ରାଜ୍ୟ ସ୍ପେଶାଲ ରିପୋର୍ଟ

୩ ମାସର ଶିଶୁକୁ ମା’ର ବିକ୍ରି ଉଦ୍ୟମ

ହାଟଡିହି : ‘ପିଲା ନେବ ପିଲା…!’ ଘରଘର ବୁଲି ଏହିଭଳି କହିବା ସହିତ ଜଣେ ଅସହାୟ ମା’ ନିଜର ୩ମାସର ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ଉଦ୍ୟମ କରିଛନ୍ତି। ଉତ୍କଟ ଅଭାବ ଯୋଗୁ ମହିଳା ଜଣକ ଏଭଳି ଉଦ୍ୟମ କରିଥିବା କୁହାଯାଉଛି।

ମହିଳା ହେଲେ, ମନୋହରପୁର ଗ୍ରାମର ସନ୍ତୋଷ ଦାସଙ୍କ ପତ୍ନୀ ମମତା। ସ୍ବାମୀ ସନ୍ତୋଷ ଓ ଶାଶୂ ଭିକମାଗି ଯାହା ଆଣୁଥିଲେ, ସେଇଥିରେ ଦୁଃଖକଷ୍ଟରେ ଚଳୁଥିଲା ପରିବାର। ହେଲେ, ୭ ମାସ ତଳେ ଅଂଶୁଘାତରେ ଉଭୟ ଆରପାରିକି ଚାଲିଗଲେ। ଗରିବ ପରିବାର ହୋଇ ମଧ୍ୟ ପାଖରେ ଆଧାର କାର୍ଡ କି ରାସନ କାର୍ଡ କିଛି ବି ନଥିଲା। ଯାହାକିଛି ସରକାରୀ ସହାୟତକୁ ଆଶା କରିଥିଲେ, ତାହା ବି ମିଳିଲାନି। ଫଳରେ ମମତାଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଥିଲା ଯେମିତି। ତାଙ୍କର ୩ପିଲା ଥିଲାବେଳେ ୩ମାସ ତଳେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ୧୦ ବର୍ଷର ବଡ଼ପୁଅକୁ ଘୁଷୁରି ଚରାଇବା ପାଇଁ ଛାଡ଼ି ଦେଇଥିବା ବେଳେ ୩ବର୍ଷ ଓ ତିନିମାସର ଆଉ ତିନିଟି ଝିଅ ତାଙ୍କ ପାଖରେ ରହୁଛନ୍ତି। କିଛି ବି ସମ୍ବଳ ନଥିବାରୁ ପିଲାମାନଙ୍କ ତୁଣ୍ଡରେ ଦାନାଦେଇ ପାରୁନାହାନ୍ତି ମମତା।

ଏହିଭଳି ଏକ ଦୁର୍ଦ୍ଦିନମୟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ନିଜର ୩ମାସର ଶିଶୁକନ୍ୟାକୁ ବିକ୍ରି ପାଇଁ ନିଷ୍ପତ୍ତି ନେଇଥିଲେ ମମତା। ଆଜି ସକାଳେ ଗାଁରେ ଘରଘର ବୁଲି ଶିଶୁକନ୍ୟାକୁ ନେଇ କିଛି ଟଙ୍କା ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ। ଖବରପାଇ ଶାଳଣିଆଁର ପୂର୍ବତନ ସମିତିସଭ୍ୟ ତଥା ସମାଜସେବୀ ବୀରେନ୍ଦ୍ର କୁମାର ବିଶ୍ୱାଳ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ଦୁଇ ହଜାର ଟଙ୍କା ସହାୟତା ଦେଇଥିଲେ। ପରେ ଚାଇଲ୍ଡଲାଇନ୍‌ ସଦସ୍ୟ ନରେନ୍ଦ୍ର ପରିଡ଼ା ଓ ତାଙ୍କ ଟିମ୍‌ ସେଠାରେ ପହଞ୍ଚି ଅନେକ ସମୟ ଧରି ମହିଳାଙ୍କୁ ବୁଝାସୁଝା କରିଛନ୍ତି। ଏ ସମ୍ପର୍କରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ କହିଛନ୍ତି ଯେ ଖୁବ୍‌ଶୀଘ୍ର ସମ୍ପୃକ୍ତ ମହିଳା ଓ ଶିଶୁମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।