ଅପରାଧ ରାଜ୍ୟ

୩୬ଘଣ୍ଟା ମେଡିକାଲରେ ପଡିରହିଲା ଆନ୍ଧ୍ର ଟ୍ରକ୍ ହେଲପରଙ୍କ ମୃତଦେହ, ବ୍ୟବଚ୍ଛେଦ ନକରି ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ

ସାନଖେମୁଣ୍ଡି ୨୦।୭: ଆନ୍ଧ୍ର ପ୍ରଦେଶର ପ୍ରକାସମ ଜିଲ୍ଲା ସିଙ୍ଗରାଇକୋଣ୍ଡା ଗ୍ରାମରୁ ଚାଉଳ ବୋଝେଇ ଟ୍ରକ୍ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ କେ.ନୂଆଗାଁ ଥାନା ଜଗମୋହନପୁର ଆସିଥିବା ବେଳେ ଗାଡିର ହେଲପର ପି.ତିରିପାଲୁଙ୍କ ଗତ ୧୭ ତାରିଖ ସନ୍ଧ୍ୟାରେ ଆକସ୍ମିକ ମୃତ୍ୟୁ ହୋଇଥିଲା । ମୃତ୍ୟୁର ୩୬ ଘଣ୍ଟା ଯାଏଁ ହେଲପରଙ୍କ ଶବ ଚିକିଟି ମେଡିକାଲରେ ପଡିରହି ପଚି ଦୁର୍ଗନ୍ଧ ବାହାରୁଥିବା ବେଳେ ଡ୍ରାଇଭର ସି.ଏଚ. ସାଇବାବୁ ଜଗି ରହିଥିଲେ । ଏ ଖବର ସ୍ଥାନୀୟ ଅଞ୍ଚଳରେ ଚହଳ ପକାଇଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ତାରିଖ ଦିନ ଆନ୍ଧ୍ରରୁ ଚାଉଳ ବୋଝେଇ ଟ୍ରକ୍ ବାହାରି ୧୭ ତାରିଖ ସକାଳେ ଚିକିଟି ଜଗମୋହନପୁରର ଏକ ଗୋଦାମରେ ପହଞ୍ଚିଥିଲା । ସନ୍ଧ୍ୟା ବେଳକୁ ଟ୍ରକରୁ ଚାଉଳ ଓହ୍ଲାଇବା ବେଳେ ହଠାତ ହେଲପର ଜଣକ ନିଜ ଛାତି ଓ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଗୋଦାମର ଗୁମୁସ୍ଥା ନିଜ ବାଇକରେ ବସାଇ ଔଷଧ ଆଣିବା ପାଇଁ ଯାଉଥିବା ବେଳେ ହେଲପର ଜଣଙ୍କର ଟଳିପଡିଥିଲେ । ଗୁମୁସ୍ଥା ଓ ଚାଉଳ ଟ୍ରକର ଡ୍ରାଇଭର ଉଭୟେ ହେଲପର ଜଣକୁ ଚିକିଟି ମେଡିକାଲ ଆଣିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ । ଘଟଣା ନେଇ ଡାକ୍ତରଖାନା ତରଫରୁ କେ.ନୂଆଗାଁ ଥାନାକୁ ଖବର ଦିଆଯାଇଥିଲା । ପୋଲିସ ଆସିଲେ ଓ ଡ୍ରାଇଭରଙ୍କ ଠାରୁ ତଥ୍ୟ ନେଇ ମୃତ ହେଲପରଙ୍କ ପରିବାରକୁ ଜଣାଇଥିଲେ । ପ୍ରାୟ ୭ଶହରୁ ଉର୍ଦ୍ଧ୍ବ କିଲୋମିଟର ଦୂରରେ ଥିବା ତାଙ୍କ ପରିବାର ଲୋକ ଆସିଲା ବେଳକୁ ଶବଟି ଚିକିଟି ମେଡିକାଲରେ ପଡି ପଡି ଭୀଷଣ ଦୁର୍ଗନ୍ଧ ହେବାରୁ ତାକୁ ମେଡିକାଲ ପଛ ପଟେ ଥିବା ଜଙ୍କ ରୁମରେ ରଖାଯାଇଥିଲା । ଦୀର୍ଘ ୩୬ ଘଣ୍ଟା ପର୍ଯ୍ୟନ୍ତ ଶବ ପାଖରେ ଡ୍ରାଇଭର ଭୋକ ଉପାସରେ ଜଗିରହିଥିଲେ ବି କେହି ଆହା ପଦେ କରିବା ଦୂରର କଥା ଖାଇବାକୁ ମଧ୍ୟ ଯାଚି ନଥିଲେ । ମଙ୍ଗଳବାର ସକାଳୁ ଆନ୍ଧ୍ରର ଏକ ଆମ୍ବୁଲାନ୍ସ ଯୋଗେ ମୃତ ହେଲପରଙ୍କ ପୁଅ ପି.ମନୋହର ଓ ଶଳା ଭି.ହରି ପହଞ୍ଚିବା ପରେ ସ୍ଥାନୀୟ ପୋଲିସ ତାଙ୍କଠାରୁ ଏକ ଲେଖା ରଖି ବ୍ୟବଚ୍ଛେଦ ନକରି ଶବକୁ ଛାଡି ଦେଇଥିଲା । ପ୍ରକୃତରେ ହେଲପରଙ୍କ ମୃତ୍ୟୁ ହୃଦଘାତ ଜନିତ ନା ଆଉ କିଛି ତାହା ସନ୍ଦେହ ଘେରରେ ରହିଗଲା ।

ହେଲପରଙ୍କର ସ୍ବାଭାବିକ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପରିବାର ଲୋକ ବ୍ୟବଚ୍ଛେଦ ପାଇଁ ଚାହୁଁ ନଥିବା କେ.ନୂଆଗାଁ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।