ଦେଶ ବିଦେଶ ସ୍ୱାସ୍ଥ୍ୟ

୨୬ବର୍ଷୀୟ କରୋନା ଯୋଦ୍ଧା ଡାକ୍ତରଙ୍କ କୋଭିଡ -୧୯ରେ ପରଲୋକ : ବାତ୍ୟା ନିଭାର ଯୋଗୁଁ ହୋଇପାରିଲା ନାହିଁ ଫୁସଫୁସ୍ ପ୍ରତିରୋପଣ

ଭୋପାଳ ୨୬/୧୧: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କରୋନା ରୋଗୀଙ୍କ ଚିକିତ୍ସା କରିଥିବା ଡାକ୍ତର ଶୁଭମ୍ ଉପାଧ୍ୟାୟଙ୍କ କରୋନା ସଂକ୍ରମଣରେ ପରଲୋକ ହୋଇଯାଇଛି। କରୋନା ଯୋଦ୍ଧା ଡା.ଶୁଭମ୍ ପିଛି ମାସରୁ କରୋନା ରୋଗୀଙ୍କ ଚିକିତ୍ସାରେ ଲାଗିଥିଲେ। ତାଙ୍କ ଫୁସଫୁସରେ ୯୦ପ୍ରତିଶତରୁ ଅଧିକ ପାଣି ଭରି ଯାଇଥିଲା। ତାଙ୍କୁ ଏୟାରଲିଫ୍ଟ କରାଇ ଚେନ୍ନାଇ ନେଇ ଚିକିତ୍ସା ବ୍ୟବସ୍ଥା କରାଯାଉଥିବାବେଳେ ବାତ୍ୟା ନିଭାର ଯୋଗୁଁ ବିମାନ ସେବା ବନ୍ଦ ଥିଲା,ଏଥିପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରିନଥିଲା। ଡା.ଶୁଭମ୍ ବୁଧବାର ଚିରାୟୁ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

୨୬ବର୍ଷୀୟ ଡାକ୍ତର ଶୁଭମ୍ ସାଗର ମେଡିକାଲ୍ କଲେଜରେ କାମ କରୁଥିଲେ। କରୋନା କାଳରେ ସେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିଲେ। ଅକ୍ଟୋବର ୨୮ତାରିଖରେ ସେ କରୋନାରେ ସଂକ୍ରମିତ ହୋଇଯାଇଥିଲେ। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ନଭେମ୍ବର ୧୦ତାରିଖରେ ଭୋପାଳର ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିଲା। ଡାକ୍ତରଙ୍କ ଅପିଲ ଏବଂ ଟ୍ବିଟ୍ ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଚେନ୍ନାଇ ନେଇ ଯାଇ ଚିକିତ୍ସା କରିବାର ବ୍ୟବସ୍ଥା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ କହି ଦେଇଥିଲେ କିନ୍ତୁ ଦକ୍ଷିଣ ଭାରତରେ ଆସିଥିବା ବାତ୍ୟା ନିଭାର ଯୋଗୁଁ ବିମାନ ସେବା ବନ୍ଦ ଥିଲା। ଏଥିପାଇଁ ତାଙ୍କୁ ସେଠାକୁ ନିଆଯାଇ ପାରିନଥିଲା।

କରୋନା ଯୋଦ୍ଧା ଡା.ଶୁଭମଙ୍କ ପରଲୋକ ଖବର ଶୁଣି ଶିବରାଜ ସିଂହ ଟ୍ବିଟ୍ କରି ଲେଖିଥିଲେ ଯେ ହୃଦୟ ଯନ୍ତ୍ରଣା ଏବଂ ଦୁଃଖରେ ଭରି ରହିଛି। ଆମ ସାହସୀ କରୋନା ଯୋଦ୍ଧା ଡାକ୍ତର ଶୁଭମ କୁମାର ଉପାଧ୍ୟାୟ,ଯିଏ ନିଃସ୍ବାର୍ଥଭାବରେ ଦିନ ରାତି ଏକ କରି କୋଭିଡ ପୀଡ଼ିତାଙ୍କ ସେବା କରି ସଂକ୍ରମିତ ହୋଇଥିଲେ। ସେ ଆଜି ଜୀବନ ଯୁଦ୍ଧରେ ହାରିଗଲେ ସମାଜ ସେବାର ଅଦ୍ଭୁତ ଏବଂ ଅନୁପମ ଉଦାହରଣ ସୃଷ୍ଟି କରି ସେ ବହୁତ ଦୂରକୁ ଚାଲିଗଲେ।

ଏହା ପୂର୍ବରୁ ଶିବରାଜ ସରକାର ଡା.ଶୁଭମଙ୍କ ଚିକିତ୍ସା ପାଇଁ ୧କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଥିଲେ କିନ୍ତୁ ଏହା ପୂର୍ବରୁ ହିଁ ଡା.ଶୁଭମଙ୍କ ମୃତ୍ୟୁ ହୋଇଯାଇଥିଲା। ଚେନ୍ନାଇର ଏକ ହସ୍ପିଟାଲରେ ଫୁସଫୁସ୍ ପ୍ରତିରୋପଣ ହେବାର ଥିଲା। ଏହି ପ୍ରତିରୋପଣରେ ପାଖାପାଖି ୮୦-୯୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାନ୍ତା।

ଶିବରାଜ ନିଜ ଆଗାମୀ ଟ୍ବିଟରେ ଲେଖିଛନ୍ତି ଯେ ଡାକ୍ତର ହେବା ସମୟରେ ଯେଉଁ ଶପଥ କରାଯାଇଥାଏ ତାକୁ ଶୁଭମ୍ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ। ସେ ଦେଶର ଜଣେ ସଚ୍ଚୋଟ ନାଗରିକ ହେବାର ପରିଚୟ ଦେଇଛନ୍ତି। ସେ ଏପରି ଭାରତ ମାତାଙ୍କ ପୁଅଙ୍କ ଚରଣରେ ଶ୍ରଦ୍ଧାର ଫୁଲ ଅର୍ପଣ କରିବାକୁ ଚାହୁଁଛନ୍ତି। ଈଶ୍ବରଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ସେ ଦିବଂଗତ ଆତ୍ମାଙ୍କୁ ଶାନ୍ତି ଦିଅନ୍ତୁ। ତାଙ୍କୁ ଏବଂ ପୂରା ମଧ୍ୟପ୍ରଦେଶକୁ ତାଙ୍କ ଉପରେ ଗର୍ବ ଅନୁଭବ ହେଉଛି। ତାଙ୍କ ସମ୍ବେଦନା ତାଙ୍କ ପରିବାର ଲୋକଙ୍କ ସହ ରହିଛି। ଈଶ୍ବର ତାଙ୍କୁ ଏହି ବଜ୍ରପାତ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ। ସେ ଏବଂ ରାଜ୍ୟ ସରକାର,ଡା.ଶୁଭମ୍ ଉପାଧ୍ୟାୟଙ୍କ ପରିବାର ସହ ଛିଡ଼ା ଅଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ