ଅପରାଧ ରାଜ୍ୟ

୨୬ ଦିନ ହେଲା ନିଖୋଜ ଥିଲେ: ଜଙ୍ଗଲରୁ ମହିଳାଙ୍କ କଙ୍କାଳ ଉଦ୍ଧାର

ଲାଞ୍ଜିଗଡ(କ୍ଷମାନିଧି ମହାଖୁଡ଼): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କୁଟ୍ରୁଗୁଡା ଗାଁର ଜନୈକା ମହିଳା ଅନୁସୂୟା ହରିଜନ(୨୨ବର୍ଷ)ପ୍ରାୟ ୨୬ ଦିନ ହେଲା ନିଖୋଜ ଥିଲେ।କଳାହାଣ୍ଡି ଜିଲ୍ଲା ସୀମାନ୍ତ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ବାଲିଯୋଡ଼ି ଗାଁ ଜଙ୍ଗଲରୁ ତାଙ୍କ କଙ୍କାଳ ଉଦ୍ଧାର କରାଯାଇଛି।

ଲାଞ୍ଜିଗଡ ବ୍ଳକ ବିଶ୍ଵନାଥପୁର ଥାନା କୁଟ୍ରାଗୁଡ଼ା ଗ୍ରାମର ଅନୁସୂୟା ହରିଜନଙ୍କୁ ଅମ୍ବାଦଳା ଥାନା କଦମ୍ବଗୁଡ଼ା ଗ୍ରାମର ରାହୁଲ କରକରିଆଙ୍କୁ କେରଳରେ ପ୍ରେମ ବିବାହ କରି ସେଠାରେ ଉଭୟ ରହି ଆସୁଥିଲେ।ମାସେ ତଳେ ଅନୁସୂୟାଙ୍କ ଦେହ ଅସୁସ୍ଥ ହେବାରୁ ରାହୁଲ ତାଙ୍କୁ ଟ୍ରେନ ଯୋଗେ ଘରକୁ ପଠେଇ ଦେଇଥିଲେ। ବାଲିଯୋଡିରେ ଥିବା ତାଙ୍କ ଭଉଣୀ ଓ ଭିଣୋଇକୁ ଟ୍ରେନରୁ ନେଇ ନିଜ ଘରେ ରଖିବା ପାଇ ରାହୁଲ ଫୋନରେ କହିଥିଲେ। ରାହୁଲଙ୍କ ଭିଣୋଇ ରାୟଗଡା ଜିଲ୍ଲା ମୁନିଗୁଡା ଷ୍ଟେସନରୁ ଅନୁସୂୟାଙ୍କୁ ଆଣି ନିଜ ଘରେ ରଖିଥିଲେ। ପ୍ରାୟ ଦୁଇ ସପ୍ତାହ ରହିବା ପରେ ଅନୁସୂୟା କେଉଁ ଆଡେ ଚାଲି ଯାଇଥିବା ନେଇ ଭିଣୋଇ ତାଙ୍କ ସମ୍ପର୍କୀୟଙ୍କୁ ଜଣାଇଥିଲେ।

ଅନ୍ୟପକ୍ଷରେ ଅନୁସୂୟାର ପରିବାର ଲୋକେ ବାଲିଯୁଡ଼ି ଗାଁରେ ରାହୁଲଙ୍କ ଭେଣେଇ ଘରେ ଅନୁସୂୟା ରହୁଥିବା ଜାଣି ଫୋନରେ ଯୋଗାଯୋଗ କରିଥିଲେ।ଅଗଷ୍ଟ ୩୧ ତାରିଖ ଅନୁସୂୟା ମୋବାଇଲ ବନ୍ଦ ଥିବା ପରିବାର ଲୋକେ ଜାଣିବା ପରେ ଝିଅକୁ ଭେଟିବା ପାଇଁ ସେପ୍ଟେମ୍ବର ୧ ତାରିଖ ବାଲିଯୋଡି ଗାଁକୁ ଯାଇଥିଲେ। ରାହୁଲର ଭିଣୋଇ ଶ୍ରୀ ଚରଣ କୁସୁଲିଆଙ୍କୁ ପଚାରିବାରୁ ଗତ ରାତିରେ ଅନୁସୂୟା କୁଆଡେ ଚାଲିଯାଇ ଥିବା କହିଥିଲେ। ଅନୁସୂୟା ପରିବାର ଲୋକେ ଝିଅକୁ ଖୋଜାଖୋଜି କରିବା ପରେ ନ ପାଇବାରୁ ଅମ୍ବାଦଳା ଥାନାରେ ଗତ ୩ ତାରିଖ ନିଖୋଜ ଅଭିଯୋଗ କରିଥିଲା। ଏହାକୁ ନେଇ ଅମ୍ବାଦଳା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ପୁଲିସ ତଦନ୍ତରେ ବିଳମ୍ବ ହେବାରୁ ଅନୁସୂୟାଙ୍କ ପରିବାର ଲୋକେ ରାୟଗଡା ଜିଲ୍ଲା ଏସପି ବିବେକାନନ୍ଦ ଶର୍ମାଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇ ଝିଅକୁ ଖୋଜି ଆଣିବାକୁ ନିବେଦନ କରିଥିଲେ। ଘଟଣାର ଗୁରୁତ୍ୱକୁ ନେଇ ଏସପି ଶ୍ରୀ ଶର୍ମା ଏକ ତଦନ୍ତକାରୀ ଟିମ୍ ଗଠନ କରି ତଦନ୍ତ ଚଲାଇଥିଲେ। ଗତ ୨୯ ତାରିଖରେ ଏସପି ବାଲିଯୋଡି ଗାଁକୁ ଆସି ରାହୁଲଙ୍କ ଭିଣୋଇ ଓ ତାଙ୍କ ସ୍ତ୍ରୀକୁ ଅମ୍ବାଦଳା ଥାନାକୁ ନେଇ ପଚରାଉଚରା କରିଥିଲେ। ଅନୁସୂୟା ଆତ୍ମହତ୍ୟା କରିଥିବା ଏବଂ ଏହାପରେ ଶବକୁ ସେମାନେ ଜଙ୍ଗଲରେ ପୋତି ଦେଇଥିବା ଏହି ଦମ୍ପତି ଜେରା ସମୟରେ ପ୍ରକାଶ କରିଥିଲେ। ପୁ

ଲିସ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଜଙ୍ଗଲରୁ ଅନୁସୂୟାଙ୍କ ଗଳିତ ଶବ ଏକ ବସ୍ତା ଭିତରେ ଥିବା ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ଡାକ୍ତରଖାନାକୁ ପଠାଇଛି। ଏଥିସହ ଭିଣୋଇ ଶ୍ରୀଚରଣ କୁସୁଲିଆ ଓ ତାଙ୍କ ସ୍ତ୍ରୀକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ଅନ୍ୟ ପଟେ ଅନୁସୂୟାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।