ରାଜ୍ୟ

+୨ ପରୀକ୍ଷାରେ କେଏମ୍‌ବିବିର ସଫଳତାs

ଭୁବନେଶ୍ବର : ବୁଧବାର ଦିନ +୨ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ପ୍ରତିବର୍ଷ ପରି ଏଥର ମଧ୍ୟ କଟକ ତ୍ରିଶୁଳିଆର ନରଣପୁରସ୍ଥିତ କେଏମ୍‌ବିବି ସାଇନ୍ସ ହାୟର ସେକେଣ୍ଡାରି ସ୍କୁଲ(ଜୁନିଅର ସାଇନ୍ସ କଲେଜ)ର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ପରୀକ୍ଷା ଦେଇଥିବା କଲେଜର ସମସ୍ତ ୧୫୧ ଜଣ ଛାତ୍ରଛାତ୍ରୀ ସଫଳତାର ଉତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୪ଜଣ ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖି କଲେଜକୁ ଗୌରବାନ୍ବିତ କରିଛନ୍ତି।

ଛାତ୍ରୀ ପ୍ରୀତି ପଲ୍ଲବିତା ମହାନ୍ତି ୫୫୪ ନମ୍ବର ରଖି କଲେଜରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରକାଶ ନାଏକ ୫୪୫ ନମ୍ବର ରଖିଥିବା ବେଳେ ଅର୍ପିତା ପ୍ରିୟଦର୍ଶିନୀ ୫୪୨ ଓ ସୁଭାଶିଷ ସ୍ବାଇଁ ୫୪୨ ନମ୍ବର ରଖିଛନ୍ତି। ୨୩ଜଣ ଛାତ୍ରଛାତ୍ରୀ ୮୦ରୁ ୯୦ ପ୍ରତିଶତ, ୧୯ଜଣ ୮୦ରୁ ୮୫ ପ୍ରତିଶତ, ୪୮ଜଣ ୭୦ରୁ୮୦ ପ୍ରତିଶତ, ୪୧ଜଣ ୬୦ରୁ ୭୦ ପ୍ରତିଶତ ଓ ୧୬ଜଣ ୫୦ରୁ ୬୦ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି। ସମସ୍ତ ଛାତ୍ରଛାତ୍ରୀଙ୍କୁ କଲେଜ କର୍ତୃପକ୍ଷ ଅଭିନନ୍ଦନ ଜଣାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।