ଦେଶ ବିଦେଶ ମନୋରଞ୍ଜନ

୪୪ ବର୍ଷରେ ‘କିଲର୍‌’ ଲୁକ୍‌ରେ ନଜର ଆସିଲେ ରୁପାଲି, ଫଟୋ ଦେଖି ଫ୍ୟାନ୍ସ ହେଲେ ଫିଦା…

ମୁମ୍ବାଇ ୦୪।୦୩ : ଟେଲିଭିଜନର ‘ଅନୁପମା’ ଅର୍ଥାତ୍‌ ରୁପାଲି ଗାଙ୍ଗୁଲି ପୂରାପୁରି ବଦଳିଗଲେଣି । ବୋହୂରୁ ପାଲଟି ଗଲେଣି ଗ୍ଲାମର ଗାର୍ଲ। ଟ୍ରାଡିସନାଲ ଲୁକ୍‌ରେ ଫ୍ୟାନ୍‌ମାନଙ୍କୁ ଇମ୍ପ୍ରେସ କରୁଥିବା ଅନୁପମା ଓରଫ୍‌ ରୂପାଲି ଗାଙ୍ଗୁଲି ଏବେ ଏକ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ନିଜର ନୂଆ ଲୁକ୍‌, ଷ୍ଟାଇଲ୍‌ରେ ଫ୍ୟାନ୍ସମାନଙ୍କର ଉଡାଇଲେ ହୋସ୍‌। ସୋସିଆଲ ମିଡିଆରେ ମଧ୍ୟ ଲଗାଇଲେ ନିଆଁ।

ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ସେୟାର କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି। ହଳଦିଆ ରଙ୍ଗର ଆଉଟ୍‌ଫିଟ୍‌ରେ ନିଜ ଷ୍ଟନିଂ ଲୁକ୍‌ ଦେଖାଇଛନ୍ତି ରୁପାଲି ଗାଙ୍ଗୁଲି। ଫଟୋରେ ରୂପାଲିଙ୍କ ଲୁକ୍‌ ଆଉ ତାଙ୍କ ପୋଜ୍‌ ଏବଂ ଏକ୍ସପ୍ରେସନର ସବୁ କିଛି ଦର୍ଶକଙ୍କୁ କରୁଛି ମତୁଆଲା।

ଏହି ଆଉଟ୍‌ଫିଟ୍‌ ସହ ସ୍ୱତନ୍ତ୍ର ମେକ୍‌ଅପ୍‌ ମଧ୍ୟ ନେଇଛନ୍ତି ରୂପାଲି। ତାଙ୍କର ଏହି ଫଟୋରେ ଏବେ ଫ୍ୟାନ୍‌ମାନେ ଫିଦା ହୋଇଯାଇଛନ୍ତି। ଫଟୋରେ ଲାଇକ୍‌ ସହ ଖୁବ୍‌ କମେଣ୍ଟ ମଧ୍ୟ ଆସିଛି। ଅନେକ ୟୁଜର୍ସ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଟେଲି ଦୁନିଆର ପପୁଲାର ସିରିଏଲ୍‌ ‘ଅନୁପମା’ରେ ରୂପାଲିଙ୍କ ଅଭିନୟ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ସେ ତାଙ୍କ ଜବରଦସ୍ତ ଆକ୍ଟିଂରେ ଫ୍ୟାନ୍‌ମାନଙ୍କ ହୃଦୟ ଜିତିବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଏହି ସିରିଏଲ୍‌ ପାଇଁ ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡରେ ଶ୍ରେଷ୍ଠ ସିରିଏଲ୍‌ ଅଭିନେତ୍ରୀ ରୂପେ ସମ୍ମାନୀତ ମଧ୍ୟ କରାଯାଇଥିଲା

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ