ଅପରାଧ ରାଜ୍ୟ

୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁ: ଦୁର୍ଘଟଣା ନା ହତ୍ୟା? କାରଣ ଅସ୍ପଷ୍ଟ

ହେମଗିର: ସୋମବାର ରାତିରେ ବାଙ୍କିବାହାଲ-ଟପରିଆ ରାସ୍ତାର ଛତାବର ପୋଲ ନିକଟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ତିନିଜଣଙ୍କ ମଧ୍ୟରୁ ଦୁଇଜଣ ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଆର୍ କେ ଡି ନାମକ ଏକ ଘରୋଇ ଠିକାସଂସ୍ଥା କର୍ମଚାରୀ ସିକ୍ୟୁରିଟି ସୁପରଭାଇଜର ମାନସ ରଥ (୪୨, ଭେଡେନ,ବରଗଡ) ଓ ସିକ୍ୟୁରିଟି ଗାର୍ଡ ପ୍ରିନ୍ସ ନାଏକ (୨୫, ଉଡୁସୁ,ବିଶ୍ରା)। ଅନ୍ୟ ଜଣକ ସ୍ଥାନୀୟ ନିୟୁ ବଲିଙ୍ଗା ନିବାସୀ ସଚିନ୍ ଚିଟକି ବୋଲି ଜଣାପଡିଛି।

ସୂଚନା ଅନୁସାରେ, ଗତ ଶନିବାର ରାତିରେ ଏକ ବରଯାତ୍ରୀ ବୋଲେରୋ ଗାଡ଼ି ଉକ୍ତ ପୋଲରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିଲା। ସୋମବାର ରାତିରେ କିଛି ଦୁର୍ବୃତ୍ତ ଉକ୍ତ ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ଚକ ଚୋରି କରିବାପାଇଁ ଏକ ସବାରି ଗାଡ଼ି (ଓଡି ୧୬ବି ୬୮୫୯)ରେ ଆସିଥିଲେ। ବୋଲେରୋ ଚକ ଚୋରି କରୁଥିବାବେଳେ ପୋଲଠାରେ ଥିବା ଆର୍ କେ ଡି ଠିକା ସଂସ୍ଥାର ସୁରକ୍ଷା କର୍ମୀ ଅଜିତ ନାଗ ବାଧା ଦେଇଥିଲେ। କିନ୍ତୁ, ଦୁବୃର୍ତ୍ତମାନେ ତାଙ୍କୁ ଧମକଚମକ ଦେବାରୁ ସେ ଆରକେଡ଼ି ସିକ୍ୟୁରିଟି ସୁପରଭାଇଜରଙ୍କୁ ଏନେଇ ଫୋନ୍‌ରେ ଜଣାଇବା ପରେ ସୁପରଭାଇଜର ମାନସ ରଥ ଓ ଅନ୍ୟ ଜଣେ ସୁରକ୍ଷା କର୍ମୀ ପ୍ରିନ୍ସ ନାଏକ ସେଠାରେ ପହଞ୍ଚିଥିଲେ। ଚୋର ଦୁଇଜଣଙ୍କୁ ଧରି ସେମାନେ ବଲିଙ୍ଗା ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ।

କିଛିସମୟ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ରାସ୍ତା ଉପରେ ଦୁଇ ଆରକେଡି କର୍ମଚାରୀ ମାନସ ଓ ପ୍ରିନ୍ସ ଏବଂ ଚୋରି ପାଇଁ ଆସିଥିବା ସଚିନ୍ ଚିଟକିଙ୍କ କ୍ଷତବିକ୍ଷତ ଶବ ପଡ଼ିଥିବା ଓ ଆଉ ଜଣେ ସୁରକ୍ଷା କର୍ମୀ ଅଜିତ ନାଗ (୨୫ କଳାହାଣ୍ଡି) ଗୁରୁତର ଆହତ ହୋଇଥିବା ଦେଖିବାକୁ ପାଇଥିଲେ। ଏହାସହିତ ଏକ ଭାରୀଯାନ (ଏମପି ୧୬ ଏଚ ୭୩୪୪) ସେଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସି ପଡ଼ିଥିବା ଦେଖାଯାଇଥିଲା। ଭାରୀଯାନ ଚାଳକ ସେଠାରୁ ଫେରାର ହୋଇଯାଇଥିବା ବେଳେ ଜଣେ ଦୁବୃର୍ତ୍ତକୁ ପୁଲିସ ଅଟକ ରଖିଥିଲା। ଏହା ଦୁର୍ଘଟଣା ନା ହତ୍ୟା, କାରଣ ଅସ୍ପଷ୍ଟ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।