ରାଜ୍ୟ

୨ ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ସିଆରପିଏଫ ଯବାନ

ମାଲକାନଗିରି: ଦେବଦୂତ ସାଜିଲେ ଯବାନ। ଏଭଳି ଚିତ୍ର ଦେଖିବାକୁ ମିଳିଛି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ। ବିଜାପୁର ଜିଲ୍ଲାର କାକନାର ଗ୍ରାମ ନିକଟସ୍ଥ ନଦୀରେ ବର୍ଷା ଯୋଗୁଁ ପାଣି ବଢିଯାଇଥିବାରୁ ନଦୀ ପାର କରିବା ଏକ ପ୍ରକାର କଷ୍ଟକର ହୋଇପଡିଛି। ତେବେ ଗ୍ରାମର ରାମବାଇ ହୁଇକା ଓ ସନସନି ପୁଲସୁମ ନାମକ ଦୁଇ ମହିଳା ଗର୍ଭବତୀ ହୋଇଥିବା ବେଳେ ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିଲେ।

ଏହି ଖବର ସ୍ଥାନୀୟ ଡାକ୍ତର ବିଜୟ କୁମାର ଗୋଭେଲ ଜାଣିବା ପରେ ସିଆରପିଏଫ ଯବାନଙ୍କୁ ଖବର ଦେବା ପରେ ଏକ ବୋଟ ଯୋଗେ ଦୁଇ ମହିଳାଙ୍କୁ ଯବାନ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ।ଯବାନଙ୍କ ଏଭଳି ମହାନତା ଯୋଗୁଁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ଯବାନ ଯେ କେବଳ ନକ୍ସଲ ଦମନ ନେଇ କାମ କରୁନାହାନ୍ତି ବରଂ ଲୋକଙ୍କ ପାଇଁ ସବୁବେଳେ ସହଯୋଗ କରିବାକୁ ଆଗଭର ହେଉଛନ୍ତି। ଗ୍ରାମବାସୀ ଏଭଳି ସହଯୋଗ କେବେ ଭୁଲିବେ ନାହିଁ ବୋଲି ଯବାନଙ୍କୁ ସଲାମ କରି କହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।