଆକ୍ରମଣ ନେଇ ପୂର୍ବ ଆଭାସ ମିଳିସାରିଥିଲା। ସେବାୟତ ଓ ଗଜପତି ମହାରାଜାଙ୍କ ପାଇକ ବାହିନୀ ଶ୍ରୀମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ନେଇ ନଦୀପଥରେ ମହାପ୍ରଭୁଙ୍କୁ ସ୍ଥାନାନ୍ତର କରି ଚିଲିକାସ୍ଥିତ ହାତୀପାଟଣା କୁଦକୁ ନେଇଯାଇଥିଲେ। ଦୁର୍ଦ୍ଧର୍ଷ କଳାପାହାଡ଼ଠାରୁ ବର୍ତ୍ତିବା ପାଇଁ ଦ୍ବିତୀୟ ଥର ପାଇଁ ମହାପ୍ରଭୁଙ୍କୁ ବାଲି ଖୋଲି ପାତାଳି କରି ଦେଇଥିଲେ। ମାତ୍ର କୃତଘ୍ନ ପାହାନ୍ତା ସିଂହ ଜାଗିରି ପାଇବା ଲୋଭରେ କଳାପାହାଡ଼ ସେନାକୁ ମହାପ୍ରଭୁ ପାତାଳି ହୋଇଥିବା କୁଦ ଦେଖାଇ ଦେଲା। କୁଦରୁ ପାତାଳି ବିଗ୍ରହଙ୍କୁ କାଢ଼ିବା ପରେ ହାତୀ ପିଠିରେ ଲଦି ଗଙ୍ଗାକୂଳକୁ ନେଇ ପୋଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥିଲା। ହାତୀ ପିଠିରେ ବିଗ୍ରହଙ୍କୁ ନେବା ବେଳେ ଚିଲିକାର ଜଙ୍ଗଲ ଭିତରେ ଯାଇଥିବା ଏକ ନାଳରେ ମହାପ୍ରଭୁଙ୍କ ବିଗ୍ରହ ଖସି ପଡ଼ିଥିଲା। ସେବେଠାରୁ ଏହି ନାଳର ନାଁ ହେଲା ହାତୀ ନାଳ। ଯେଉଁଠି ବିଗ୍ରହ ପଡ଼ି ଯାଇଥିଲେ ସେ ସ୍ଥାନ ବ୍ରହ୍ମପଡ଼ା ନାମରେ ପ୍ରସିଦ୍ଧ ହେଲା। ସେଠାରେ ଗଢ଼ି ଉଠିଲା ବ୍ରହ୍ମପଡ଼ା ମଠ। ମହାପ୍ରଭୁଙ୍କ ଶରୀର ସ୍ପର୍ଶ କରିଥିବାରୁ ସେହି ସ୍ଥାନରେ ଭକ୍ତମାନେ ଚାଳିଆ ନିର୍ମାଣ କରାଇଲେ। ସେବେଠାରୁ ସେଠାରେ ମହାପ୍ରଭୁଙ୍କ ସ୍ମୃତିର ଜଳିଲା ଧୁନି। ସେବେଠାରୁ ୪୫୫ବର୍ଷ ହେଲା ଜଳୁଛି।

ଶ୍ରୀ ମିଶ୍ରଙ୍କ କହିବା ମୁତାବକ, ସମ୍ଭବତଃ ଏଇଠାରୁ ଏ ଜାତିର ନମସ୍ୟ ପୁରୁଷ ବିଶର ମହାନ୍ତି ମୃଦଙ୍ଗଟିଏ କାନ୍ଧରେ ପକାଇ ମହାପ୍ରଭୁଙ୍କ ବିଗ୍ରହ ଯାଉଥିବା ହାତୀ ପଛେପଛେ ଯାଇ ଗଙ୍ଗା କୂଳରେ ପହଞ୍ଚିଥିଲେ। ମା’ ଗଙ୍ଗାଙ୍କୁ ଦର୍ଶନ ଦେବା ପରେ ବିଗ୍ରହ ମଧ୍ୟରୁ ଅକୁହା ପଦାର୍ଥ କାଢ଼ି ମୃଦଙ୍ଗରେ ଭର୍ତ୍ତି କରି ସେ କୁଜଙ୍ଗର ମହାବୀର ଆଶ୍ରମରେ ପହଞ୍ଚିଥିଲେ। ମଠ ଆଜି ଚାଳିଆରୁ ପକ୍କା ଘରରେ ରୂପାନ୍ତରିତ ହୋଇଛି। ହାତୀନାଳରେ ଆଡ଼ିବନ୍ଧ ବନ୍ଧା ହୋଇ ସାରିଛି। ଦକ୍ଷିଣରେ ଜଙ୍ଗଲ ରହିଥିବା ବେଳେ ମଠ ନାମରେ ୧୦ ଏକର ଜମି ଖଞ୍ଜା ହୋଇଛି ବୋଲି ସେ କହିଛନ୍ତି। ବିଶର ମହାନ୍ତିଙ୍କର ଏକ ପ୍ରତିମା ଭୁବନେଶ୍ବରରେ ପ୍ରତିଷ୍ଠା କରାଯାଉ ବୋଲି ଓଡ଼ିଶା ଐତିହ୍ୟ ପରିଷଦ ପକ୍ଷରୁ ଦାବି କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।