ରାଜ୍ୟ ସ୍ପେଶାଲ ରିପୋର୍ଟ

୩୩ କିମି ବୋହିଲେ ପତ୍ନୀଙ୍କ ଶବ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପଟ୍ଟାଙ୍ଗି : ୬ବର୍ଷ ପରେ କଳାହାଣ୍ଡି ଜିଲ୍ଲା ଦାନ ମାଝି ଘଟଣାର ପୁନରାବୃତ୍ତି ଘଟିଛି। ଏଥର ଆନ୍ଧ୍ରରେ ଏହି ଘଟଣା ଘଟିଥିବା ବେଳେ ପତ୍ନୀଙ୍କ ଶବ କାନ୍ଧରେ ବୋହିଥିବା ବ୍ୟକ୍ତି ଜଣେ ଓଡ଼ିଆ। ପ୍ରାୟ ୩୩ କିଲୋମିଟର ବୋହି ଆଣିବାପରେ ଏହି ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୁଲିସ ନଜରକୁ ଆସିଥିଲା। ଆନ୍ଧ୍ର ପୁଲିସ ମାନବିକତା ଦେଖାଇବା ସହିତ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ଶବ ପଠାଇବା ବ୍ୟବସ୍ଥା କରିଛି।

ଏହି ବ୍ୟକ୍ତି ଜଣକ ହେଲେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍‌ର ଗୁରୁ। ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କିଛିଦିନ ତଳେ ପତ୍ନୀଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଗୁରୁତର ହୋଇଯାଇଥିଲା। ସଂକଟାପନ୍ନ ଅବସ୍ଥାରେ ପତ୍ନୀଙ୍କୁ ସାଗରବାଲସାସ୍ଥିତ ଗୋଟିଏ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ଗୁରୁ। କିନ୍ତୁ, ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ପତ୍ନୀଙ୍କ ମୃତ୍ୟୁ ହୋଇଯାଇଥିଲା। ପତ୍ନୀଙ୍କ ଅକାଳ ବିୟୋଗ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଗୁରୁ ଶେଷକୃତ୍ୟ ପାଇଁ ଶବ ଗାଁକୁ ନେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ ଡାକ୍ତରଖାନା କର୍ତ୍ତୃପକ୍ଷ ଆଦୌ ସହଯୋଗ କରିନଥିଲେ।

ଡାକ୍ତରଖାନା ପକ୍ଷରୁ ଶବ ନେବା ପାଇଁ ଗାଡ଼ି ଦିଆଯାଇ ନଥିଲା। ଏହାପରେ ସହାୟତା ପାଇଁ ଘୂରି ବୁଲିବା ସହ ବିଭିନ୍ନ ସ୍ଥାନରେ ଯୋଗାଯୋଗ କରିଥିଲେ। ତଥାପି କେହି ସହାୟତା ପାଇଁ ଆଗେଇ ଆସିନଥିଲେ। ଏପଟେ ପତ୍ନୀଙ୍କ ଚିକିତ୍ସା ବାବଦରେ ସମସ୍ତ ଟଙ୍କା ଖର୍ଚ୍ଚ କରି ସାରିଥିବାରୁ ଗାଡ଼ି ଭଡ଼ା କରି ନେବାକୁ ପକେଟ୍‌ରେ ଆଦୌ ଟଙ୍କା ନଥିଲା।

ରାଜ୍ୟ ବାହାରେ ଅସହାୟ ଅବସ୍ଥାରେ ରହିଥିବା ଗୁରୁ ଶେଷରେ ପତ୍ନୀଙ୍କୁ କାନ୍ଧରେ ବୋହି ଗାଁ ପର୍ଯ୍ୟନ୍ତ ଯିବାକୁ ସ୍ଥିର କରିଥିଲେ। ଡାକ୍ତରଖାନାରୁ ପତ୍ନୀଙ୍କ ଶବ କାନ୍ଧରେ ପକାଇ ଗାଁ ଅଭିମୁଖେ ବାହାରି ପଡ଼ିଥିଲେ। ଜାତୀୟ ରାଜପଥରେ ଚାଲିଚାଲି ଯିବା ମଧ୍ୟରେ ଅନେକ ଲୋକ ଏହି ଅଭାବନୀୟ ଦୃଶ୍ୟ ଦେଖିଥିଲେ। ଚକିତ ହୋଇଥିଲେ ସୁଦ୍ଧା କେହି ସହାୟତା କରିନଥିଲେ। ପ୍ରାୟ ୩୩କିଲୋମିଟର ଚାଲିବା ପରେ ବିଜୟନଗର ନିକଟରେ କିଛି ଲୋକ ଦେଖିବା ପରେ ସ୍ଥାନୀୟ ପୁଲିସକୁ ‌ଖବର ଦେଇଥିଲେ। ପୁଲିସ ପହଞ୍ଚି ଗୁରୁଙ୍କୁ ପଚରାଉଚରା କରିଥିଲା। ଟଙ୍କା ଅଭାବରୁ ଗାଡ଼ି ନପାଇ ପତ୍ନୀଙ୍କ ଶବ କାନ୍ଧେଇ ନେଉଥିବା ଜାଣିବା ପରେ ବିଜୟନଗର ଗ୍ରାମାଞ୍ଚଳ ପୁଲିସ ଏସ୍‌ଆଇ କିରଣ କୁମାର ସହାୟତାର ହାତ ବଢ଼ାଇଥିଲେ। ତୁରନ୍ତ ଗୋଟିଏ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଗାଁକୁ ଶବ ପଠାଇବା ବ୍ୟବସ୍ଥା କରିଥିଲେ। ଗୋଟିଏପଟେ ଟଙ୍କା ଅଭାବରୁ ପତ୍ନୀଙ୍କ ଶବ କାନ୍ଧରେ ବୋହିବା ଘଟଣା ଜନମାନସକୁ ବେଶ୍‌ ଆନ୍ଦୋଳିତ କରିଥିବା ବେଳେ ଅନ୍ୟପଟେ ଆନ୍ଧ୍ର ପୁଲିସର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ନିଜ ପତ୍ନୀଙ୍କ ମୃତଦେହକୁ ୧୦କିଲୋମିଟ ବୋହି ଜାତୀୟ ଧ ଅନ୍ତର୍ଜତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।