ରାଜ୍ୟ ସ୍ପେଶାଲ ରିପୋର୍ଟ

୨୬ ଘଣ୍ଟା ପରେ ତୁଟିଲା ବିବାଦ: ଧାରଣାରୁ ଓହରିଲେ ବିଜେପି, କଂଗ୍ରେସ କର୍ପୋରେଟର୍‌

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ: ସାରା ରାତି ରାସ୍ତାରେ ଶୋଇବା ଏବଂ ଦୀର୍ଘ ୨୬ ଘଣ୍ଟାର ଧାରଣା ପରେ କଟକ ପୌର ନିଗମର ବିଜେପି ଓ କଂଗ୍ରେସ କର୍ପୋରେଟର ମାନଙ୍କୁ ପୌର ନିଗମ କର୍ତ୍ତୃପକ୍ଷ ମନାଇବାରେ ସଫଳ ହୋଇଛନ୍ତି। ମେୟର ସୁବାସ ସିଂହ ଓ କମିସନର ନିଖିଲ ପୱନ କଲ୍ୟାଣ ଧାରଣାସ୍ଥଳକୁ ଆଜି ଅପରାହ୍ନ ପ୍ରାୟ ୩ଟାରେ ଆସି ଧାରଣାରତ କର୍ପୋରେଟର ମାନଙ୍କୁ ଅଫିସ ଭିତରକୁ ଆସି ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ବିଜେପି ଓ କଂଗ୍ରେସ କର୍ପୋରେଟରମାନେ ଅଫିସ ଭିତରକୁ ଯାଇ ମେୟର ଓ କମିସନରଙ୍କ ସହ ଆଲୋଚନା କରିବା ପରେ ବିବାଦ ତୁଟିଥିଲା ଏବଂ ଧାରଣାରୁ କର୍ପୋରେଟମାନେ ଓହରି ଯାଇଥିଲେ। ଅଫିସ୍ ଭିତରେ କଣ ଆଲୋଚନା ହେଲା ସେ ସଂପର୍କରେ ନିର୍ଦ୍ଦିଷ୍ଟ ଭାବେ ମେୟର ଅଥବା କମିସନରଙ୍କ ପକ୍ଷରୁ କିଛି କୁହାଯାଇ ନଥିବା ବେଳେ କଂ‌ଗ୍ରେସର ବରିଷ୍ଠ କର୍ପୋରେଟର ସନ୍ତୋଷ ଭୋଳ କିନ୍ତୁ ସେମାନଙ୍କର ସମସ୍ତ ଦାବି କର୍ତ୍ତୃପକ୍ଷ ମାନି ନେଲେ ବୋଲି କହିଛନ୍ତି।

ଶ୍ରୀ ଭୋଳ କହିବା ଅନୁଯାୟୀ ଗତକାଲିର ଆଚରଣ ପାଇଁ କମିସନର କ୍ଷମା ମାଗିଥିଲେ। ଏହା ସହିତ ନିଗମରେ ଦୀର୍ଘ ୩୦ ବ‌ର୍ଷ ଧରି କାମ କରୁଥିବା ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀଙ୍କ ବଦଳି କରିବା, ନିଗମର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଫଳକରେ ବିଧ‌ାୟକଙ୍କ ନାମ ରଖିବା, ଫଳକରେ ନାମ ନଥିବାରୁ ବିଧାୟକଙ୍କୁ କ୍ଷମା ମାଗିବା ଓ ଗତକାଲି ହୋଇଥିବା କାଉନସିଲ ବୈଠକକୁ ବାତିଲ ଦର୍ଶାଇବା ପରି ୪ଟି ଦାବିକୁ ନିଗମ କର୍ତ୍ତୃପକ୍ଷ ମାନି ନେଇଛନ୍ତି।
ସୂଚନା ଅନୁଯାୟୀ ଗତକାଲି କାଉନସିଲ ବୈଠକ‌ରେ ପ୍ରଥମେ ଶିଳାନ୍ୟାସ ଓ ଉଦଘାଟନ ଫଳକରେ ବିଧାୟକଙ୍କ ନାମ ନଥିବା ଘଟଣାକୁ ନେଇ ବିଜେପି ଓ କଂଗ୍ରେସ କର୍ପୋରେଟମାନେ ବିରୋଧ କରିଥିଲେ।

ସେହି ଘଟଣାର ସମାଧାନ ପରେ ମୁଖ୍ୟ ନିର୍ବାହୀ ଯନ୍ତ୍ରୀ ଦିବ୍ୟରଂଜନ ତ୍ରିପାଠୀଙ୍କ ପ୍ରସଙ୍ଗକୁ ନେଇ ବିରୋଧୀ କର୍ପୋରେଟରମାନେ ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ କର୍ପୋରେଟରଙ୍କ ବିରୋଧ ପ୍ରଦର୍ଶନ ସମୟରେ କମିସନର ବୈଠକରୁ ଉଠି ଚାଲିଯିବା ଘଟଣାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏବଂ ଏଭଳି ଆଚରଣ ବିରୋଧରେ ବିରୋଧୀ କର୍ପୋରେଟରମାନେ ଗତକାଲି ଦିନ ୧ଟାରୁ ଧାରଣା ଦେଇଥିଲେ। ବିରୋଧୀ କର୍ପୋରେଟରମାନେ ଧାରଣା ଦେଇଥିବା ବେଳେ ପ୍ରଥମେ କମିସନର ଓ କିଛି ଘଣ୍ଟା ବ୍ୟବଧାନରେ ମେୟର ବି ବିଜୁ ଭବନରୁ ବାହାରି ଚାଲି ଯାଇଥିଲେ। ଫଳରେ ବିରୋଧୀ କର୍ପୋରେଟରମାନେ ଗତକାଲି ରାତି ସାରା ବିଜୁ ଭବନ ସାମନାରେ ଶୋଇଥିଲେ। ଏବଂ ଆଜି ଦିନ ୩ଟା ଯାଏ ଧାରଣା ଜାରି ରହିଥିଲା। ଧାରଣାସ୍ଥଳକୁ ଆସି ବିରୋଧୀ ଦଳର ବହୁ ନେତା ସମର୍ଥନ ଜଣାଇବା ସହ ବକ୍ତବ୍ୟ ରଖିଥିଲେ। କିନ୍ତୁ ଅପରାହ୍ନ ୩ଟା ବେଳକୁ ମେୟର ଓ କମିସନର ଆସି ସେମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ। ବିଜେପି ଓ କଂଗ୍ରେସର ୧୫ ଜଣ କର୍ପୋରେଟର ଆଲୋଚନା ପାଇଁ ବିଜୁ ଭବନ ମେୟରଙ୍କ ସମ୍ମିଳନୀ କକ୍ଷକୁ ଯାଇଥିଲେ। ସେଠାରେ ମେୟର, କମିସନରଙ୍କ ସହିତ ଡେପୁଟି ମେୟର ଦମୟନ୍ତୀ ମାଝି ଥିଲେ। ଉଭୟପକ୍ଷ ମଧ୍ୟରେ ପ୍ରାୟ ୧୫ ମିନିଟ୍ କାଳ ଆଲୋଚନା ହୋଇଥିଲା। କମିସନର କ୍ଷମା ମାଗିବା ସହିତ ଦାବି ପୂରଣର ପ୍ରତିଶ୍ରୁତି ଦେବା ପରେ ବିଜେପି ଓ କଂ‌ଗ୍ରେସ କର୍ପୋରେଟର ମାନେ ଧାରଣାରୁ ଓହରି ଯାଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।