ଅପରାଧ ରାଜ୍ୟ

୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ

କଟକ : ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥା ହେବାକୁ ଯାଉଛି। ସବୁ ଜିଲ୍ଲାରେ ନିର୍ଦ୍ଦିଷ୍ଟ ଅଦାଲତ ପେପରଲେସ୍ ବ୍ୟବସ୍ଥାରେ କାର୍ଯ୍ୟ କରିବ। ରାଜ୍ୟର ୩୦ଟି ଜିଲ୍ଲାରେ ପେପରଲେସ୍ କୋର୍ଟ ବ୍ୟବସ୍ଥାକୁ ଆସନ୍ତା ୧୭ ତାରିଖ ଦିନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ ଯେ ହାଇକୋର୍ଟର ପ୍ରଥମ ପେପରଲେସ୍ କୋର୍ଟ ହେଉଛି ମୁଖ୍ୟବିଚାରପତିଙ୍କ କୋର୍ଟ। ଏହାକୁ ସୁପ୍ରିମକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ ଡି.ୱାଇ,ଚନ୍ଦ୍ରଚୂଡ ୨୦୨୧, ସେପ୍ଟେମ୍ବର ୧୧ରେ ଉଦଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ହାଇକୋର୍ଟର ଆଉ କେତେକ ଖଣ୍ଡପୀଠ ପେପରସେଲ୍ ହୋଇଛି। ପେପରଲେସ୍ ପରିବେଶ ଭିତରେ ନିର୍ଦ୍ଦେଶନାମା ଓ ରାୟ ତୁରନ୍ତ ଜିଲ୍ଲା ଅଦାଲତ ଗୁଡିକୁ ସୁରକ୍ଷିତ ଭାବେ ପଠାଇବା ପାଇଁ ଅର୍ଡର କମ୍ୟୁନିକେସନ୍ ପୋର୍ଟାଲ ୨୦୨୧, ଏପ୍ରିଲରେ ଆରମ୍ଭ କରାଯାଇଥିଲା। ଇ-ନୋଟିଫିକେସନ୍‌ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ବେଳେ ଏହାଦ୍ବାରା ଆଉ ନୋଟିସର କପି ବଣ୍ଟନ କରିବାକୁ ପଡୁନି। ଇ-ଏନଏସରେ ‌ବିଜ୍ଞପ୍ତି ଅପଲୋଡ୍ କରାଯାଉଛି। ନିମ୍ନ ଅଦାଲତ ରେକର୍ଡ (ଏଲସିଆର) ତଲବ କରିବା ଅଭ୍ୟାସ ବନ୍ଦ କରାଯାଇ ଇ-ଏଲସିଆର ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏଥିପାଇଁ ଜିଲ୍ଲା ଅଦାଲତ ଗୁଡିକୁ ହାଇ ସ୍ପିଡ୍ ଏଡିଏଫ ସ୍କାନର ପ୍ରଦାନ କରାଯାଇଛି।

୨୦୨୧, ଏପ୍ରିଲ ୫ରେ ଇ-ଫାଇଲିଂ ୱେବ ପୋର୍ଟାଲ ଆରମ୍ଭ କରାଯାଇଥିଲା। କେନ୍ଦ୍ର, ରାଜ୍ୟ ସରକାର ଓ ସେମାନଙ୍କ ସଂସ୍ଥା ଗୁଡିକ ପାଇଁ ଇ-ଫାଇଲିଂ ହାଇକୋର୍ଟରେ ବାଧ୍ୟତାମୂଳକ କରାଯାଇଥିଲା। କୋର୍ଟ ଫି ଦାଖଲର ଇ-ପେମେଣ୍ଟ ପାଇଁ ପୋର୍ଟାଲ ଆରମ୍ଭ କରାଯାଇଥିଲା। ଇ-ଫାଇଲିଂ, ଇ-ପେମେଣ୍ଟ ବ୍ୟବସ୍ଥା ବ୍ୟବହାର ପାଇଁ ହାଇକୋର୍ଟ ଓ ଜିଲ୍ଲା ଅଦାଲତର ଆଇନଜୀବୀଙ୍କ ପାଇଁ କର୍ମଶାଳା ଆୟୋଜନ କରାଯାଇଥିଲା। ୨୦୨୧, ନଭେମ୍ବର ୧ରୁ ଇ-କଷ୍ଟଡି ସାର୍ଟିଫିକେଟ ବ୍ୟବସ୍ଥା ଗୃହ ବିଭାଗ, ଜେଲ୍‌ ବିଭାଗ, ଆଡଭୋକେଟ ଜେନେରାଲ କାର୍ଯ୍ୟାଳୟ ସହଯୋଗରେ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ଜଣେ ବନ୍ଦୀଙ୍କ ପୁରୁଣା ରେକର୍ଡ ଓ ଅନ୍ୟାନ୍ୟ ସୂଚନା ଦେଉଛି। ୨୦୨୧, ଅଗଷ୍ଟ ୨ରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ କୋର୍ଟରେ ହେଉଥିବା ମାମଲା ଶୁଣାଣିର ସିଧା ପ୍ରସାରଣ ଆରମ୍ଭ ହୋଇଥିଲା। ହାଇକୋର୍ଟର ଅଫିସିଆଲ ୟୁଟ୍ୟୁବ୍ ଚାନେଲରେ ଏହା ଦେଖିହେଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।