ରାଜ୍ୟ

୩ ହଜାର ମତ୍ସ୍ୟଜୀବୀ ପରିବାର ଭବିଷ୍ୟତ ଅନ୍ଧାର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଧାମରା : ଖର୍ଚ୍ଚ ତୁଳନାରେ ଆୟ ହେଉନି। ଅସନ୍ତୁଳନ ପାଣିପାଗ, ଅତ୍ୟଧିକ ବୋଟ ଯୋଗୁ ବର୍ଷ ବର୍ଷ ଧରି ନିରାଶ ହେବାକୁ ପଡୁଛି ମତ୍ସ୍ୟଜୀବୀଙ୍କୁ। ଧୀରେ ଧୀରେ ସମୁଦ୍ରରେ ମାଛ ସଂଖ୍ୟା କମି ଯାଉଥିବା ଯୋଗୁ ଆଶାତୀତ ମାଛ ପଡୁନଥିବାରୁ ଲକ୍ଷ ଲକ୍ଷ ଟଙ୍କା ଖଟାଇଥିବା ବୋଟ ମାଲିକ ବୋଟ ବିକ୍ରି କରିବା ଚିନ୍ତାରେ। ଏହି ଜୀବିକା ଉପରେ ନିର୍ଭର କରୁଥିବା ପ୍ରାୟ ୩ହଜାରୁ ଅଧିକ ମତ୍ସ୍ୟଜୀବୀ ପରିବାରର ଭବିଷ୍ୟତ ଅନ୍ଧାକାର।

ଉପକୂଳବର୍ତ୍ତୀ ଅଞ୍ଚଳର ଲୋକେ ସମୁଦ୍ରରୁ ମାଛ ମାରିବାକୁ ମୁଖ୍ୟ ଜୀବିକା ଭାବେ ବାଛି ନେଇଥିବା ବେଳେ ଏବେ ଏହି ଜୀବିକାରୁ ମୁହଁ ଫେରାଉଛନ୍ତି ଅନେକ ମତ୍ସ୍ୟଜୀବୀ ଓ ବୋଟ ମାଲିକ। କିଛି ବର୍ଷ ଭିତରେ ଅନେକ ପ୍ରଜାତିର ମାଛ ସମୁଦ୍ରରେ ଦେଖିବାକୁ ମିଳୁନାହିଁ। ଅନ୍ୟପକ୍ଷରେ ଦିନକୁ ଦିନ ବୋଟ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ସାମଗ୍ରୀ ଯଥା. ବରଫ, ତେଲ, କର୍ମଚାରୀ ଦରମା, ଜାଲ ଓ ଅନ୍ୟାନ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ଯୋଗୁ ଗୋଟିଏ ବୋଟ ମାଛ ମାରିବାକୁ ବାହାରିଲେ ଅତିକମ୍‌ରେ ୫ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ସେହି ତୁଳନାରେ ଜାଲରେ ମାଛ ପଡୁନାହିଁ। ମାଛ ଆମଦାନୀ କମିବା ଓ ମାଛର ବଜାର ଦର ପୂର୍ବଭଳି କମ୍‌ ଥିବା କାରଣରୁ ବୋଟ ମାଲିକମାନଙ୍କୁ କ୍ଷତି ପରେ କ୍ଷତି ସହିବାକୁ ପଡୁଛି। ସାମୁଦ୍ରିକ ମାଛମାନଙ୍କର ପ୍ରଜଜନ ଋତୁ ପାଇଁ ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ଦୁଇ ମାସ ଥିବା କଟକଣା ହଟିବା ପରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିବା ବୋଟଗୁଡିକ ମଧ୍ୟରୁ କାଁ ଭାଁ ବୋଟଗୁଡିକ ମାଛ ମାରିଥିବା ବେଳେ ଅଧିକାଂଶ ବୋଟ ଆଜି ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଅନ୍ବେଷଣରେ ରହିଛନ୍ତି।

ସେହିପରି ନଭେମ୍ବର ୧୫ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିରଳ ପ୍ରଜାତିର ଅଲିଭରିଡଲେ କଇଁଛଙ୍କ ଗଣଅଣ୍ତାଦାନ ପର୍ବ ଆରମ୍ଭ ହେଉଥିବାରୁ ଏହି ସମୟରେ ସମୁଦ୍ରରେ ମାଛ ମାରିବା ମତ୍ସ୍ୟଜୀବୀମାନଙ୍କ ପାଇଁ କଠିନ ବ୍ୟାପାର ହୋଇପଡୁଛି। ଗଭୀର ସମୁଦ୍ରରେ ମାଛ ମାରୁ ମାରୁ ଭୁଲ୍‌ବଶତଃ କଇଁଛଙ୍କ ଗଣ ଅଣ୍ତାଦାନ ସ୍ଥାନ ଗହୀରମଥା ଅଭାୟାରଣ୍ୟ ମଧ୍ୟକୁ ପଶିଗଲେ ଲକ୍ଷ୍ୟାଧିକ ଟଙ୍କା ଜରିମାନା ସହିତ ବୋଟଗୁଡିକ କୋଷ୍ଟଗାର୍ଡ ଓ ବନରକ୍ଷୀଙ୍କ ଦ୍ବାରା ଜବତ ହୋଇ ମୁକୁଳିବାକୁ ବର୍ଷ ବର୍ଷ ଲାଗି ଯାଉଛି। ଏପ୍ରିଲ ୧୫ରୁ ଜୁନ ୧୫ ପର୍ଯ୍ୟନ୍ତ ପ୍ରଜଜନ ଋତୁ କଟକଣା ପରେ ବାକି ‌ଯେତେ ସମୟ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ମାରିବାକୁ ପଡୁଛି ସେହି ସମୟରେ ଲଘୁଚାପ, ବାତ୍ୟା ପାଇଁ ଅଧିକାଂଶ ସମୟରେ ବୋଟଗୁଡିକ ଜେଟିରେ ବନ୍ଧା ହୋଇ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ କ୍ଷତି ସହିବାକୁ ପଡୁଛି, ବୋଟ ମାଲିକ ବି ଖର୍ଚ୍ଚ ଭରଣା କରିବାକୁ ଚିନ୍ତାରେ ପଡୁଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ଇଲିସି, ପାଣିଆଖିଆ, ଚାନ୍ଦି, ବାହଲ, ଖଣ୍ତା, ବୁରେଇ, କୁମୁଟି ଚମ୍ପା, ଫିରିକା, ଉଳେଇଶିଳା, କଂଟିଆ ଓ ବାମ୍ବ ମାଛ କିଛି କିଛି ଜାଲରେ ପଡିଥିବା ବେଳେ ଏବେ ମାଛର ଦର କମିବା ଓ ସମୁଦ୍ରରେ ମାଛ ଆମଦାନୀ କମିବା ସେମାନଙ୍କୁ ଚିନ୍ତାରେ ପକାଇଛି।

ସେହିପରି ଅଧିକାଂଶ ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଗଭୀର ସମୁଦ୍ରରେ ରୁଲିଂ ଅଧିକ ଥିବାରୁ ବୋଟଗୁଡିକ ଠିକ୍ ଭାବେ ମାଛ ମାରିପାରୁ ନାହାନ୍ତି ବୋଲି ବୋଟ ମାଲିକ ରମେଶ ନାୟକ ମତ ରଖିଛନ୍ତି। କଟକଣା କୋହଳ ନ କଲେ ଏହି ବ୍ୟୟବହୁଳ ବ୍ୟବସାୟ ଆଉ କରି ହେବ ନାହିଁ ବୋଲି କହିଛନ୍ତି ବୋଟ ମାଲିକ ବିକାଶ ପରିଡା। ଖର୍ଚ୍ଚ ତୁଳନାରେ ମାଛ ପଡୁ ନଥିବାରୁ ମତ୍ସ୍ୟଜୀବୀ ସହିତ ମାଲିକମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ମା ଧାମରାଇ ମତ୍ସ୍ୟଜୀବୀ ସଂଘର ପୂର୍ବତନ ପଦାଧିକାରୀ ଅଭିମନ୍ୟୁ ରାଉତ ସୂଚନା ଦେଇଛନ୍ତି। ୨୦୧୯ ତୁଳନାରେ ୨୦୨୨ ବର୍ଷରେ ସାମୁଦ୍ରିକ ମାଛର ଆମଦାନୀ ୩୦/୪୦ ପ୍ରତିଶତ କମିଥିବା ବେଳେ ୨୦୨୦/୨୦୨୧ ମସିହାରେ କରୋନା ମହାମାରୀ ପାଇଁ ଆନ୍ତର୍ଜାତୀୟ ବଜାରରେ ମାଛର ଚାହିଦା କମ‌୍ ଥିବାରୁ ଉଭୟ ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ମତ୍ସ୍ୟଜୀବୀଙ୍କୁ ବିପୁଳ କ୍ଷତି ସହିବାକୁ ପଡିଛି। ମତ୍ସ୍ୟଜୀବୀ ଓ ମାଲିକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବୋଟ ବାହାର କରିଥିଲେ ମଧ୍ୟ କର୍ମଚାରୀ ଓ ଅନ୍ୟାନ୍ୟ ଖର୍ଚ୍ଚ ନ ଉଠିବା ଯୋଗୁ ସେମାନେ ବୋଟ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଯଦି ସମୁଦ୍ରରେ ମାଛ ସଂଖ୍ୟା ଏହିଭଳି କମିବାକୁ ଲାଗେ ତେବେ ଚଳିତ ବର୍ଷ ଆରମ୍ଭରୁ ବୋଟ ମାଲିକମାନେ ସେମାନଙ୍କ ବୋଟ ବିକ୍ରି କରିବା ପାଇଁ ବାଧ୍ୟ ହେବେ ବୋଲି ଅନ୍ୟ ଜଣେ ମତ୍ସ୍ୟଜୀବୀ କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।