ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

୪%ରେ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ବାତାବରଣରେ ପ୍ରମୁଖ ସୁଧ ହାର ଅପରିବର୍ତ୍ତିତ ରଖିବା ସହ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ‘ଆକୋମୋଡେଟିଭ୍‌ ଷ୍ଟାନ୍‌ସ୍‌’ (ଆବଶ୍ୟକ ବେଳେ ଅର୍ଥନୈତିକ ବ୍ୟବସ୍ଥାକୁ ଅର୍ଥ ଛାଡ଼ିବା ପାଇଁ ସୁଧହାର ହ୍ରାସ କରିବା) ବଜାୟ ରଖିଛି।

ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ରେପୋ ରେଟ୍‌ ୪%ରେ ଅପରିବର୍ତ୍ତିତ ରଖିଥିବା ବେଳେ ରିଭର୍ସ ରେପୋ ରେଟ୍‌ ୩. ୩୫%ରେ ବଳବତ୍ତର ରଖିଛି। ପ୍ରମୁଖ ସୁଧହାର ଅପରିବର୍ତ୍ତିତ ରଖିବାକୁ ‘ଏମ୍‌ପିସି’ ସର୍ବସମ୍ମତିକ୍ରମେ ଭୋଟ୍‌ ଦେଇଛି। ପୂର୍ବରୁ ଅର୍ଥନୀତିଜ୍ଞମାନେ ଯାହା ଅନୁମାନ କରିଥିଲେ ରିଜର୍ଭ ବ୍ୟାଙ୍କ୍‌ ତାହାହିଁ କରିଛି।

ଉଲ୍ଲେଖଯୋଗ୍ୟ, ରେପୋ ରେଟ୍‌ ହେଉଛି ପ୍ରମୁଖ ସୁଧହାର ଯେଉଁ ହାରରେ ବ୍ୟାବସାୟିକ ବ୍ୟାଙ୍କ୍‌ମାନଙ୍କୁ ରିଜର୍ଭ ବ୍ୟାଙ୍କ୍‌ ସ୍ୱଳ୍ପ-କାଳୀନ ପାଣ୍ଠି ଦେଇଥାଏ। ସେହିଭଳି, ସେମାନଙ୍କ ଠାରୁ ଯେଉଁ ସୁଧହାରରେ ରିଜର୍ଭ ବ୍ୟାଙ୍କ୍‌ ପାଣ୍ଠି ଉଧାର ଆଣେ ତାହାକୁ ରିଭର୍ସ ରେପୋ ରେଟ୍‌ କହନ୍ତି।


‘ମନିଟାରି ପଲିସି’ ଅଭିଭାଷଣରେ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଲେ ଯେ, କୋଭିଡ୍‌-୧୯ ପ୍ରଭାବକୁ ନିଃଶେଷ କରିବା ନିମନ୍ତେ ଯେତେ ଦିନ ଆବଶ୍ୟକ ପଡ଼ିବ ସେତେ ଦିନ ପର୍ଯ୍ୟନ୍ତ ‘ଆକୋମୋଡେଟିଭ୍‌ ଷ୍ଟାନ୍‌ସ୍‌’ ବଜାୟ ରଖାଯିବ। ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଅନିଶ୍ଚିତ ରହୁଥିବାରୁ ଏଭଳି ଘଡ଼ିସନ୍ଧି ସମୟରେ ସ୍ଥିତାବସ୍ଥା ବଜାୟ ରଖିବା ଦରକାର ବୋଲି ସେ ବୁଝାଇ କହିଛନ୍ତି।

ସମ୍ପ୍ରତି ଦେଶରେ ବୃଦ୍ଧି ପାଇଥିବା କୋଭିଡ୍‌-୧୯ ଉପରେ ଆଲୋକପାତ କରି ଦାସ କହିଲେ, ଏଥିଯୋଗୁଁ ଘରୋଇ ଅଭିବୃଦ୍ଧି ଅନିଶ୍ଚିତ ହୋଇପଡ଼ିଛି। କେତେକ ରାଜ୍ୟରେ ସରକାର କଟକଣା କଠୋର କରିବା ଯୋଗୁଁ ଆର୍ଥିକ ସୁଧାରରେ ମନ୍ଥରତା ଦେଖା ଦେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ