ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

୩୪ ବିଦ୍ୟାଳୟରେ ସ୍ବଚ୍ଛ ଓ ପାନୀୟ ଜଳ ବ୍ୟବସ୍ଥା କରିବେ ରାଇନା

ଲ‌କ୍ଷ୍ନୌ: ନିଜର ୩୪ତମ ଜନ୍ମଦିନର ଅବ୍ୟବହିତ ପୂର୍ବରୁ ସୁରେଶ ରାଇନା ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଗ୍ରାସିଆ ରାଇନା ଫାଉଣ୍ଡେସନ୍‌ (ଜିଆର୍‌ଏଫ) ନାମକ ଏକ ଏନ୍‌ଜିଓ ଗଠନ କରିଥିବା ରାଇନା ପତ୍ନୀ ପ୍ରିୟଙ୍କାଙ୍କୁ ଏହାର ସହ‌ଯୋଗୀ ପ୍ରତିଷ୍ଠାତା ରଖିଛନ୍ତି। ନଭେମ୍ବର ୨୭ ତାରିଖରେ ସୁରେଶ ରାଇନା ତାଙ୍କ ୩୪ତମ ଜନ୍ମଦିନ ପାଳନ କରିବା ପୂର୍ବରୁ ସୋମବାର ଏକ କାର୍ଯ୍ୟକ୍ରମ ଜରିଆରେ ଉତ୍ତରପ୍ରଦେଶର ୩୪ଟି ସରକାରୀ ବିଦ୍ୟାଳୟରେ ପାନୀୟ ଜଳ ସୁବିଧା, ବାଳକ ଓ ବାଳିକାଙ୍କ ପାଇଁ ସ୍ବତନ୍ତ୍ର ଟଏଲ‌େଟ୍‌, ହାତ ଓ ବାସନ ଧୁଆ ଏବଂ ସ୍ମାର୍ଟ କ୍ଲାସରୁମ୍‌ ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଛନ୍ତି। ଏହା ଦ୍ବାରା ପ୍ରାୟ ୧୦,୦୦୦ ସ୍କୁଲ୍‌ ଛାତ୍ରୀଛାତ୍ରଙ୍କ ପାଇଁ ସ୍ବାସ୍ଥ୍ୟ ଓ ସ୍ବଚ୍ଛତାକୁ ନିଶ୍ଚିତ କରିହେବ ବୋଲି ଆଶା କରାଯାଇଛି। ଏହି ଦମ୍ପତି ମଧ୍ୟ ଅବହେଳିତ ବର୍ଗର ୫୦୦ ମା’ଙ୍କୁ ରାସନ୍‌ କିଟ୍ ପ୍ରଦାନ କରିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି