ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୨ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି

ନୂଆଦିଲ୍ଲୀ : ଲଗାତାର ୨ ସପ୍ତାହ ଧରି ଦେଶରେ କରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଦେଖାଦେଇଛି। ଗତ ରବିବାର ଶେଷ ହେଉଥିବା ସପ୍ତାହରେ ମୋଟ୍‌ ସଂକ୍ରମଣ ସଂଖ୍ୟା ୧୫୨୬ ଥିଲା। ଏହି ସଂଖ୍ୟା ଖୁବ୍‌ କମ୍‌ ଥିଲେ ସୁଦ୍ଧା ପୂର୍ବ ସପ୍ତାହ ତୁଳନାରେ ସଂକ୍ରମଣ ମାମଲାରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ପୂର୍ବ ସପ୍ତାହରେ ସଂକ୍ରମଣ ମାମଲା ୧୨୧୯ ଥିଲା। ଡିସେମ୍ବର ୨୬-ଜାନୁଆରି ୧ ସପ୍ତାହ ମଧ୍ୟରେ ଦେଶରେ କରୋନା ମୃତ୍ୟୁ ୬ ରହିଛି। ମାର୍ଚ୍ଚ ୧୬-୨୨ ସପ୍ତାହରେ ଶେଷ ଥର ପାଇଁ ଦେଶରେ କରୋନା ମୃତ୍ୟୁ ଏତେ କମ୍‌ ଥିଲା। ଅନ୍ୟପ‌କ୍ଷେ ଡିସେମ୍ବର ୧୯-୨୫ ସପ୍ତାହରେ ଦେଶରେ କରୋନା ମୃତ୍ୟୁ ୧୬ ରହିଛି।

କର୍ଣ୍ଣାଟକରେ କରୋନା ସଂକ୍ରମଣରେ ବୃଦ୍ଧି ହୋଇଛି। ଡିସେମ୍ବର ୧୬-୨୨ ସପ୍ତାହରେ କର୍ଣ୍ଣାଟକରେ ମୋଟ୍‌ ସଂକ୍ରମଣ ୧୧୬ ଥିବାବେଳେ ଡିସେମ୍ବର ୨୬-୧ ସପ୍ତାହରେ ସଂକ୍ରମଣ ମାମଲା ୨୭୬କୁ ବୃଦ୍ଧି ପାଇଛି। କର୍ଣ୍ଣାଟକ ସହ ଅଳ୍ପ କିଛି ରାଜ୍ୟରେ ମଧ୍ୟ ସଂକ୍ରମଣ ବୃଦ୍ଧି ହୋଇଛି। କେରଳରେ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛି। କେରଳରେ ଗତ ରବିବାର ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ସଂଖ୍ୟା ୪୬୭ ଥିଲା। ଅନ୍ୟପକ୍ଷେ ଏହାର ପୂର୍ବ ସପ୍ତାହରେ କେରଳରେ ସଂକ୍ରମଣ ମାମଲା ୪୧୬ ଥିଲା। ଲଗାତାର ୨ ସପ୍ତାହ ଧରି ଦେଶରେ ଟେଷ୍ଟିଂ ବୃଦ୍ଧି ପାଉଥିବାରୁ ସଂକ୍ରମଣ ମଧ୍ୟ ବଢ଼ୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ