ଦେଶ ବିଦେଶ ମନୋରଞ୍ଜନ

୩୩ ବର୍ଷରେ ଗାୟକ ଟମ୍‌ ପାର୍କଙ୍କ ପରଲୋକ, ବ୍ରେନ୍‌ ଟ୍ୟୁମରରେ ଥିଲେ ପୀଡିତ

ନୂଆଦିଲ୍ଲୀ ୩୧।୦୩ : ବ୍ରିଟିଶ ବ୍ୟାଣ୍ଡ ‘ଦି ୱାଣ୍ଟେଡ୍’ର ଗାୟକ ଟମ୍ ପାର୍କର ଦୁନିଆରେ ଆଉ ନାହାନ୍ତି । ୩୩ ବର୍ଷିୟ ଗାୟକଙ୍କ ବ୍ରେନ୍ ଟ୍ୟୁମର ଯୋଗୁଁ ଦେହାନ୍ତ ହୋଇଛି। ଦୁଇ ବର୍ଷ ପୁର୍ବେ ସେ ଜାଣିବାକୁ ପାଇଥିଲେ କି ତାଙ୍କୁ ବ୍ରେନ୍‌ ଟ୍ୟୁମର ହୋଇଛି । ଟମ୍‌ଙ୍କ ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ କେଲସି ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

ଘଟଣାକୁ ନେଇ କେଲସି ଲେଖିଛନ୍ତି, ଟମ ତାଙ୍କ ପରିବାର ଉପସ୍ଥିତିରେ ଏହି ଦୁନିଆ ବିଦାୟ ଦେଇ ଚାଲିଗଲେ। ଆମକୁ ଏକ କରି ଚାଲିଯାଇଛନ୍ତି। ଆମ ହୃଦୟ ବି ଭାଙ୍ଗିଯାଇଛି। ଟମ୍ ଆମ ଦୁନିଆର ଏକ କେନ୍ଦ୍ର ଥିଲେ। ସମସ୍ତେ ତାଙ୍କ ହସ ଏବଂ ଶକ୍ତିଶାଳୀ ଉପସ୍ଥିତି ବିନା ଆମ ଜୀବନକୁ କଳ୍ପନା କରିପାରିବୁ ନାହିଁ। ତୁମର ସମସ୍ତ ପ୍ରେମ ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ। ସମସ୍ତଙ୍କୁ ଧନ୍ୟବାଦ, ଯେଉଁମାନେ ଆମକୁ ଟମଙ୍କ ଯତ୍ନ ନେବାରେ ସାହାଯ୍ୟ କରିଥିଲେ। ସେ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ଏବଂ ମୁଁ ତାଙ୍କ ପାଇଁ ସର୍ବଦା ଗର୍ବିତ ରହିବି।

୨୦୧୮ ରେ ଟମ୍ ଏବଂ କେଲସି ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ଏବଂ ପୁଅ ଅଛି । ଟମଙ୍କ ଝିଅ ଆରେଲିଆ ୨୦୧୯ ରେ ଏବଂ ପୁଅ ଥୋମାସ ୨୦୨୧ ରେ ଜନ୍ମ ହୋଇଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ