ରାଜ୍ୟ

୨୬ରୁ ପାଗ ବଦଳିବ

ଭୁବନେଶ୍ବର: ଓଡ଼ିଶା ଉପରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ତା’ ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ କ୍ରମାଗତ ଭାବେ ରାଜ୍ୟକୁ ପ୍ରବେଶ କରୁଛି। ଯେଉଁଥିପାଇଁ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୨୩ ଓ ୨୪ରେ ଗୁରୁଚାପ ବଳୟର ସକ୍ରିୟତା ଅଧିକ ରହିବାକୁ ଥିବାରୁ ବର୍ଷାର ପ୍ରଭାବ ଅଧିକ ରହିବ। ଉପକୂଳ ଓଡ଼ିଶା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବର୍ଷା ହେବ। ଏଥିସହ କିଛି ଅଞ୍ଚଳରେ ଘନ କୁହୁଡ଼ି ହେବାକୁ ଥିବାରୁ ଚେତାବନୀ ଜାରି ହୋଇଛି। ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ ଏବଂ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାତି ଓ ଦିନର ତାପମାତ୍ରାରେ ତାରତମ୍ୟ ସାମାନ୍ୟ କମ୍‌ ରହୁଥିବାରୁ ଦିନତମାମ ଥଣ୍ଡା ଅନୁଭୂତ ହେଉଛି। ୨୫ ତାରିଖ ବେଳକୁ କୋହଲା ପାଗ ହଟିବ। ୨୬ ତାରିଖଠାରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି।

ଗତ ୩୬ ଘଣ୍ଟା ମଧ୍ୟରେ ଗୁରୁଚାପ ବଳୟ ପ୍ରଭାବରେ ଦିନ ସାରା ବର୍ଷା ଲାଗିରହିଥିଲା। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ସମେତ କିଛି ଅାଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବର୍ଷା ହୋଇଛି। ଟ୍ୱିନ୍‌ସିଟି କଟକ ଓ ଭୁବନେଶ୍ୱରରେ କୋହଲା ପାଗ ସହ ଝିପିଝିପି ବର୍ଷା ହୋଇଛି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳଠାରେ ସର୍ବାଧିକ ୪୭ ମିମି ବର୍ଷା ହୋଇଥିବା ବେଳେ ଭୁବନରେ ୨୭, ପାରାଦୀପରେ ୧୫.୯, କେନ୍ଦୁଝର ଜିଲ୍ଲା ଘସିପୁରାରେ ୧୫.୩, ବାଲେଶ୍ବରର ସୋରରେ ୧୫, ଭଦ୍ରକ‌ରେ ୧୨, ବାଲେଶ୍ବରରେ ୧୦.୬, ଖୋର୍ଦ୍ଧାରେ ୭, ଯାଜପୁରରେ ୬.୮, ସମ୍ବଲପୁରରେ ୫.୯, ବରଗଡ଼ରେ ୫.୨, ଭୁବନେଶ୍ବରରେ ୫.୧, ପୁରୀରେ ୪.୯, ତାଳଚେରରେ ୪, କଟକରେ ୩.୮ ମିମି ବର୍ଷା ରେକର୍ଡ କରାଯାଇଛି। ନୟାଗଡ଼ ଓ ବଲାଙ୍ଗୀରରେ ଘନ କୁହୁଡ଼ି ହେବାରୁ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲା କିରେଇରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୮.୭ ଡିଗ୍ରି ଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।