ରାଜ୍ୟ ସ୍ପେଶାଲ ରିପୋର୍ଟ

୩୦ ଘଣ୍ଟା ପରେ ମିଳିଲା ବାପାଙ୍କ ମୃତଦେହ: ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିଲେ ଵାପ ଝିଅ

ଯାଜପୁର/ଭଣ୍ଡାରିପୋଖରୀ: ଗତ ୨୭ ତାରିଖରେ  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁଥିବା ନିଖୋଜ ଵାପ ଝିଅଙ୍କ ମଧ୍ୟରୁ ବାପା ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ତ୍ରିଲୋଚନପୁର ବୁଢାନଦୀରୁ ମିଳିଲା ମୃତଦେହ। ମୃତଦେହଟି ନିଖୋଜ ଚନ୍ଦନ ସାହୁଙ୍କର ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ୩୦ ଘଣ୍ଟା ପରେ ଚନ୍ଦନ ସାହୁଙ୍କର ମୃତଦେହ ଉଦ୍ଧାରହୋଇଥିବା ବେଳେ ନିଖୋଜ କୁନିଝିଅର ଏଯାଏ ପତ୍ତା ମିଳିନି। ଏବେ ବି ଖୋଜାଖୋଜି ଜାରି ରହିଛି।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ଵାଲିପୋଖରୀ ପଂଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ରାତି ପ୍ରାୟ ୯ଟା ଵେଳେ ଵାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ,ଦମକଳ ଓ ଓଡ୍ରାଫ ଦଳ ପହଞ୍ଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଥିଲେ। ଚନ୍ଦନଙ୍କ ପତ୍ନୀଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ହେବା ପରେ ଚନ୍ଦନ ମାନସିକ ସ୍ତରରେ ଚାପଗ୍ରସ୍ତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।