ଦେଶ ବିଦେଶ ଧର୍ମ

୨୯ ଜାନୁଆରୀରୁ ଏହି ରାଶି ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ, ବର୍ଷିବ ମା ଲକ୍ଷ୍ମୀଙ୍କ କୃପା, ଦୂର ହେବ ସମସ୍ତ ସମସ୍ୟା…

ନୂଆଦିଲ୍ଳୀ ୨୩।୦୧ : ୨୦୨୨ ବର୍ଷର ଆରମ୍ଭ ହୋଇସାରିଛି । ଜାନୁୟାରୀର ମାସ ସରିବାକୁ ମଧ୍ୟ ବସିଲାଣି । ଏଥି ପାଇଁ ଲୋକାମାନେ ତାଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ନିଜର ରାଶି ଗୁଡିକ ବିଷୟରେ ଜାଣିବାକୁ ଚାହାନ୍ତି। ଏହା ସହ ଗ୍ରହମାନଙ୍କର ପ୍ରଭାବ ହେତୁ ବ୍ୟକ୍ତିର ଜୀବନକୁ କିପରି ପ୍ରଭାବିତ କରିଥାଏ ତାହା ମଧ୍ୟ ଜାଣିବାକୁ ମିଳିଥାଏ । ୨୦୨୨ରେ ସମସ୍ତ ଗ୍ରହର ରାଶିଫଳ ପରିବର୍ତ୍ତନ ହେବ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୨୦୨୨ ବର୍ଷ କିଛି ରାଶି ଗୁଡିକ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। ଏହି ରାଶିର ବ୍ୟକ୍ତିମାନଙ୍କର ନୂଆ ବର୍ଷରେ ଭାଗ୍ୟର ସମ୍ପୂର୍ଣ୍ଣ ସମର୍ଥନ ମିଳିବ । ଆଉ ଯେତେବେଳେ ଏକ ଗ୍ରହ ଏହାର ରାଶି ପରିବର୍ତ୍ତନ କରେ, ଏହାର କିଛି ରାଶି ଗୁଡିକ ଉପରେ ଭଲ ପ୍ରଭାବ ପଡିଥାଏ ଏବଂ କିଛି ରାଶିର ଗୁଡିକ ଉପରେ ଖରାପ ପ୍ରଭାବ ପଡିଥାଏ । ୨୯ ଜାନୁୟାରୀ ଠାରୁ ଭୌତିକ ସୁଃଖ, ବୈବାହିକ ସୁଃଖ ,ରୋମାନ୍ସ, ଭଲ ଦିନ ସବୁ ଆସିବାକୁ ଯାଉଛି । ଶୁକ୍ରଙ୍କର ବୃଷ , ତୁଳା ରାଶି ସ୍ବାମୀ ଅଟେ ମୀନ ରାଶି ସବୁଠାରୁ ଉଚ୍ଚ ରାଶି ହୋଇଥିବା ବେଳେ କନ୍ୟା ରାଶିଟି ନୀଚ୍ଚ ରାଶି ହୋଇଥାଏ। ଅନ୍ୟପଟେ ଶୁକ୍ର ଶୁଭ ହେଲେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ଆଗାମୀ ଦିନରେ ଭାଗ୍ୟବାନ ହେବାକୁ ଯାଉଛି।

ମିଥୁନ ରାଶି- ଏହି ରାଶିରେ ଶୁକ୍ରରାଶି ପ୍ରବେଶ କରିବା ଦ୍ବାରା ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ବାରା ଆପଣଙ୍କୁ ମାନ-ସମ୍ମାନ ପ୍ରାପ୍ତ ହେବ । ପରିବାରରେ ସହ ସମୟ ବିତାଇବେ । ପାର୍ଟନର ସହ ଭଲରେ ଦିନ କଟିବା ଏବଂ ସମ୍ପର୍କ ସୁଦୃଢ ହେବ । ଗୋଚର କାଳର ସମସ୍ୟା ସମାଧାନ ହେବ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଓ କ୍ୟାରିୟରରେ ସମସ୍ତ ସମସ୍ୟା ଦୂର ହେବ । ଖୁବ୍‌ ଉନ୍ନତି କରିବେ ।

ସିଂହ ରାଶି- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁକ୍ର ରାଶି ଆସିବା ଦ୍ବାରା ଖୁବ୍‌ ଶୁଭ ବୋଲି କୁହାଯାଇ ପାରେ । ଏହା ଦ୍ଵାରା ଜମି କିମ୍ବା ଜାଗା କିଣି ପାରନ୍ତି । ଧାର୍ମିକ ସ୍ଥାନକୁ ଭ୍ରମଣ କରିବାର ସମ୍ଭାବନା ରହିଛି । ପାର୍ଟନରଙ୍କ ସହଯୋଗରେ ଧନ ଲାଭ ହୋଇପାରେ ।ବୈବାହିକ ଜୀବନ ସୁଃଖମୟ ହେବ ।

କନ୍ୟା ରାଶି- କନ୍ୟା ରାଶି ପାଇଁ ଦିନ ଗୁଡିକ ଖୁବ୍‌ ଖୁସିରେ କଟିବ । ଜୀବନରେ ଖୁସି ହିଁ ଖୁସି ଭରି ଯିବ । ଏହି ସମୟରେ ଭାଇ ଭଉଣୀ ସହ ସମ୍ପର୍କ ସୁଦୃଢ ହେବ । କଠିନ ସମସ୍ୟାର ସାମ୍ନା କରିବାକୁ ପଡିବ । ପରିବାର ସହ ଭଲ ସମୟ ବିତାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେଵ ।

ଧନୁ ରାଶି-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନ ଗୁଡିକ ଲାଭଦାୟକ ହେବା ସହ ହସଖୁସିରେ କଟିବ । ଆଗାମୀ ଦିନ ଗୁଡିକ ଶୁଭ ହେବ । ଯେକୌଣସି କର୍ମ କ୍ଷେତ୍ରରେ ସଫଳତା ପାଇବେ । କଠିନ ପରିଶ୍ରମ କରିବାର ଫଳପ୍ରାପ୍ତ ହେବ । ପାର୍ଟନର ସହ ଭଲ ସମୟ ବିତାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଧନ-ଲାଭ ହେବ । ପାରିବାର ସଦସ୍ୟଙ୍କର ସହଯୋଗ ମିଳିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ