ଦେଶ ବିଦେଶ ମନୋରଞ୍ଜନ

୨୫ଲକ୍ଷ ଟଙ୍କାର ଡ୍ରେସ୍ ପିନ୍ଧି ମରୁଭୂମିରେ ପୋଜ ଦେଲେ ଉର୍ବଶୀ : ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ

ମୁମ୍ବାଇ ୧୨/୧୨: ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ଷ୍ଟାଇଲରେ ଲୋକଙ୍କ ହୃଦୟରେ ରାଜ କରନ୍ତି। ଉର୍ବଶୀ ଅଳ୍ପ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ଉର୍ବଶୀ ରୌତେଲା ସାଉଦି ଆରବର ଏକ ଲୋକପ୍ରିୟ ମ୍ୟାଗାଜିନ୍ ସହ ଫଟୋଶୁଟ୍ କରିଥିଲେ ଯେଉଁଥିରେ ସେ ଅରେଞ୍ଜ ଗାଉନରେ ପ୍ରକୃତରେ ସୁନ୍ଦର ଲାଗୁଥିଲେ। ଉର୍ବଶୀ ପ୍ରଥମ ଏପରି ଭାରତୀୟ ଅଭିନେତ୍ରୀ ଯିଏ ଆନ୍ତର୍ଜାତୀୟ ମ୍ୟାଗାଜିନର କଭର ପେଜ ପାଇଁ ଫଟୋଶୁଟ୍ କରାଇଛନ୍ତି। ଏହି ଫଟୋଶୁଟରେ ସେ ଅତ୍ୟନ୍ତ ମହଙ୍ଗା ଡ୍ରେସ୍ ପିନ୍ଧିଛନ୍ତି। ଏହି ଅରେଞ୍ଜ ଗାଉନର ମୂଲ୍ୟ ୨୫ଲକ୍ଷ ଟଙ୍କା।

ଉର୍ବଶୀ ସୋସିଆଲ୍ ମିଡିଆରେ ଏକ ଫଟୋ ସେୟାର କରି ଲେଖିଛନ୍ତି,‘ସ୍ବପ୍ନ ସେତିକିବେଳେ ସତ ହୋଇଥାଏ,ଯେତେବେଳେ ଆପଣ ଏହାକୁ ପୂରା କରିବା ପାଇଁ କଡ଼ା ପରିଶ୍ରମ କରୁଛନ୍ତି,କାରଣ ଆମ ସ୍ବପ୍ନର ବହୁତ ଦାବି ରହିଛି।’ ଏହି ମ୍ୟାଗାଜିନର ଏଡିଟର ଇନ ଚିଫ୍ ସୁଲତାନ ଅବୁ ଟାୟରଙ୍କ କହିବା ଅନୁସାରେ,ମ୍ୟାଗାଜିନର ସୁଟ୍ ସମୟରେ ଉର୍ବଶୀ ତାଙ୍କ ସହ ନିଜ ସ୍ବପ୍ନ ବିଷୟରେ କହିଥିଲେ। ସେ ନିଜ ଲକ୍ଷ୍ୟ ବିଷୟରେ କହିଥିଲେ ,ଏହା ସହିତ ସେ ଯେଉଁ ଉର୍ବଶୀ ରୌତେଲା ଚାରିଟେବଲ୍ ଟ୍ରଷ୍ଟ୍ ଚଲାଉଛନ୍ତି ତାହା ବିଷୟରେ ମଧ୍ୟ କହିଥିଲେ। ସେ ତାଙ୍କୁ ସଲାମ କରୁଛନ୍ତି ଯେଉଁଭଳି ଭାବେ ସେ ମହିଳାଙ୍କ ପାଇଁ ଛିଡ଼ା ହୁଅନ୍ତି ଏବଂ ସେମାନଙ୍କୁ ସମର୍ଥନ କରନ୍ତି। ସୁଲତାନ ଅବୁ ଟାୟର ଆଗକୁ କହିଛନ୍ତି ଯେ ଉର୍ବଶୀ ସବୁଠୁ ମହଙ୍ଗା ଡ୍ରେସ୍ ପିନ୍ଧି ଡ୍ରେସର ଶୋଭା ବଢ଼ାଇଛନ୍ତି। ସେ ଯେଉଁ ଅରେଞ୍ଜ କଲର ଡ୍ରେସ୍ ପିନ୍ଧିଛନ୍ତି ତାହାର ମୂଲ୍ୟ ପାଖାପାଖି ୨୫ଲକ୍ଷ ଟଙ୍କା ଏବଂ ନାଲି ରଙ୍ଗର ଡ୍ରେସର ମୂଲ୍ୟ ମଧ୍ୟ ପାଖାପାଖି ସେତିକି।

ଉର୍ବଶୀ ରୌତେଲା ନିକଟରେ ଓ୍ବ ଚାନ୍ଦ କହାଁ ସେ ଲାଓଗି ମ୍ୟୁଜିକ ଭିଡିଓରେ ଟିଭି ଅଭିନେତା ମୋହସିନ ଖାନଙ୍କ ସହ ନଜର ଆସିଥିଲେ। ଏହା ବ୍ୟତୀତ ସେ ନିଜର ନୂଆ ଗୀତ ତେରି ଲୋଡ ଓ୍ବେ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ ରାଜକୁମାରୀଙ୍କ ଭଳି ଲାଗୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ