ରାଜ୍ୟ ସ୍ପେଶାଲ ରିପୋର୍ଟ

୩.୪ ଲକ୍ଷ ହେକ୍ଟର ପଡ଼ିଆ ଜମିରେ ଡାଲି ଚାଷ, ୪ ସଂସ୍ଥା କରୁଛି ସହଯୋଗ

ଭୁବନେଶ୍ବର: ଖାଦ୍ୟ ଉତ୍ପାଦନ ପ୍ରଭାବିତ ହେବ ନାହିଁ କିନ୍ତୁ ରସାୟନିକ ସାରର ଉପଯୋଗିତା ହ୍ରାସ ପାଇବ। ବର୍ତ୍ତମାନ ଏହି ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ରାଜ୍ୟ କୃଷି ବିଭାଗ। ଖରିଫ ଧାନ ଚାଷ ପରେ ପଡ଼ିଆ ପଡ଼ିଥିବା ୪ ଲକ୍ଷ ହେକ୍ଟର ଜମିରେ ପରିବେଶ ସନ୍ତୁଳିତ (ରସାୟନିକ ସାର ମୁକ୍ତ କିମ୍ବା କମ ସାର ପ୍ରୟୋଗ) ଡାଲି ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ସୁଦ୍ଧା ୩.୪ ଲକ୍ଷ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଫଳରେ ପଡ଼ିଆ ଜମିର ଉପଯୋଗ ସହିତ ମାଟିର ଉର୍ବରତା, ଚାଷୀଙ୍କ ଆୟ ଏବଂ ଡାଲି ଭଳି ପୁଷ୍ଟିକର ଖାଦ୍ୟ ଉତ୍ପାଦନ ବୃଦ୍ଧିର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢୀ।

କୃଷି ବିଭାଗର ସୂଚନା ଅନୁସାରେ, ଖରିଫର ଧାନ ଚାଷ ପରେ ରାଜ୍ୟରେ ୧୬ ଲକ୍ଷ ହେକ୍ଟର ଚାଷ ଜମି ପଡ଼ିଆ ପଡ଼େ। ରାଜ୍ୟରେ ଚାଷୀଙ୍କ ଆର୍ଥିକ ସ୍ଥିତି ଏତେ ଦୁର୍ବଳ ଯେ ଅନେକଙ୍କ ପାଇଁ ଆଉ ଏକ ଚାଷର ଖର୍ଚ ବହନ କରିବା ସମ୍ଭବ ହୁଏ ନାହିଁ। ୨୦୨୨ ମସିହାରୁ ରାଜ୍ୟ ସରକାରଙ୍କ ସହଯୋଗରେ ପଡ଼ିଆ ପଡ଼ିଥିବା ଚାଷ ଜମିରେ ଅଣଧାନ ଚାଷ କରାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଲକ୍ଷ ହେକ୍ଟର ଜମି ଉପଯୋଗ କରିପାରିଛି। ପଡ଼ିଆ ଜମିର ଉପଯୋଗ କରିବା ଚାଷୀ ପାଇଁ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ବରଗଡ଼ ଚାଷୀ ସୁଦାମ ସାହୁ କହନ୍ତି, ବର୍ଷକୁ କେବଳ ଦୁଇ ଥର ଧାନ ଚାଷ କଲେ କୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ନ ହେଲେ ଜଣେ ଚାଷୀ ବର୍ଷକୁ ହେକ୍ଟର ପିଛା ସର୍ବାଧିକ ୧୫ରୁ୨୦ ହଜାର ଟଙ୍କା ଆୟ କରନ୍ତି। ବର୍ତ୍ତମାନ କିନ୍ତୁ ଧାନ ପରେ ପଡ଼ିଆ ପଡ଼ୁଥିବା ଜମିରେ ୬୦ ଦିନିଆ ସୋରିଷ, ୭୫ ଦିନିଆ ମୁଗ କରିପାରିଲେ ଅନ୍ୟୂନ ୪୫ରୁ ୫୦ ହଜାର ଟଙ୍କା ଲାଭ ମିଳିପାରୁଛି। ଏହାପରେ ପୁଣି ସେମାନେ ଧାନ କଲେ ବର୍ଷକୁ ୩ ଥର ଚାଷ କରିବେ। ସେଥିରେ ପୁଣି ଏହି ଡାଲି ଜାତୀୟ ଫସଲରେ ପାଣିର ସର୍ବନିମ୍ନ ବ୍ୟବହାର ସହିତ ଚାଷ ଖର୍ଚ୍ଚ ହୁଏ ନାହିଁ।

ଅଣଜଳସେଚିତ ଅମ୍ବାବୋନା ବ୍ଲକ ଅନ୍ତର୍ଗତ ୧୧ଟି ଗାଁରେ ଗୋଟିଏ ଜମି ଚାଷ ପରେ ଜମି ପଡ଼ିଆ ପଡ଼ୁଥିଲା। ଚଳିତ ବର୍ଷ ଏଠାରେ ଚାଷୀ କୌଣସି ପ୍ରକାର ପାଣି ବ୍ୟବସ୍ଥା କରି ସୋରିଷ ଏବଂ ମୁଗ କରିପାରୁଛନ୍ତି। ଏଥିପାଇଁ ରସାୟନିକ ସାର ବ୍ୟବହାର ପରିବର୍ତ୍ତେ କୃଷି ବିଭାଗ ପକ୍ଷରୁ ଦିଆଯାଉଥିବା ଜୈବିକ ସାର, କୀଟନାଶକର ପ୍ରୟୋଗ ହେଉଛି। କେବଳ ବରଗଡ଼ ନୁହେଁ ସମଗ୍ର ରାଜ୍ୟରେ ନଭେମ୍ବର ଅନ୍ତିମ ସପ୍ତାହରୁ ପଡ଼ିଆ ପଡ଼ିଥିବା ଧାନ ଚାଷ ଜମିରେ ମୁଗ, ବିରି, ମସୁର, ବୁଟ, ସୋରିଷ, ରାଶି ସମେତ ୮ ପ୍ରକାର ଡାଲି ଚାଷ ହେଉଛି। ଗତବର୍ଷ ପଡ଼ିଆ ପଡ଼ିଥିବା ୭୧ ହଜାର ହେକ୍ଟରରେ ଡାଲି ଚାଷ କରାଯାଇଥିଲା। ଯାହା ରାଜ୍ୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ଓୟୁଏଟି, ଇକ୍ରିସାଟ୍, ଇରି ଏବଂ ଏମଏସ ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡସେନ ସହଯୋଗ କୃଷି ବିଭାଗ ଏହି କାର୍ଯ୍ୟ କରୁଛି। ଏଥିପାଇଁ ୩ ବର୍ଷର ଚୁକ୍ତାନାମା ସ୍ବାକ୍ଷରିତ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।