ରାଜ୍ୟ ସ୍ପେଶାଲ ରିପୋର୍ଟ

୪ବର୍ଷ ହେବ ବନ୍ଦଘରେ ବିଜୁବାବୁଙ୍କ ଅସ୍ଥି କଳସ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଏବେ ବି ବିଜୁବାବୁଙ୍କ ଅସ୍ଥି କଳସ ନୀଳାଚଳ ଅର୍ବାନ ହାଟରେ ୧୪ ନମ୍ବର କକ୍ଷରେ ବନ୍ଦ ହୋଇରହିଛି। ୨୦୧୯ ମସିହାରେ ସ୍ବର୍ଗଦ୍ବାରରୁ ବିଜୁ ସ୍ମୃତି ସ୍ତମ୍ଭ ହଟାଯିବା ପରେ ଶ୍ରୀଜଗନ୍ନାଥ ସେନା ବିଜୁବାବୁଙ୍କ ଅସ୍ଥି ଅବଶେଷ ମହଜୁଦ ରଖିଛି। ଇତିମଧ୍ୟରେ ୪ ବର୍ଷ ବିତିସାରିଲାଣି। ମାତ୍ର, ଅସ୍ଥି କଳସ ନେବାକୁ ଦାବିହୋଇ ଆସୁଥିଲେ ହେଁ ଏନେଇ ଧ୍ୟାନ ଦିଆଯାଉ ନାହିଁ। ତେଣୁ ଅସ୍ଥି କଳସକୁ ନେଇ ସେନା ପକ୍ଷରୁ ନବୀନ ନିବାସକୁ ଯାତ୍ରା କରାଯିବ। ଆବଶ୍ୟକ ହେଲେ, ଇଣ୍ଡୋନେସିଆକୁ ଅର୍ପଣ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।

ରବିବାର ଦିନ ସେନା ପକ୍ଷରୁ ନୀଳାଚଳ ଅର୍ବାନ ହାଟରେ ୧୪ ନମ୍ବର କକ୍ଷରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ଅବସରରେ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଥିଲେ, ବିଜୁବାବୁଙ୍କ ଅସ୍ଥିକୁ ଯଥାସ୍ଥାନରେ ସ୍ଥାପନ କରିବା ନେଇ କାହାର ଆନ୍ତରିକତା ନାହିଁ। ଯଦି ଅସ୍ଥି କଳସ ମୁଖ୍ୟମନ୍ତ୍ରୀ ନନିଅନ୍ତି, ତେବେ ଖୁବ୍‌ଶୀଘ୍ର ପୁରୀରୁ ନବୀନ ନିବାସକୁ ବିଜୁବାବୁଙ୍କ ଅସ୍ଥି କଳସ ଯାତ୍ରା କରାଯିବ। ନବୀନ ନିବାସ ପ୍ରଦକ୍ଷଣ କରାଯାଇ ଏହା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଏହାସତ୍ତ୍ବେ ଯଦି ମୁଖ୍ୟମନ୍ତ୍ରୀ ଏହାକୁ ଗ୍ରହଣ ନକରନ୍ତି, ତେବେ ଅସ୍ଥି କଳସକୁ ଇଣ୍ଡୋନେସିଆକୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ଶ୍ରୀ ପଟ୍ଟନାୟକ କହିଥିଲେ , ଇଣ୍ଡୋନେସିଆର ରାଷ୍ଟ୍ରଦୂତ ଅସ୍ଥି କଳସ ନେବାପାଇଁ ବାରମ୍ବାର ପ୍ରସ୍ତାବ ଦେଇଆସୁଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।