ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୩୦ ବର୍ଷ ବୟସ ପରେ ଏହିସବୁ ଖାଦ୍ୟରୁ ଦୁରେଇ ରହିବା ଉଚିତ, ସ୍ୱାସ୍ଥ୍ୟ ପାଇଁ ହାନିକାରକ

ଭୁବନେଶ୍ୱର ୨୬/୧୦ : ୩୦ ବର୍ଷ ବୟସ ପରେ ଶରୀରରେ ପୂର୍ବ ଭଳି ଫୁର୍ତ୍ତି ରହେନାହିଁ। ଏହି ବୟସରେ ପୁରୁଷ ଓ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦିଏ। ଏହିସବୁ ପରିବର୍ତ୍ତନ ଯୋଗୁଁ ଫିଟ୍ ରହିବା ନିହାତି ଆବଶ୍ୟକ। ହର୍ମୋନରେ ପରିବର୍ତ୍ତନ ଯୋଗୁଁ ଦୃଷ୍ଟିଶକ୍ତି, ଧଳା କେଶ, କାମ ଫୁର୍ତ୍ତି ଓ ତ୍ୱଚାରେ କୁଞ୍ଚନ ଆଦି ସମସ୍ୟା ଦେଖାଦେଇଥାଏ। ଏହା ପଛରେ ଖାଦ୍ୟପେୟ ନିର୍ଭର କରେ ବୋଲି ବୈଜ୍ଞାନିକ କହିଛନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ୩୦ ବର୍ଷ ବୟସ ହେବାପରେ ଆମକୁ ନିଜ ଡାଏଟରୁ କିଛି ଜିନିଷ ଦୂର ରଖିବା ଦରକାର କିମ୍ବା ଦେଖି ଚାହିଁ ଖାଇବା ଦରକାର। କେମ୍ବ୍ରିଜ୍ ୟୁନିଭର୍ସିଟିର ଏକ ରିପୋର୍ଟ ଅନୁଯାୟୀ, ଲୋକଙ୍କୁ ଦିନକୁ ୨୩୦୦ ମିଲିଗ୍ରାମରୁ ଅଧିକ ସୋଡିୟମ ଖାଇବା ଉଚିତ ନୁହେଁ। କିନ୍ତୁ ବଜାରରେ ମିଳୁଥିବା କ୍ୟାନ୍ ସୁପରେ ଦିନକୁ ଆବଶ୍ୟକ ହେଉଥିବା ସୋଡିୟମର ୪୦ ପ୍ରତିଶତ ସୋଡିୟମ ଥାଏ। ଏହା ସ୍କିନ୍ ଏଜିଙ୍ଗ୍ ଓ ରକ୍ତଚାପ ପାଇଁ ଘାତକ ପ୍ରମାଣିତ ହୋଇପାରେ।

୩୦ ବର୍ଷ ବୟସ ହେବାପରେ ଅଧିକ ସୁଗାର ଓ କାର୍ବ ଯୁକ୍ତ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖିବା ଉଚିତ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ, ବୟସ ବଢିବା ସହ ନିଦ ଧୀରେ ଧୀରେ କମିବାରେ ଲାଗିଥାଏ। ଫଳରେ ଅଧିକ ସୁଗାର ଓ କାର୍ବ ଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ ସେବନ କରିଥାଏ ଯାହା ମେଦ ବୃଦ୍ଧି କରିଥାଏ।

ବୈଜ୍ଞାନିକଙ୍କ କହିବାନୁଯାୟୀ, ଦିନରେ ୟୁଭି କିରଣ ସମ୍ପର୍କରେ ଆସିବାରୁ ତ୍ୱଚା ସମସ୍ୟା ଦେଖାଦେଇଥାଏ। ରାତିରେ ଶୋଇବା ସମୟରେ ଆମର କୋଷ ଏହାକୁ ରିପେୟାର କରିଥାଏ। କେଫେନେଟେଡ଼ ଡ୍ରିଂକ୍ସ ଆମର ଶୋଇବା କ୍ୱାଲିଟି ଖରାପ କରିଥାଏ। ଏଥିପାଇଁ ଶୋଇବା ସମୟରେ କାମ କରୁଥିବା କୋଷ ସ୍କିନକୁ ରିପେୟାର କରିପାରନ୍ତି ନାହିଁ।

ସକାଳ ଜଳଖିଆରେ ବ୍ୟବହାର ହେଉଥିବା ମଇଦା ଯୁକ୍ତ ବ୍ରେଡ୍ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ। ଏଥିରେ ସୁଗାର୍, କାର୍ବ ଓ ଫ୍ୟାଟ୍ ଅଧିକ ମାତ୍ରାରେ ରହିଥାଏ। ଏହା କେବଳ କୋଷ୍ଠକାଠିନ୍ୟ ଓ ପାଚନ ସମସ୍ୟା ବଢ଼ିଥାଏ ବରଂ ଅନ୍ତନଳୀ ପାଇଁ ମଧ୍ୟ ହାନିକାରକ।

ବୟସ ବଢିବା ସହ ମଣିଷର ପାଚନ ଶକ୍ତି ଦୁର୍ବଳ ହୋଇଥାଏ। ୩୦ ବର୍ଷ ବୟସରେ ଅଧିକାଂଶ ଲୋକ କ୍ରୀଡା ଓ ଅନ୍ୟ ଶାରୀରିକ କାର୍ଯ୍ୟକଳାପରେ ମଧ୍ୟ ଆକ୍ଟିଭ ରୁହନ୍ତିନି। ସେଥିପାଇଁ ଡିପ ଫ୍ରାଏ କିମ୍ବା ଜଙ୍କ ଫୁଡ ହଜମ କରିବା ମୁସକିଲ ହୋଇଥାଏ। ଏହାର ପ୍ରଭାବ କେଶ, ତ୍ୱଚା ଓ ଶରୀରର ଅନେକ ଭାଗରେ ଦେଖିବାକୁ ମିଳିଥାଏ।

୩୦ ବର୍ଷ ବୟସ ପରେ ମଣିଷର ଲିଭର୍, କିଡନୀ ଭଳି ଅଙ୍ଗ ଧୀରେ ଧୀରେ ଦୁର୍ବଳ ହୋଇଥାଏ। ସେଥିପାଇଁ ୩୦ ବର୍ଷ ବୟସ ପରେ ନାନା ସମସ୍ୟା ଦେଖାଦେଇଥାଏ। ସେଥିପାଇଁ ମଦ ସେବନ କରିବା ଅନୁଚିତ। ମଦ ଉଭୟ ଲିଭର ଓ କିଡନୀକୁ ଖରାପ କରିଦେଇଥାଏ। ଏହାସହ ମୋଟାପନ, ମଧୁମେହ ଭଳି ଅନେକ ରୋଗ ମଧ୍ୟ ହୋଇଥାଏ।

ଯଦି ଆପଣ ଆମିଷ ଖାଇବାକୁ ଭଲପାଆନ୍ତି ତାହେଲେ ସତର୍କ ରହିବା ଆବଶ୍ୟକ। ଆମିଷ ଏକ ହେଭି ଡାଏଟ୍। ବୟସ ବଢିବା ସହ ଆମିଷ ହଜମ କରିବା ମୁସକିଲ ହୋଇଥାଏ। ପ୍ରତିଦିନ ଆମିଷ ଖାଉଥିଲେ ଆପଣଙ୍କ ପାଚନ ପ୍ରଣାଳୀ ଉପରେ ଅନେକ ପ୍ରଭାବ ପକାଇପାରେ ଏବଂ ଆପଣଙ୍କୁ ରୋଗୀଣା ମଧ୍ୟ କରିପାରେ। ରେଡ୍ ମିଟ୍ ଓ ପ୍ରୋସେସ୍ଡ ମିଟରୁ ଦୁରେଇ ରହିବା ଆବଶ୍ୟକ। ଏହା ବଦଳରେ ଆପଣ ସାଲମନ ମାଛ ଖାଇପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ