ରାଜ୍ୟ

୨୮ବର୍ଷ ପରେ ହତ୍ୟା ଅଭିଯୁକ୍ତ ଗିରଫ: ଚେନ୍ନାଇରେ ଶାଶୂ ହତ୍ୟା ପରେ ଫେରାର୍‌ ଥିଲା

ବ୍ରହ୍ମପୁର: ୨୮ବର୍ଷ ତଳେ ଚେନ୍ନାଇରେ ଶାଶୂଙ୍କୁ ହତ୍ୟା ମାମଲାର ଅଭିଯୁକ୍ତକୁ ଖୋଜି ଖୋଜି ତାମିଲାନାଡ଼ୁ ପୁଲିସ ବ୍ରହ୍ମପୁରରେ ପହଁଚିଥିଲା। ଗୋସାଇଁ ନୂଆଗାଁ ଥାନା ପୁଲିସ ସହଯୋଗରେ ଅଭିଯୁକ୍ତ ଜ୍ବାଇଁକୁ ବ୍ରହ୍ମପୁର ରେଳଷ୍ଟେସନ୍‌ରୁ ଗିରଫ କରିବାରେ ସକ୍ଷମ ହୋଇଥିବା ନେଇ ଆଜି ବ୍ରହ୍ମପୁର ଏସ୍‌ପି ଡା.ଶରବଣା ବିବେକ.ଏମ୍‌ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲା ହରିହର ପାଟ୍ଟଯୋଶୀ। ତାର ଡାକ୍ତରୀ ପରୀକ୍ଷା କରାଯିବା ପରେ କୋର୍ଟରେ ହାଜର କରାଯିବ। ପରେ ଚେନ୍ନାଇ ପୁଲିସ ତାକୁ ଟ୍ରାନ୍‌ଜିଟ୍‌ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି।

ସୂଚନା ମତୁବାକ, ଗିରଫ ଅଭିଯୁକ୍ତ ହରିହରର ଘର ବ୍ରହ୍ମପୁରରେ। ୧୯୯୪ ମସିହାରେ ଚେନ୍ନାଇର ଏକ ବିଜ୍ଞାପନ ସଂସ୍ଥାର ପ୍ରିଣ୍ଟିଂପ୍ରେସ୍‌ରେ କାମ କରୁଥିଲା। ସେଠାରେ ଇନ୍ଦିରା ନାମକ ଜଣେ ଯୁବତୀଙ୍କ ସହ ତାର ଦେଖା ହୋଇଥିଲା। ସେ ମଧ୍ୟ ଏକ କମ୍ପାନିର ଟେଲି ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍ ଭାବେ କାମ କରୁଥିଲେ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା ଓ ସେହିବର୍ଷ ଜୁଲାଇ ୧୪ରେ ଦୁହେଁ ବିବାହ କରିଥିଲେ। କିନ୍ତୁ କିଛିମାସ ପରେ ପାରିବାରିକ କଳହ ଯୋଗୁଁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ। ଇନ୍ଦିରା ବିବାହ ବିଚ୍ଛେଦ ପାଇଁ ସେଠାରେ ସ୍ଥାନୀୟ କୋର୍ଟରେ ଆବେଦନ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ହରିହର ୧୯୯୫ ଅଗଷ୍ଟ ୮ରେ ନାଙ୍ଗନାଲୁର୍‌ ସ୍ଥିତ ଇନ୍ଦିରାଙ୍କ ଘରେ ପହଁଚିଥିଲା। ଏକ ଛୁରୀରେ ଶାଶୂ ରମା, ପତ୍ନୀ ଇନ୍ଦିରା ଏବଂ ଶଳା କାର୍ତ୍ତିକଙ୍କୁ ଆକ୍ରମଣ କରି ଫେରାର୍ ହୋଇ ଯାଇଥିଲା। ଇନ୍ଦିରା ଏବଂ କାର୍ତ୍ତିକ ଗୁରୁତର ହୋଇଥିବା ବେଳେ ଶାଶୂଙ୍କ ମୃତ୍ୟୁ ହୋଇଥିଲା। ଏ ନେଇ ସ୍ଥାନୀୟ ଥାନାରେଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତ ହରିହରକୁ ଧରିବା ପାଇଁ ସେଠାକାର ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ତାକୁ ପାଉନଥିଲା।

ହରିହର ନିୟମିତ ନିଜର ଠିକଣା ବଦଳାଉଥିଲା। ୨୦୦୧ ମସିହାରେ ହରିହର ଆସ୍କାରେ ଜଣେ ବନ୍ଧୁ ଘରେ ଆତ୍ମଗୋପନ କରିଥିବା ବେଳେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା। ତାଙ୍କର ଏକ କନ୍ୟା ସନ୍ତାନ ମଧ୍ୟ ଅଛି। ଦ୍ବିତୀୟ ବିବାହ କରିଥିବା ସ୍ତ୍ରୀ ବ୍ରହ୍ମପୁର ଅନ୍ଧପସରା ଛକରେ ଏକ ଶାଢ଼ି ଦୋକନ କରିଛନ୍ତି। ସପ୍ତାହେ ତଳେ ଚେନ୍ନାଇର ଏକ ପୁଲିସ ଟିମ୍ ହରିହର ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଆସିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଗୋସାଇଁ ନୂଆଗାଁ ଥାନା ପୁଲିସ ସେମାନଙ୍କୁ ସହଯୋଗ କରିଥିଲା। ଅଭିଯୁକ୍ତର ଗତିବିଧି ଉପରେ ପୁଲିସ ନଜର ରଖିଥିଲା। ସେ ଏହା ଜାଣିପାରି ପୁଣି ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ରେଳଷ୍ଟେସନ୍‌ରେ ତାକୁ ପୁଲିସ ମାଡ଼ି ବସିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।