ରାଜ୍ୟ

୨୫ ଫୁଟ ତଳକୁ ଖସିଲା ଟ୍ରକ୍: ଡ୍ରାଇଭର ଓ ହେଲପର ମୃତ

କଳାବାଡିଆ: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୧୮ କଳାବାଡିଆ ପଞ୍ଚାୟତ ଜଗନ୍ନାଥଖୁଣ୍ଟା ସୁବର୍ଣ୍ଣରେଖା କେନାଲର ୨୫ ଫୁଟ ତଳକୁ  ଖସିପଡ଼ିଲା ଟ୍ରକ। ଗୁରୁତର ଡ୍ରାଇଭର ଓ ହେଲପରକୁ ବାରିପଦା ପଠାଯାଇଥିବା ବେଳେ ମୃତ୍ୟୁ ଘଟିଛି। ପ୍ଲାୟଉଡ ନେଇ ବିଶାଖାପାଟଣାରୁ ନେପାଳ ଯାଉଥିବା ଏପି ୦୭ ଟି ଏଫ ୯୩୮୮ ନମ୍ବର ଥିବା ଟ୍ରକ୍ ଭାରସାମ୍ୟ ହରାଇ ପ୍ରଥମେ ପୋଲର ଡିଭାଇଡରରେ ଧକ୍କା ଦେଇ ସୁବର୍ଣ୍ଣରେଖା କେନାଲ ତଳକୁ ଖସି ପଡ଼ିଥିଲା।

ସମ୍ଭବତଃ ଡ୍ରାଇଭରଙ୍କର ଆଖି ଲାଗିଯାଇ ଥିବା ହେତୁ ଏହି ଅଘଟଣ ଘଟିଛି। ଉଭୟଙ୍କୁ ଉଦ୍ଧାର କରାଯାଇ ଦମକଳବାହିନୀ ଓ ପୁଲିସ ସହାୟତାରେ ରାତି ୨ଟା୩୦ ମିନିଟରେ ପଠାଯାଇଥିଲା। ମୃତ ଡ୍ରାଇଭର ଆଜ ନାରାୟାଣା (୫୦) ଓ ହେଲପର କୟାନା ଚିନାରାଓ (୪୦)ଙ୍କ ଘର ଆନ୍ଧ୍ର ପ୍ରଦେଶର ସିକାକୁଲମରେ ବୋଲି ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।