ଦେଶ ବିଦେଶ ମନୋରଞ୍ଜନ

୪୦ ବର୍ଷରେ ସାହିଦ, ଭାବପ୍ରବଣ ଇନ୍‌ଷ୍ଟା ପୋଷ୍ଟ୍‌ କରି ଶୁଭେଚ୍ଛା ଜଣାଇଲେ ସାନ ଭାଇ ଇସାନ୍‌

ମୁମ୍ବାଇ: ଫେବ୍ରୁଆରିକୁ ଆପଣ ଜନ୍ମଦିନର ମାସ ବୋଲି କହିପାରନ୍ତି। କାହିଁକି ନା, ଏହି ମାସରେ ଅନେକ ବଲିଉଡ୍‌ ସେଲିବ୍ରେଟିଙ୍କ ଜନ୍ମଦିନ। ଆଜି, ଅର୍ଥାତ ଫେବ୍ରୁଆରି ୨୫ ତାରିଖରେ ଆମ ସମସ୍ତଙ୍କ ପ୍ରିୟ ସାହିଦ କପୁରଙ୍କ ଜନ୍ମଦିନ। ଆଜିର ଦିନରେ ୪୦ ବର୍ଷ ବୟସରେ ପାଦ ରଖିଛନ୍ତି ସାହିଦ। ସେ ନିଜକୁ ଏପରି ଫିଟ୍‌ ରଖିଛନ୍ତି ଯେ ତାଙ୍କୁ ଏବେ ବି ଲୋକେ ୨୫ ବର୍ଷର ଯୁବକ ବୋଲି କହିଲେ ଅବିଶ୍ବାସ କରିବେ ନାହିଁ।

ସେ ଇଣ୍ଡଷ୍ଟ୍ରିରେ ପ୍ରଥମେ ଚକୋଲେଟ୍‌ ବୟ ଭାବେ ପରିଚୟ ହାସଲ କରିବା ପରେ ଧୀରେ ଧୀରେ ରୋମାଣ୍ଟିକ୍‌ ହିରୋ ଭାବେ ପ୍ରସିଦ୍ଧି ଲାଭ କରିଥିଲେ। ‌ଆଜି ତାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକଙ୍କଠାରୁ ଅନେକ ଶୁଭେଚ୍ଛା ବାର୍ତ୍ତା ପାଇଛନ୍ତି ସାହିଦ।

ଖାଲି ସେତିକି ନୁହେଁ, ସାନ ଭାଇ ଇସାନ ଖଟର ମଧ୍ୟ ସାହିଦଙ୍କୁ ଏକ ସ୍ବତନ୍ତ୍ର ଇନ୍‌ଷ୍ଟା ପୋଷ୍ଠ୍‌ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଇସାନ୍‌ ତାଙ୍କ ପୋଷ୍ଟ୍‌ରେ ସାହିଦ ଓ ତାଙ୍କର ପିଲାଦିନର ଏକ ଫଟୋ ଓ ଏବେକାର ଏକ ଫଟୋ ପୋଷ୍ଟ୍‌ କରିଛନ୍ତି।

ଆପଣଙ୍କ ସୂୂଚନା ସକାଶେ ଜଣାଇ ଦେଉଛୁ ଯେ ଇସାନ ଏବେ ସିଦ୍ଧାର୍ଥ ଚତୁର୍ବେଦୀ ଓ କ୍ୟାଟ୍ରିନ୍‌‌ କୈଫ୍‌ଙ୍କ ସହ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଭୁତ୍‌’ ପାଇଁ ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ସେ ୨୦୦୫ ମସିହାରେ ତାଙ୍କ ଭାଇ ସାହିଦ କପୁରଙ୍କ ସହ ‘ୱା ଲାଇଫ୍‌ ହୋ ତୋ ‌ୱେସି’ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ